ETV Bharat / bharat

ନିର୍ବାଚନୀ ସଭାରେ ବାପାଙ୍କୁ ମନେ ପକାଇଲେ ପ୍ରିୟଙ୍କା, କହିଲେ ରାଜୀବ ଆମେଠୀବାସୀଙ୍କ ଗାଳି ମଧ୍ୟ ଶୁଣୁଥିଲେ

author img

By ETV Bharat Odisha Team

Published : Nov 15, 2023, 9:24 PM IST

ମଧ୍ୟ ପ୍ରଦେଶରେ ସରିଲା ପ୍ରଚାର । ଶେଷ ଦିନରେ ଗର୍ଜିଲେ ସବୁ ରାଜନୈତିକ ଦଳର ହେଭିଓ୍ବେଟ୍‌ । ଦାଟିଆରେ ଦଳ ପାଇଁ ଭୋଟ ମାଗି ବିଜେପିକୁ ଘେରିଲେ ପ୍ରିୟଙ୍କା ଗାନ୍ଧୀ, ବାପା ରାଜୀବଙ୍କୁ ମନେ ପକାଇ ସିନ୍ଧିଙ୍କୁ କଲେ ଟାର୍ଗେଟ । ଅଧିକ ପଢ଼ନ୍ତୁ

ବାପାଙ୍କୁ ମନେ ପକାଇଲେ ପ୍ରିୟଙ୍କା, କହିଲେ ଆମେଠୀବାସୀ ରାଜୀବଙ୍କୁ ନିଜର ଭାବି ଗାଳି ମଧ୍ୟ ଦେଉଥିଲେ
ବାପାଙ୍କୁ ମନେ ପକାଇଲେ ପ୍ରିୟଙ୍କା, କହିଲେ ଆମେଠୀବାସୀ ରାଜୀବଙ୍କୁ ନିଜର ଭାବି ଗାଳି ମଧ୍ୟ ଦେଉଥିଲେ

ଭୋପାଲ: ଆଜି ମଧ୍ୟ ପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନ ଥିଲା । ଶେଷ ଦିନରେ ସମସ୍ତ ରାଜନୈତିକ ଦଳର ଭେଟେରାନ୍ ନେତାମାନେ ଯଥାସମ୍ଭବ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଆପ୍ରାଣ ଚେଷ୍ଟା କରିଛନ୍ତି । ଏହି କ୍ରମରେ ଆଜି(ବୁଧବାର) କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଦାଟିଆରେ ଦଳ ପକ୍ଷରୁ ଆୟୋଜିତ ନିର୍ବାଚନୀ ସଭାକୁ ସମ୍ବୋଧିତ କରି କଂଗ୍ରେସ ପାଇଁ ଭୋଟ ମାଗିବା ସହ ବିଜେପି ଉପରେ ଏକାଧିକ ପ୍ରସଙ୍ଗରେ ବର୍ଷିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବାପା ରାଜୀବ ଗାନ୍ଧୀଙ୍କ ଲୋକପ୍ରିୟତା ଓ ଜଣେ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ କାମ କରିବାର ତରିକାକୁ ମନେ ପକାଇଛନ୍ତି ପ୍ରିୟଙ୍କା । ରାଜୀବ ଗାନ୍ଧୀଙ୍କ ଲୋକଙ୍କ ପ୍ରଧାନମନ୍ତ୍ରୀ ଥିଲେ, ଲୋକଙ୍କ ଠାରୁ ଗାଳି ମଧ୍ୟ ଶୁଣୁଥିଲେ ବୋଲି ପ୍ରିୟଙ୍କା କହିଛନ୍ତି ।

ପ୍ରିୟଙ୍କା, ରାଜୀବ ଗାନ୍ଧୀଙ୍କ କଥା ମନେ ପକାଇ ତାଙ୍କ ଗୃହ ସଂସଦୀୟ କ୍ଷେତ୍ର ଆମେଠୀର ଉଦାହରଣ ଦେଇଥିଲେ । କହିଥିଲେ, ରାଜୀବ ପ୍ରଧାନମନ୍ତ୍ରୀ ଥିବା ବେଳେ କାମ ନହୋପାରିଲେ ଲୋକେ ତାଙ୍କୁ ଗାଳି ଦେଉଥିଲେ । ସ୍ଥାନୀୟ ଲୋକଙ୍କ ସମସ୍ୟା ସମାଧାନ ନହେଲେ ଭୋଟ ମିଳିବନାହିଁ ବୋଲି ଚେତାବନୀ ମଧ୍ୟ ଦେଉଥିଲେ । ରାଜୀବ ଲୋକଙ୍କ ସମସ୍ୟା ଗ୍ରହଣ କରୁଥିଲେ । ତାକୁ ସମାଧନ ମଧ୍ୟ କରୁଥିଲେ । ଲୋକଙ୍କଠାରୁ ଏପରି ବ୍ୟବହାର ବେଳେ ରାଜୀବ କେବେ ନିଜକୁ ପ୍ରଧାନମନ୍ତ୍ରୀ କିମ୍ବା ବିଶିଷ୍ଟ ବ୍ୟକ୍ତିବିଶେଷ ବୋଲି ଭାବୁନଥିଲେ । ସେ ଲୋକଙ୍କ ପାଇଁ କାମ କରୁଥିଲେ ବୋଲି ପ୍ରିୟଙ୍କା କହିଥିଲେ । ଏହି ଉଦାହରଣ ସହ ସେ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ କଡା ସମାଲୋଚନା କରିଥିଲେ । ସିନ୍ଧିଆଙ୍କର ମହାରାଜ ଠାଣି ଏବେବି ଯାଇନି । ତାଙ୍କୁ ସାଧାରଣ ଲୋକେ ମହାରାଜ ବୋଲି ସମ୍ବୋଧନ ନକେଲେ, ତାଙ୍କୁ ବହୁତ କ୍ରୋଧ ଆସେ ବୋଲି ସ୍ଥାନୀୟ ଲୋକଙ୍କଠାରୁ ଶୁଣିବାକୁ ମଳୁଛି ବୋଲି ପ୍ରିୟଙ୍କା କହିଥିଲେ ।

ଏହା ମଧ୍ୟ ପଢନ୍ତୁ :-କଂଗ୍ରେସରେ ମିଶିଲେ ବିଜେପି ସଂଖ୍ୟାଲଘୁ ନେତା ଅମିନ ପଠାନ, ପ୍ରଧାନମନ୍ତ୍ରୀଙ୍କୁ 7ଟି ପ୍ରଶ୍ନ କଲେ ଗେହେଲଟ

ବ୍ରିଟିଶ ଓ ବର୍ତ୍ତମାନର ଶାସକମାନଙ୍କ ମଧ୍ୟରେ ପାର୍ଥକ୍ୟ କ’ଣ :

ପ୍ରିୟଙ୍କା ଆହୁରି ମଧ୍ୟ କହିଛନ୍ତି,‘‘ଆପଣ ଓ ଆମର ପୂର୍ବଜମାନେ ସ୍ୱାଧୀନତା ପାଇଁ ଲଢିଛନ୍ତି । ସ୍ବାଧୀନତାର ପ୍ରକୃତ ଅର୍ଥ କଣ । ଏହାର ଅର୍ଥ ହେଉଛି ଦେଶର ଶକ୍ତି ଓ ଧନ ଆପଣଙ୍କ ହାତରେ ରହିବା ଉଚିତ୍ । ନଚେତ୍ ଏଠାରେ ବ୍ରିଟିଶ ଓ ବର୍ତ୍ତମାନର ଶାସକମାନଙ୍କ ମଧ୍ୟରେ ପାର୍ଥକ୍ୟ କ’ଣ ?’’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.