ETV Bharat / bharat

ଦିଲ୍ଲୀ ପୋଲିସ ନିକଟରେ 4 ପୃଷ୍ଠାର ପ୍ରାଥମିକ ଉତ୍ତର ଦାଖଲ କଲେ ରାହୁଲ, କଂଗ୍ରେସ କହିଲା ଦଳ ଭୟଭୀତ ନୁହେଁ

author img

By

Published : Mar 19, 2023, 8:19 PM IST

ଦିଲ୍ଲୀ ପୋଲିସ ବାସଭବନରେ ପହଞ୍ଚିବା ପରେ 4 ପୃଷ୍ଠାର ପ୍ରାଥମିକ ଉତ୍ତର ଦାଖଲ କଲେ ରାହୁଲ ଗାନ୍ଧୀ । କଂଗ୍ରେସ କହିଲା ଆଦାନୀ ପ୍ରସଙ୍ଗ ଏଡାଇବାକୁ ପ୍ରୟାସ, ଭୟଭୀତ ନୁହେଁ ଦଳ । ଅଧିକ ପଢ଼ନ୍ତୁ

ପୋଲିସ ବାସଭବନରେ ପହଞ୍ଚିବା ପରେ 4 ପୃଷ୍ଠାର ଉତ୍ତର ଦାଖଲ କଲେ ରାହୁଲ
ପୋଲିସ ବାସଭବନରେ ପହଞ୍ଚିବା ପରେ 4 ପୃଷ୍ଠାର ଉତ୍ତର ଦାଖଲ କଲେ ରାହୁଲ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ନୋଟିସ ଓ ଆଜି (ରବିବାର) ପୋଲିସ ଟିମ ବାସଭବନରେ ପହଞ୍ଚିବା ପରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ନିଜ ମନ୍ତବ୍ୟ ନେଇ 4 ପୃଷ୍ଠାର ପ୍ରାଥମିକ ରିପୋର୍ଟ ଦାଖଲ କରିଛନ୍ତି । ଭାରତ ଯୋଡୋ ଯାତ୍ରା ସମୟରେ ରହୁଲ ଦେଇଥିବା ମହିଳା ଯୌନ ନିର୍ଯାତନା ପ୍ରସଙ୍ଗରେ ମନ୍ତବ୍ୟରେ ଦିଲ୍ଲୀ ପୋଲିସ ତାଙ୍କୁ ସମନ ଜାରି କରିଥିଲା । କେଉଁଠି ମହିଳାମାନେ ଯୌନ ଉତ୍ପୀଡନର ଶିକାର ହେଉଛନ୍ତି, ସେ ନେଇ ରିପୋର୍ଟ ରଖିବା ନେଇ ସମନରେ ଦର୍ଶାଇଥିଲା ଦିଲ୍ଲୀ ପୋଲିସ । ଏହାରି ମଧ୍ୟରେ ପୋଲିସ ଟିମ୍‌ ରାହୁଲଙ୍କ ବାସଭବନରେ ମଧ୍ୟ ପହଞ୍ଚିଥିଲା । ଯାହାର ପ୍ରାଥମିକ ଭାବେ ରାହୁଲ ଗାନ୍ଧୀ ରିପୋର୍ଟ ଦାଖଲ କରିଛନ୍ତି ।

ରାହୁଲ ଗାନ୍ଧୀ ରିପୋର୍ଟ ଦାଖଲ କରିବା ନେଇ ପୋଲିସଠାରୁ 8ରୁ 10 ଦିନର ସମୟ ମାଗିଥିଲେ । ଆଜି ସେ 4 ପୃଷ୍ଠା ବିଶିଷ୍ଟ ପ୍ରାଥମିକ ରିପୋର୍ଟ ଦାଖଲ କରିଛନ୍ତି । ପରେ ସେ ଏହି ଅବଧି ମଧ୍ୟରେ ବିସ୍ତୃତ ରିପୋର୍ଟ ଦାଖଲ କରିବା ନେଇ ଅନୁମାନ କରାଯାଉଛି । ଭାରତ ଯୋଡୋ ଯାତ୍ରା ସମୟରେ ଜାନୁଆରୀ 30ରେ କାଶ୍ମୀରରେ ଏହି ବିବାଦୀୟ ବୟାନ ଦେଇଥିଲେ ରାହୁଲ । ମହିଳାମାନେ ଏବେ ମଧ୍ୟ ଯୌନଶୋଷଣର ଶିକାର ହେଉଥିବା ରହୁଲ କହିଥିଲେ । ଯାହାକୁ ନେଇ ପୋଲିସ ତାଙ୍କୁ ସମନ ଜାରି କରି ଏ ସମ୍ପର୍କିତ ତଥ୍ୟ ଦାଖଲ କରିବାକୁ କହିଥିଲା । ସିପି ହୁଡା କହିଥିଲେ, ''ଆମେ ରାହୁଲ ଗାନ୍ଧୀଙ୍କ ସହ କଥା ହେବାକୁ ଏଠାକୁ ଆସିଛୁ । ଜାନୁଆରୀ ୩୦ ତାରିଖ ଦିନ ଭାରତ ଯୋଡ ଯାତ୍ରା ସମୟରେ ଗଣଦୁଷ୍କର୍ମ ପୀଡିତାଙ୍କ ସମ୍ପର୍କରେ ସେ ଯେଉଁ କଥା କହିଥିଲେ ସେହି ବିଷୟରେ ତାଙ୍କଠାରୁ ଅଧିକ ଜାଣିବା ପାଇଁ ଚାହୁଁଛୁ । ଯାହାଦ୍ବାରା ଅଭିଯୁକ୍ତଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ଓ ପୀଡିତାଙ୍କୁ ନ୍ୟାୟ ଦିଆଯାଇପାରିବ ।''

ଏହା ମଧ୍ୟ ପଢନ୍ତୁ : ସକାଳୁ ରାହୁଲ ଗାନ୍ଧୀଙ୍କ ଘରେ ପହଞ୍ଚିଲା ଦିଲ୍ଲୀ ପୋଲିସ

ଆଜି ସକାଳୁ ଦିଲ୍ଲୀର ସ୍ପେଶାଲ ପୋଲିସ କମିଶନର ସାଗରପ୍ରୀତ ହୁଡ୍ଡାଙ୍କ ନେତୃତ୍ବରେ ଦିଲ୍ଲୀ ପୋଲିସର ଏକ ଟିମ୍‌ ରାହୁଲ ଗାନ୍ଧୀଙ୍କ ବାସଭବନରେ ପହଞ୍ଚିଥିଲା । ରାହୁଲ ଦେଇଥିବା ମନ୍ତବ୍ୟ ସମ୍ପର୍କରେ ପୋଲିସକୁ ସୂଚନା ଦିଅନ୍ତୁ ବୋଲି ପୋଲିସ କହିଥିଲା । ସୂଚନା ମିଳିଲେ ପୋଲିସ ପୀଡିତା ମହିଳାଙ୍କ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ବୋଲି ସିପି ହୁଡ୍ଜା କହିଥିଲେ । ଅନ୍ୟପଟେ କଂଗ୍ରେସ ଏହି କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଛି । ପୋଲିସ ଏପରି କରି କଂଗ୍ରେସକୁ ଭୟଭୀତ କରିପାରିବ ନାହିଁ ବୋଲି କଂଗ୍ରେସ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି । କେନ୍ଦ୍ରରେ ବିଜେପି ନେତୃତ୍ବାଧୀନ ସରକାର ଆଦାନୀ ପ୍ରସଙ୍ଗରୁ ଦେଶବାସୀଙ୍କ ଧ୍ୟାନ ହଟାଇବା ପାଇଁ ଏପରି ଉଦ୍ଦେଶ୍ୟମୂଳକ ଭାବେ କରୁଛି । ଏପରି କରିବା ଦ୍ବାରା କଂଗ୍ରେସ ଭୟଭୀତ ହେବ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.