ETV Bharat / bharat

Women's Reservation Bill: କଂଗ୍ରେସର ସମର୍ଥନ ପ୍ରଶ୍ନରେ ପ୍ରତିକ୍ରିୟା ରଖିବାକୁ ମନାକଲେ ରାହୁଲ

author img

By ETV Bharat Odisha Team

Published : Sep 19, 2023, 4:10 PM IST

ଆଗତ ହେଲା ମହିଳା ସଂରକ୍ଷଣ ବିଲ୍‌ । କଂଗ୍ରେସ ସମର୍ଥନ କରିବ କି ନାହିଁ ପ୍ରଶ୍ନରେ ପ୍ରତିକ୍ରିୟା ରଖିବାକୁ ମନା କଲେ ରାହୁଲ ଗାନ୍ଧୀ । ଅଧିକ ପଢନ୍ତୁ

Women's Reservation Bill: ପ୍ରତିକ୍ରିୟା ରଖିବାକୁ ମନା କଲେ ରାହୁଲ
Women's Reservation Bill: ପ୍ରତିକ୍ରିୟା ରଖିବାକୁ ମନା କଲେ ରାହୁଲ

ନୂଆଦିଲ୍ଲୀ: ଆଜି ଲୋକସଭାରେ ଆଗତ ହୋଇଛି ବହୁଚର୍ଚ୍ଚିତ ମହିଳା ସଂରକ୍ଷଣ ବିଲ୍‌ । ସରକାରୀ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏହି ବିଲ୍‌ ଆଗତ ନେଇ ଦାବି ଉଠାଇଥିଲା । ତେବେ ଆଜି ବିଲ୍‌ ଆଗତ ହେବା ପରେ ଏହାକୁ କଂଗ୍ରେସ ସମର୍ଥନ କରିବ କି ନାହିଁ ବୋଲି ଗଣମାଧ୍ୟମର ପ୍ରଶ୍ନରେ କୌଣସି ଉତ୍ତର ଦେଇନାହାନ୍ତି ଦଳର ଚର୍ଚ୍ଚିତ ନେତା ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଆଜି ସଂସଦ ଭବନ ପରିସରରେ ଏହି ବିଲକୁ କଂଗ୍ରେସ ସମର୍ଥନ କରିବ କି ନାହିଁ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ କୌଣସି ପ୍ରତିକ୍ରିୟା ରଖିବାକୁ ରାହୁଲ ମନା କରିଥିଲେ । ଉଚିତ ସମୟ ଆସିଲେ ସେ ପ୍ରତିକ୍ରିୟା ରଖିବେ ବୋଲି କହି ଚାଲିଯାଇଥିଲେ ।

ଆଜି କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନରାମ ମେଘଓ୍ବାଲ ଏହି ବିଲ୍‌କୁ ଲୋକସଭାରେ ଆଗତ କରିଥିବା ବେଳେ ଆସନ୍ତାକାଲି ଏହା ଉପରେ ଚର୍ଚ୍ଚା ହେବ । ଅଧିବେଶନର ଦ୍ବିତୀୟ କାର୍ଯ୍ୟଦିବସ ଆରମ୍ଭ ହେବା ପରେ ପ୍ରଥମ ସିଟିଂରେ ଏହି ବିଲ୍‌ ଆଗତ ହୋଇଛି । ଏହି ବିଲର ନାମ ରଖାଯାଇଛି ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ । 21ରେ ରାଜ୍ୟସଭାରେ ମଧ୍ୟ ଏହା ଆଗତ ହୋଇ ଚର୍ଚ୍ଚା ହେବ । ତେବେ ସଂଖ୍ୟା ଦୃଷ୍ଟିରୁ ଏହି ବିଲ୍‌ ଲୋକସଭାରେ ପାରିତ ହେବାରେ କୌଣସି ସମସ୍ଯା ନାହିଁ । ରାଜ୍ୟସଭାରେ ମଧ୍ୟ ଭାରତୀୟ ଜନତା ପାର୍ଟି ନେତୃତ୍ବାଧୀନ ଏନଡିଏ ସରକାରଙ୍କ ନିକଟରେ 2 ତୃତୀୟାଂଶ ଭୋଟ ନଥିଲେ ସୁଦ୍ଧା ଏକାଧିକ ଅଣ-ଏନଡିଏ ଦଳର ସମର୍ଥନରେ ଏହା ପାରିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ଏହା ମଧ୍ୟ ପଢନ୍ତୁ :- Parliament session: ଲୋକସଭାରେ ଆଗତ ହେଲା ମହିଳା ସଂରକ୍ଷଣ ବିଲ୍‌


ଅନ୍ଯପଟେ ମୁଖ୍ଯ ବିରୋଧୀ ଦଳ କଂଗ୍ରେସ ଏହି ବିଲକୁ ଚଳିତ ଅଧିବେଶନରେ ଆଗତ କରିବା ପାଇଁ ପୂର୍ବରୁ ଦାବି କରିଆସିଛି । ତେଣୁ ଏହି ବିଲ ପ୍ରତି ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ସହଯୋଗୀ ଦଳଙ୍କର ଆଭିମୁଖ୍ୟ କଣ ରହିବ, ସେ ନେଇ ସମସ୍ତଙ୍କ ନଜର ରହିଛି । 128ତମ ସମ୍ବିଧାନ ସଂଶୋଧନ ବିଲ ଭାବେ ଆଗତ ହୋଇଥିବା ଏହି ସଂରକ୍ଷଣ ବିଲ ଅନୁସାରେ ଲୋକସଭା ଓ ରାଜ୍ୟ ବିଧାନସଭାଗୁଡିକରେ ମୋଟ ଆସନର ଏକ ତୃତୀୟାଂଶ ବା 33 ପ୍ରତିଶତ ଆସନ ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିବ । କଂଗ୍ରେସ ଓ ବିଜେପି ନିଜର ପୂର୍ବ ଶାସନରେ ଏହି ବିଲ୍‌ ପାରିତ କରିବା ପାଇଁ ପ୍ରୟାସ କରିଥିବା ନେଇ ଦାବି ମଧ୍ୟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.