ଶହୀଦ ଯବାନଙ୍କୁ କାନ୍ଧ ଦେଲେ ମୁଖ୍ୟମନ୍ତ୍ରୀ

author img

By

Published : Oct 13, 2021, 5:26 PM IST

ଶହୀଦ ଯବାନଙ୍କୁ କାନ୍ଧ ଦେଲେ ମୁଖ୍ୟମନ୍ତ୍ରୀ

ଶହୀଦ ସିପାହୀ ଗଜ୍ଜନ ସିଂହଙ୍କୁ ଦିଆଯାଉଛି ଶେଷ ଶ୍ରଦ୍ଧାଞ୍ଜଳୀ । ଆଉ ଏହି ଅବସରରେ ଉପସ୍ଥିତ ରହି ଶହୀଦଙ୍କୁ କାନ୍ଧ ଦେଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି । ଅଧିକ ପଢନ୍ତୁ...

ଚଣ୍ଡିଗଡ: ଜମ୍ମୁ କାଶ୍ମୀର ପୁଞ୍ଚ ଅପରେସନରେ ପ୍ରାଣ ହରାଇଥିବା ଯବାନଙ୍କୁ ଝୁରୁଛି ମାତୃଭୂମି । ଶହୀଦଙ୍କ ଗାଁରେ ଶୋକାକୂଳ ପରିବେଶ । ଏହିକ୍ରମରେ ଶହୀଦ ସିପାହୀ ଗଜ୍ଜନ ସିଂହଙ୍କୁ ଦିଆଯାଉଛି ଶେଷ ଶ୍ରଦ୍ଧାଞ୍ଜଳୀ । ଆଉ ଏହି ଅବସରରେ ଉପସ୍ଥିତ ରହି ଶହୀଦଙ୍କୁ କାନ୍ଧ ଦେଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ।

ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ ସହ ପଞ୍ଜାବ ବିଧାନସଭା ବାଚସ୍ପତି ରାଣା କେପି ସିଂହ ଆତଙ୍କବାଦ ବିରୋଧୀ ଅପରେସନ ସମୟରେ ପ୍ରାଣ ହରାଇଥିବା ଯବାନ ଗଜ୍ଜନ ସିଂଙ୍କ ମର ଶରୀରରକୁ ତାଙ୍କ ଗାଁରେ କାନ୍ଧ ଦେଇଛନ୍ତି । ଏହି ସମୟରେ ଲୋକଙ୍କ ଭିଡ ସେଠାରେ ଉପସ୍ଥିତ ରହି ଶହୀଦ ଗଜ୍ଜନ ସିଂଙ୍କୁ ଜଣାଇଛନ୍ତି ଶେଷ ବିଦାୟ ।

ପୁଞ୍ଚ ସେକ୍ଟରରେ ଘଟିଥିବା ବଡ ଧରଣର ଆତଙ୍କବାଦୀ ଆକ୍ରମଣରେ ୫ ଯବାନ ଶହୀଦ ହୋଇଥିଲେ । ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଘମାଘୋଟ ଗୁଳିବର୍ଷଣ ପରେ ଭାରତୀୟ ସେନାର ଜଣେ ଜୁନିଅର କମିଶନ ଅଫିସର ଓ ୪ ଜଣ ଯବାନ ଶହୀଦ ହୋଇଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.