ସକାଳୁ ରାହୁଲ ଗାନ୍ଧୀଙ୍କ ଘରେ ପହଞ୍ଚିଲା ଦିଲ୍ଲୀ ପୋଲିସ

author img

By

Published : Mar 19, 2023, 1:31 PM IST

ରାହୁଲ ଗାନ୍ଧୀଙ୍କ ଘରେ ପହଞ୍ଚିଲା ଦିଲ୍ଲୀ ପୋଲିସ

ଗଣଦୁଷ୍କର୍ମ ପୀଡିତାଙ୍କ ସଂକ୍ରାନ୍ତରେ ଜାଣିବା ପାଇଁ ରାହୁଲ ଗାନ୍ଧୀଙ୍କ ବାସଭବନରେ ପହଞ୍ଚିଲା ଦିଲ୍ଲୀ ପୋଲିସ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆଜି ସକାଳୁ ଦିଲ୍ଲୀ ପୋଲିସ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବାସଭବନରେ ପହଞ୍ଚିଛି । ଭାରତ ଯୋଡ ଯାତ୍ରା ସମୟରେ କଂଗ୍ରେସ ନେତା ଭେଟିଥିବା ଗଣଦୁଷ୍କର୍ମ ପୀଡିତାଙ୍କ ସଂକ୍ରାନ୍ତରେ ଅଧିକ ଜାଣିବା ପାଇଁ ପୋଲିସ ତାଙ୍କ ଘରକୁ ଯାଇଛି । ଏହି ପରିପ୍ରେକ୍ଷୀରେ ପୂର୍ବରୁ ପୋଲିସ ରାହୁଲଙ୍କୁ ନୋଟିସ ମଧ୍ୟ ପଠାଇଥିଲା । ସେ ପୀଡିତାଙ୍କ ସମ୍ପର୍କରେ ତଥ୍ୟ ରଖନ୍ତୁ ବୋଲି କୁହାଯାଇଥିଲା । ଯଦ୍ବାରା ପୋଲିସ ସମ୍ପୃକ୍ତ ଦୁଷ୍କର୍ମ ପୀଡିତାଙ୍କ ସମ୍ପର୍କରେ ଜାଣି ଅପରାଧୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇପାରିବେ ।

ସେଥିପାଇଁ ଆଜି ସକାଳୁ ଦିଲ୍ଲୀର ସ୍ପେଶାଲ ପୋଲିସ କମିଶନର (Law and Order) ସାଗର ପ୍ରୀତ ହୁଡା କିଛି ପୋଲିସ କର୍ମୀଙ୍କ ସହ ୱାୟନାଡ ସାଂସଦ ରାହୁଲଙ୍କ ବାସଭବନରେ ପହଞ୍ଚିଥିଲେ । ରାହୁଲ ନିଜ ବୟାନରେ କହିଥିବା ଦୁଷ୍କର୍ମ ପୀଡିତାଙ୍କ ସମ୍ପର୍କରେ ଜାଣିବାକୁ ସେ ତାଙ୍କ ସହ ଆଲୋଚନା ପାଇଁ ଯାଇଥିଲେ । ଏନେଇ ଗଣମାଧ୍ୟମ ଆଗରେ ସ୍ପେଶାଲ ସିପି ହୁଡା କହିଛନ୍ତି, ''ଆମେ ରାହୁଲ ଗାନ୍ଧୀଙ୍କ ସହ କଥା ହେବାକୁ ଏଠାକୁ ଆସିଛୁ । ଜାନୁୟାରୀ ୩୦ ତାରିଖ ଦିନ ଭାରତ ଯୋଡ ଯାତ୍ରା ସମୟରେ ଗଣଦୁଷ୍କର୍ମ ପୀଡିତାଙ୍କ ସମ୍ପର୍କରେ ସେ ଯେଉଁ କଥା କହିଥିଲେ ସେହି ବିଷୟରେ ତାଙ୍କଠାରୁ ଅଧିକ ଜାଣିବା ପାଇଁ ଚାହୁଁଛୁ । ଯାହାଦ୍ବାରା ଅଭିଯୁକ୍ତଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନେଇ ପୀଡିତାଙ୍କୁ ନ୍ୟାୟ ଦିଆଯାଇପାରିବ ।''

ଏହାମଧ୍ୟ ପଢନ୍ତୁ: ଅମ୍ରିତପାଲ ସିଂହଙ୍କୁ ପଳାତକ ଘୋଷିତ କଲା ପୋଲିସ, ପଞ୍ଜାବରେ ସୁରକ୍ଷା କଡାକଡି

ପ୍ରକାଶଥାଉ କି, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ସାଧାରଣ ସଭାକୁ ସମ୍ବୋଧିତ କରି କହିଥିଲେ ଯେ, ଦେଶରେ ମହିଳାମାନେ ଏବେ ବି ଯୌନ ନିର୍ଯାତନାର ଶିକାର ହେଉଛନ୍ତି । ଭାରତ ଯୋଡ ଯାତ୍ରା ସମୟରେ ସେ ଦୁଇ ଜଣ ଗଣଦୁଷ୍କର୍ମ ପୀଡିତାଙ୍କୁ ଭେଟିଥିଲେ ଯେଉଁମାନେ ଥାନାରେ ଅଭିଯୋଗ କରିବାକୁ ମନା କରିଥିଲେ । କିଛି ଦିନ ତଳେ ନିଜ ଲଣ୍ଡନ ଯାତ୍ରାକୁ ନେଇ ମଧ୍ୟ ରାହୁଲ ବେଶ୍ ବିବାଦରେ ରହିଛନ୍ତି । ଲଣ୍ଡନରେ ଗଣତନ୍ତ୍ର ବିପଦରେ ଥିବା କହି ସେ ଶାସକ ଦଳ ନେତାଙ୍କ ସମାଲୋଚନାର ସରବ୍ୟ ପାଲଟିଛନ୍ତି । ଗଣତନ୍ତ୍ରକୁ ଅପମାନ କରିବା ରାହୁଲଙ୍କ ଅଭ୍ୟାସ ବୋଲି ବିଜେପି କହୁଥିବାବେଳେ ଏହାକୁ ନେଇ ସଂସଦରେ ମଧ୍ୟ ଝଡ ଉଠିଛି ।

ଏହାମଧ୍ୟ ପଢନ୍ତୁ: ପ୍ରେମିକ ସହ ମିଶି ଭାଇକୁ କାଟି ଫିଙ୍ଗିଦେଲା ଭଉଣୀ, ୮ ବର୍ଷ ପରେ ଦୁଇ ହତ୍ୟାକାରୀ ଗିରଫ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.