ETV Bharat / bharat

ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିପାରନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ

author img

By

Published : Aug 11, 2021, 6:57 AM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ଭେଟିପାରନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ । ଏନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି । ଅଧିକ ପଢନ୍ତୁ...

ମୋଦିଙ୍କୁ ଭେଟିପାରନ୍ତି ପଞ୍ଜାବ ମୁଖ୍ୟମୁନ୍ତ୍ରୀ; ନୂଆ କୃଷି ଆଇନକୁ ନେଇ ହେବ ଚର୍ଚ୍ଚା
ମୋଦିଙ୍କୁ ଭେଟିପାରନ୍ତି ପଞ୍ଜାବ ମୁଖ୍ୟମୁନ୍ତ୍ରୀ; ନୂଆ କୃଷି ଆଇନକୁ ନେଇ ହେବ ଚର୍ଚ୍ଚା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ଭେଟି ପାରନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ । ଏନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି । ନୂଆ କୃଷି ଆଇନକୁ ନେଇ ଆଲୋଚନା ମଧ୍ୟ କରିପାରନ୍ତି । ଏହାସହ ସ୍ବାଧୀନତା ଦିବସକୁ ଆଖି ଆଗରେ ରଖି ପଞ୍ଜାବରେ ସୁରକ୍ଷା ବ୍ୟବସ୍ଥା ନେଇ ମଧ୍ୟ ଚର୍ଚ୍ଚା କରିପାରନ୍ତି ।

ଗତ ମାସରେ ଅମରିନ୍ଦର ସିଂ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ଚିଠି ଲେଖିଥିଲେ । ତୁରନ୍ତ ଆନ୍ଦୋଳନକାରୀ ଚାଷୀଙ୍କ ସହ ଆଲୋଚନା ଆରମ୍ଭ କରିବାକୁ ଅନୁରୋଧ କରିଥିଲେ । ଚିଠିରେ ସେ ସେ ଦର୍ଶାଇ ଥିଲେ ଯେ, ଗତ ସାତ ମାସ ଧରି କୃଷକମାନେ ନୂତନ କୃଷି ଆଇନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଏବଂ ସେମାନଙ୍କର ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବରେ ଚାଲିଛି । ଆଇଏସଆଇ ଦ୍ୱାରା ସେମାନେ ସୀମା ପାର କରିବାକୁ ଧମକ ମଧ୍ୟ ଦେଇଥିବା ଚିଠିରେ ଉଲ୍ଲେଖ କରିଥିଲେ।

ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ମଧ୍ୟ ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ଥିଲେ । ଗୃହମନ୍ତ୍ରୀଙ୍କ ସହ ହୋଇଥିବା ବୈଠକରେ ପଞ୍ଜାବ ସିଏମ ନୂତନ କୃଷି ଆଇନକୁ ରଦ୍ଦ କରିବାକୁ ଦାବି କରିଥିଲେ । ଯାହା ଉତ୍ତର ଭାରତର ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି । ଦୀର୍ଘ ଦିନ ଧରି ଚାଲିଥିବା ଚାଷୀଙ୍କ ଆନ୍ଦୋଳନ ଉପରେ ସିଂ ଚେତାବନୀ ଦେଇ କହିଥିଲେ ଯେ, ଏହି ବିରୋଧ ଗୁଡିକ ବର୍ତ୍ତମାନ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବରେ ଚାଲିଛି । ଆସନ୍ତାବର୍ଷରେ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଚାଷୀ ଆନ୍ଦୋଳନ ଆଗକୁ ଉତ୍ତେଜନାପୂର୍ଣ୍ଣ ହୋଇପାରେ ।

ସ୍ବାଧୀନତା ଦିବସ ପୂର୍ବରୁ ରାଜ୍ୟ ପାଇଁ ସୁରକ୍ଷା ମାଗିଥିଲେ ମୁଖ୍ୟମନ୍ତ୍ରୀ । ଏବଂ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଥିବାରୁ ୨୫ଟି ବିଏସଏଫ ଫୋର୍ସ ଓ ଆଣ୍ଟି ଡ୍ରୋନ ସିଷ୍ଟମ ସୁରକ୍ଷା ଶାହଙ୍କ ନିକଟରେ ଦାବି ରଖିଥିଲେ । ସିଏମଓ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ, ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ସ୍ଥାପନ ଏବଂ ସାଧାରଣ ସଭା ଗୁଡିକର ସୁରକ୍ଷା ପ୍ରତି ସମ୍ଭାବ୍ୟ ବିପଦ ଅଛି । ସୂଚନା ଥାଉକି ଆସନ୍ତା ବର୍ଷ ଫେବୃଆରୀ-ମାର୍ଚ୍ଚ 2022ରେ ପଞ୍ଜାବ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.