ETV Bharat / bharat

୨୦୨୪ରେ ଦେଶର ପ୍ରଧାନମନ୍ତ୍ରୀ ହେବେ ରାହୁଲ ଗାନ୍ଧୀ: ପୱନ ଖେରା

author img

By

Published : Dec 24, 2022, 12:03 PM IST

ଆଜି ଦିଲ୍ଲୀରେ ଆରମ୍ଭ ହୋଇଛି କଂଗ୍ରେସର ଭାରତ ଯୋଡ ଯାତ୍ରା । ଏଥିରେ ସାମିଲ ହୋଇ ୨୦୨୪ ନିର୍ବାଚନରେ ରାହୁଲ ଗାନ୍ଧୀ ଦେଶର ପ୍ରଧାନମନ୍ତ୍ରୀ ହେବା ନେଇ କହିଲେ କଂଗ୍ରେସ ନେତା ପଓ୍ବନ ଖେରା । ଅଧିକ ପଢନ୍ତୁ

Bharat Jodo Yatra in Delhi
Bharat Jodo Yatra in Delhi

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନରେ ଦେଶର ପ୍ରଧାନମନ୍ତ୍ରୀ ହେବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଆଜି ଦିଲ୍ଲୀରେ ଆରମ୍ଭ ହୋଇଥିବା ଭାରତ ଯୋଡ ଯାତ୍ରା ( Bharat Jodo Yatra)ରେ ସାମିଲ ହୋଇ ଏପରି ମନ୍ତବ୍ୟ ଦେଇଛନ୍ତି କଂଗ୍ରେସ ନେତା ପଓ୍ବନ ଖେରା । ଏକ ଜାତୀୟ ଗଣମାଧ୍ୟମ ପଓ୍ବନ ଖେରାଙ୍କୁ ପ୍ରଶ୍ନ କରିଥିଲେ ଯେ,'' ଆସନ୍ତା ୨୦୨୪ ନିର୍ବାଚନରେ କଣ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବେ ? ଏହାର ଉତ୍ତରରେ କଂଗ୍ରେସ ନେତା କହିଥିଲେ ଯେ, ଏହା ୨୦୨୪ ନିର୍ବାଚନରେ ସ୍ପଷ୍ଟ ହୋଇଯିବ, ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବେ ନା ନାହିଁ । କିନ୍ତୁ ଯଦି ଆପଣ ମୋତେ ପ୍ରଶ୍ନ ପଚାରୁଛନ୍ତି ତେବେ ନିଶ୍ଚିନ୍ତ ଭାବେ ରାହୁଲ ଗାନ୍ଧୀ ୨୦୨୪ରେ ଦେଶର ପ୍ରଧାନମନ୍ତ୍ରୀ ହେବେ(Rahul Gandhi should become PM in 2024 ) ।''

ସେହିପରି ବର୍ତ୍ତମାନ କୋରୋନା ସଂକ୍ରମଣ ଭୟ ପୁଣି ଆରମ୍ଭ ହୋଇଥିବାରୁ ଭାରତ ଯୋଡ ଯାତ୍ରା ବନ୍ଦ କରିବାକୁ ରାହୁଲ ଗାନ୍ଧୀ ଓ ଅଶୋକ ଗେହଲଟଙ୍କୁ ଚିଠି ଲେଖିଥିଲେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ । ଏଥିସହ କୋରୋନା ନିୟମାବଳୀ ମାନିବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଥିଲା । ''ଏନେଇ ପଓ୍ବନ ଖେରାଙ୍କୁ ପ୍ରଶ୍ନ କରାଯିବାରୁ ବିଜେପି ନିଜକୁ ବଞ୍ଚାଇବା ପାଇଁ ଚାହୁଁ ଥିବାରୁ ଏପରି ନିର୍ଦ୍ଦେଶନାମା ଜାରି କରିଥିବା ସେ କହିଥିଲେ ।''

ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ''କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖୁଛନ୍ତି କିନ୍ତୁ ତାଙ୍କ ଦଳର କର୍ମୀ ମାନେ ରାଲି କରୁଛନ୍ତି । ସମସ୍ତଙ୍କ ପାଇଁ ଗୋଟିଏ କୋଭିଡ ପ୍ରୋଟୋକଲ ଜାରି କରିବାକୁ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ଯାହା ସମସ୍ତେ ପାଳନ କରିବେ । ସମସ୍ତଙ୍କ ପାଇଁ ଗୋଟିଏ ନିୟମ କରାଯିବା ଉଚିତ୍‌, କିନ୍ତୁ ବିଜେପି କେବଳ ରାହୁଲ ଗାନ୍ଧୀଙ୍କ ପାଇଁ ନିୟମ କରୁଛି ।''

ଏହା ମଧ୍ୟ ପଢନ୍ତୁ-ଦିଲ୍ଲୀରେ ପହଞ୍ଚିଲା ଭାରତ ଯୋଡ ଯାତ୍ରା, ରାଜଧାନୀରେ ଶକ୍ତି ପ୍ରଦର୍ଶନ କରିବେ ରାହୁଲ

ମିଳିଥିବା ସୂଚନା ଅନୁଯାୟୀ, ସେପ୍ଟେମ୍ବର ୭ ତାରିଖରୁ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡ ଯାତ୍ରା 107 ଦିନ ପୂରଣ କରିଛି । ଏହାରି ଭିତରେ ରାହୁଲ ଗାନ୍ଧୀ 3000 କିଲୋମିଟରରୁ ଅଧିକ ବାଟ ଅତିକ୍ରମ କରି ସାରିଲେଣି । ଏହି ପରିପ୍ରେକ୍ଷୀରେ ଆଜି ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଭାରତ ଯୋଡ ଯାତ୍ରା ଦିଲ୍ଲୀରେ ପ୍ରବେଶ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.