ETV Bharat / bharat

ଡିସେମ୍ବର ପହିଲାରୁ ପଞ୍ଜାବରେ ନାଇଟ କର୍ଫ୍ୟୁ, ନିୟମ ଖିଲାପକାରୀଙ୍କୁ 1 ହଜାର ଫାଇନ

author img

By

Published : Nov 25, 2020, 5:48 PM IST

ଆଜି(ବୁଧବାର) ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଆସନ୍ତା ଡିସେମ୍ବର ମାସରୁ ରାଜ୍ୟରେ ଅନେକ ନୂଆ କୋଭିଡ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଡିସେମ୍ବର ପହିଲାରୁ ପଞ୍ଜାବରେ ନାଇଟ କର୍ଫ୍ୟୁ
ଡିସେମ୍ବର ପହିଲାରୁ ପଞ୍ଜାବରେ ନାଇଟ କର୍ଫ୍ୟୁ

ଚଣ୍ଡିଗଡ: ଦେଶରେ କୋରୋନା ଭାଇରସର ଦ୍ବିତୀୟ ୱେଭ ଆରମ୍ଭ ହୋଇଛି । ରାଜଧାନୀ ଦିଲ୍ଲୀ-ଏନସିଆରରେ କୋଭିଡ-19ର ଗମ୍ଭୀର ସ୍ଥିତି ମଧ୍ୟରେ ପଞ୍ଜାବରେ ମଧ୍ୟ କୋରୋନାର ଦ୍ବିତୀୟ ଲହରୀ ଆରମ୍ଭ ହେଉଥିବା ଦେଖିବାକୁ ମିଳିଛି । ଯାହାକୁ ଦେଖି ଆଜି(ବୁଧବାର) ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଆସନ୍ତା ଡିସେମ୍ବର ମାସରୁ ରାଜ୍ୟରେ ଅନେକ ନୂଆ କୋଭିଡ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଯେଉଁଥିରେ ଡିସେମ୍ବର 1ରୁ ରାଜ୍ୟର ସବୁ ସହର ଓ ଅଞ୍ଚଳରେ ଲାଗୁ ହେବାକୁ ଯାଉଛି ରାତ୍ରୀକାଳିନ କର୍ଫ୍ୟୁ । ଏହାସହ ମାସ୍କ ନପିନ୍ଧିବା ଓ ସାମାଜିକ ଦୂରତା ନିୟମର ପାଳନ ନକଲେ ଖିଲାପକାରୀଙ୍କ ଠାରୁ ଦ୍ବିଗୁଣା ଜୋରିମାନା ଆଦାୟ କରାଯିବ ବୋଲି କଡା ନିର୍ଦ୍ଦେଶ ହୋଇଛି । ଏହି ନିର୍ଦ୍ଦେଶର ସମୀକ୍ଷା ଆସନ୍ତା ଡିସେମ୍ବର 15ରେ କରାଯିବ ।

ନିର୍ଦ୍ଦେଶରେ ସିଏମ ଅମରିନ୍ଦର କହିଛନ୍ତି ଯେ, ରାଜ୍ୟର ସମସ୍ତ ହୋଟେଲ, ରେସ୍ତୋରାଂ ଏବଂ ବିବାହ ମଣ୍ଡପ ଗୁଡିକର ଖୋଲିବା ସମୟ ମଧ୍ୟ ରାତି 9.30 ଯାଁଏ ରହିବ । କର୍ଫ୍ୟୁ ରାତି 10 ଟାରୁ ଆରମ୍ଭ ହୋଇ ସକାଳ 5ଟା ଯାଏଁ ବଳବତ୍ତର ରହିବ ।

ଏହାସହ କୌଣସି ପରିସ୍ଥିତିରେ ମଧ୍ୟ ଲୋକଙ୍କୁ ନିୟମ ଉଂଲ୍ଲଘନ ନକରିବାକୁ ସତର୍କ କରିଛନ୍ତି । ଏହାସହ କୋଭିଡ ନିୟମର ଉଂଲ୍ଲଘନ କଲେ ଜୋରିମାନା ବର୍ତମାନ 500 ଟଙ୍କାରୁ 1 ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.