ETV Bharat / bharat

G20 Summit: ସମନ୍ବୟ କମିଟି ବୈଠକରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

author img

By ETV Bharat Odisha Team

Published : Aug 30, 2023, 11:04 PM IST

ନୂଆଦିଲ୍ଲୀରେ ଜି - ୨୦ ର ମୁଖ୍ୟ ସମ୍ମିଳନୀ ପାଇଁ ଲଜିଷ୍ଟିକ, ପ୍ରୋଟୋକଲ, ସୁରକ୍ଷା ଓ ଗଣମାଧ୍ୟମ ସମ୍ବନ୍ଧୀୟ ବ୍ୟବସ୍ଥା ସମ୍ପର୍କରେ ପ୍ରମୁଖ ଶାସନ ସଚିବ ସମୀକ୍ଷା କରିଛନ୍ତି । ଏହି ବୈଠକରେ ଜି -୨୦ ସଚିବାଳୟ ଏବଂ ବୈଦେଶିକ ବ୍ୟାପାର, ଗୃହ, ସଂସ୍କୃତି, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଟେଲିକମ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଅଧିକ ପଢନ୍ତୁ

G20 Summit: ସମନ୍ବୟ କମିଟି ବୈଠକରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ
G20 Summit: ସମନ୍ବୟ କମିଟି ବୈଠକରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ନୂଆଦିଲ୍ଲୀ: ନବମ ଜି - ୨୦ ସମନ୍ବୟ କମିଟି ବୈଠକର ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ଶାସନ ସଚିବ ଡଃ ପ୍ରମୋଦ କୁମାର ମିଶ୍ର । ବୈଠକରେ ଜି-20 ବୈଠକକୁ ନେଇ ବିସ୍ତୃତ ସମୀକ୍ଷା କରିବା ସହିତ ସମସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ ହୋଇଥିଲେ ।

ନୂଆଦିଲ୍ଲୀରେ ଜି - ୨୦ ର ମୁଖ୍ୟ ସମ୍ମିଳନୀ ପାଇଁ ଲଜିଷ୍ଟିକ, ପ୍ରୋଟୋକଲ, ସୁରକ୍ଷା ଓ ଗଣମାଧ୍ୟମ ସମ୍ବନ୍ଧୀୟ ବ୍ୟବସ୍ଥା ସମ୍ପର୍କରେ ପ୍ରମୁଖ ଶାସନ ସଚିବ ସମୀକ୍ଷା କରିଛନ୍ତି । ଏହି ବୈଠକରେ ଜି -୨୦ ସଚିବାଳୟ ଏବଂ ବୈଦେଶିକ ବ୍ୟାପାର, ଗୃହ, ସଂସ୍କୃତି, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଟେଲିକମ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଏହାବି ପଢନ୍ତୁ- G-20 Summit: ଦିଲ୍ଲୀକୁ ଆସିବେ ଅନ୍ତର୍ଜାତୀୟ ଅତିଥି ଓ ପ୍ରତିନିଧି, ସହାୟତା ପାଇଁ ପ୍ରସ୍ତୁତ ସ୍ବତନ୍ତ୍ର ୱାର୍କଫୋର୍ସ

ଭାରତ ମଣ୍ଡପମର କ୍ଷେତ୍ର ଓ କାର୍ଯ୍ୟସ୍ଥଳୀରେ କାମ ସନ୍ତୋଷଜନକ ଭାବେ ଚାଲିଛି । ଏକ ଅନନ୍ୟ ଭାରତୀୟ ଅନୁଭୂତି ପାଇଁ ଭାରତ ମଣ୍ଡପମରେ ସଂସ୍କୃତି ଏବଂ ‘ଗଣତନ୍ତ୍ରର ମାତା' ଭାରତ ଉପରେ ପ୍ରଦର୍ଶନୀ ଆୟୋଜନ କରାଯାଉଛି । ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ କାର୍ଯ୍ୟକ୍ରମ ସ୍ଥଳରେ ନଟରାଜ ପ୍ରତିମୂର୍ତ୍ତି ସ୍ଥାପନର ଅଗ୍ରଗତି ଏବଂ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ନେତା ମାନଙ୍କର ପତ୍ନୀମାନଙ୍କ ପାଇଁ ସ୍ବତନ୍ତ୍ର ଭାବରେ ପ୍ରସ୍ତୁତ ହୋଇଥିବା କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ ।

ପ୍ରଥମ ଥର ପାଇଁ , ଜି- ୨୦ ପାଇଁ 'ଜି- ୨୦ ଇଣ୍ଡିଆ' ନାମକ ଏକ ମୋବାଇଲ ଆପ ପ୍ରସ୍ତୁତ କରାଯାଇଛି। ଯାହା ଏବେ ଉଭୟ ଆଣ୍ଡ୍ରଏଡ ଓ ଆଇଓଏସରେ ଡାଉନଲୋଡ ପାଇଁ ଉପଲବ୍ଧ । ଭାରତ ମଣ୍ଡପମରେ ପ୍ରତିଷ୍ଠା ହେବାକୁ ଥିବା 'ଇନୋଭେସନ ହବ' (ନବସୃଜନ କେନ୍ଦ୍ର) ଏବଂ 'ଡିଜିଟାଲ ଇଣ୍ଡିଆ ଏକ୍ସପେରିମେଣ୍ଟାଲ ହବ' (ଡିଜିଟାଲ ଇଣ୍ଡିଆ ପରୀକ୍ଷଣ କେନ୍ଦ୍ର) ଜରିଆରେ ଜି- ୨୦ ପ୍ରତିନିଧି ଓ ଗଣମାଧ୍ୟମର ସଦସ୍ୟମାନେ ଡିଜିଟାଲ ଇଣ୍ଡିଆକୁ ପ୍ରତ୍ୟକ୍ଷ ଭାବେ ଦେଖିବେ ।

ଲଜିଷ୍ଟିକ ଦୃଷ୍ଟିକୋଣରୁ ଡ୍ରିଲ ଆୟୋଜନ କରାଯିବା ସହ ଆଗାମୀ ଦିନରେ ଡ୍ରେସ ରିହର୍ସାଲ କରିବାକୁ ଯୋଜନା କରାଯାଇଛି । ସମ୍ପୃକ୍ତ ଅଧିକାରୀମାନେ ସୁରକ୍ଷା ଦିଗ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବଙ୍କୁ ଅବଗତ କରାଇଥିଲେ । ଜନସାଧାରଣଙ୍କ ପାଇଁ ଟ୍ରାଫିକ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ସୁରକ୍ଷା ଓ ପ୍ରୋଟୋକଲ କାରଣରୁ କଟକଣା ଜାରି କରା ଯାଉଥିଲେ ମଧ୍ୟ ଜନସାଧାରଣ ଯେପରି ସର୍ବନିମ୍ନ ଅସୁବିଧାର ସମ୍ମୁଖୀନ ହେବେ ସେଥିପାଇଁ ପ୍ରୟାସ କରାଯିବା ଉଚିତ ବୋଲି ପ୍ରମୁଖ ସଚିବ ଗୁରୁତ୍ବାରୋପ କରିଥିଲେ । ସହରରେ ଅତ୍ୟାବଶ୍ୟକ ସେବା ଯେପରି ପ୍ରଭାବିତ ନ ହେବ ସେଥିପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଶିଖର ସମ୍ମିଳନୀ ପାଇଁ ଗଣମାଧ୍ୟମ ବ୍ୟବସ୍ଥାର ମଧ୍ୟ ସମୀକ୍ଷା କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ବିଦେଶୀ ଗଣମାଧ୍ୟମକୁ ମିଶାଇ ୩୬୦୦ ରୁ ଅଧିକ ଅନୁରୋଧ ଗ୍ରହଣ କରାଯାଇଛି । ଏଥିପାଇଁ ମାନ୍ୟତା ପତ୍ର ଜାରି କରାଯାଉଛି । ଚଳିତ ସପ୍ତାହ ଶେଷ ସୁଦ୍ଧା ଭାରତ ମଣ୍ଡପମରେ ଥିବା ମିଡିଆ କେନ୍ଦ୍ର ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯିବ ।

ଏକ ନିରପେକ୍ଷ ଶିଖର ସମ୍ମିଳନୀ ଆୟୋଜନ ପାଇଁ ଯଥାସମ୍ଭବ ପ୍ରୟାସ କରିବାକୁ ପ୍ରମୁଖ ଶାସନ ସଚିବ ସମସ୍ତ ସଂପୃକ୍ତ ଅଧିକାରୀ ଓ ସଂଗଠନ ମୁଖ୍ୟ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ଏଜେନ୍ସି ମଧ୍ୟରେ ସୁରୁଖୁରୁରେ ସମନ୍ବୟ ରକ୍ଷା ପାଇଁ ଭାରତ ମଣ୍ଡପରେ ଏକ ମଲ୍ଟି ଏଜେନ୍ସି କଣ୍ଟ୍ରୋଲ ରୁମ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ହୋଇଥିଲା । ଆସନ୍ତା କିଛି ଦିନ ଧରି ଲଗାତାର ଭାବେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଭାରତ ମଣ୍ଡପମ ସ୍ଥଳ ପରିଦର୍ଶନ କରି କାର୍ଯ୍ୟସ୍ଥଳୀରେ ପ୍ରସ୍ତୁତି ସ୍ଥିତି ଯାଞ୍ଚ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.