ଆସନ୍ତା 24ରେ ମୋଦି-ବାଇଡେନ ଆଲୋଚନା

author img

By

Published : Sep 20, 2021, 9:02 PM IST

ସେପ୍ଟେମ୍ବରରେ 24ରେ ମୋଦି-ବାଇଡେନ ଆଲୋଚନା

24 ସେପ୍ଟେମ୍ବରରେ ଦ୍ବିପାକ୍ଷିକ ଆଲୋଚନା କରିବେ ମୋଦି-ବାଇଡେନ । ଚଳିତ ସପ୍ତାହ ଆମେରିକା ଗସ୍ତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଚଳିତ ସପ୍ତାହରେ ଆମେରିକା ଗସ୍ତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ହେବ ପିଏମ ମୋଦିଙ୍କ ଭେଟଘାଟ । 24 ସେପ୍ଟେମ୍ବରରେ ଦ୍ବିପାକ୍ଷିକ ଆଲୋଚନା କରିବେ ମୋଦି-ବାଇଡେନ ।

ପ୍ରକଶ ଯେ, ଆସନ୍ତା 22ରେ ଆମେରିକା ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି ।

ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ବାଇଡେନଙ୍କ ଦ୍ବିପାକ୍ଷିକ ଆଲୋଚନା ନେଇ ଆମେରିକା ହ୍ବାଇଟହାଉସ ପକ୍ଷରୁ କରାଯାଇଛି ଘୋଷଣା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ଏହା ପ୍ରଥମ ପ୍ରତ୍ୟକ୍ଷ ଆଲୋଚନା ହେବ ।

୨୩ ସେପ୍ଟେମ୍ବରରେ ମୋଦି ଅଷ୍ଟ୍ରେଲିଆ, ଜାପାନ ରାଷ୍ଟ୍ରମୁଖ୍ୟଙ୍କୁ ସାକ୍ଷାତ କରିବେ। ଏହି ଦେଶମାନଙ୍କ ସହ ଦ୍ବିପାକ୍ଷିତ ବୈଠକ ସ୍ଥିର ହୋଇସାରିଛି । ତେବେ ଏହା ପୂର୍ବରୁ ବାଇଡେନ ମୋଦିଙ୍କ ବହୁ ପ୍ରତିକ୍ଷିତ ଭେଟଘାଟ ହେବ ।

ସେହିପରି ୨୪ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ମୋଦି ଆମେରିକା ଉପ-ରାଷ୍ଟ୍ରପତି କମଳା ହାରିସଙ୍କ ସହ ଦ୍ବିପାକ୍ଷିକ ବୈଠକରେ ସାମିଲ ହେବେ । ଉଭୟ ନେତାଙ୍କ ମଧ୍ୟରେ ଏହା ହେବ ପ୍ରଥମ ସାକ୍ଷାତକାର । ଏହା ପରେ ସେହିଦିନ ଆୟୋଜିତ ହେବ କ୍ବାଡ ରାଷ୍ଟ୍ର ମୁଖ୍ୟଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ । ବୈଠକରେ ବିଶେଷକରି ଆଞ୍ଚଳିକ ସ୍ଥିରତା, ସାଇବର ସୁରକ୍ଷା, ପ୍ରଯୁକ୍ତିବିଦ୍ୟା ଓ ଆଫଗାନ ସ୍ଥିତିକୁ ନେଇ ଆଲୋଚନା ହେବ ।

ତେବେ କ୍ବାଡ ବୈଠକରେ ଗୁରୁତ୍ବପୂର୍ଣ୍ଣ ହିନ୍ଦ- ପ୍ରଶାନ୍ତ କ୍ଷେତ୍ରକୁ ନେଇ କୌଣସି ବଡ ନିଷ୍ପତ୍ତି ନିଆଯାଇ ପାରେ । ଏତଦ ବ୍ୟତୀତ କ୍ବାଡ ବୈଠକରେ ମହାମାରୀ କୋରୋନା ଓ ଟୀକାକରଣକୁ ନେଇ ମଧ୍ୟ ଆଲୋଚନା ହୋଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.