ବ୍ରିଟେନ ରାଜା ଚାର୍ଲ୍ସଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, G-20 ମିଶନ ନେଇ ହେଲା ଆଲୋଚନା

author img

By

Published : Jan 3, 2023, 8:15 PM IST

ବ୍ରିଟେନ ରାଜା ଚାର୍ଲ୍ସଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ବ୍ରିଟେନ ରାଜା ଚାର୍ଲ୍ସ ତୃତୀୟଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ (PM Narendra Modi talk with King Charles III)। ଦୁଇ ଦେଶର ସମୂହ ସ୍ବାର୍ଥ ସହ କିଛି ବୈଶ୍ବିକ ପ୍ରସଙ୍ଗରେ ମଧ୍ୟ ହେଲା ଆଲୋଚନା । ଭାରତର ଜି-20 ଅଧ୍ୟକ୍ଷତା ନେଇ ରାଜାଙ୍କୁ ଅବଗତ କଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ବ୍ରିଟେନ ରାଜା ଚାର୍ଲ୍ସ ତୃତୀୟଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi talk with King Charles III)। ଆଜି (ମଙ୍ଗଳବାର) ସଂଧ୍ୟାରେ ଉଭୟଙ୍କ ମଧ୍ୟରେ ଏହି ଟେଲିଫୋନିକ ବାର୍ତ୍ତାଳାପ ହୋଇଛି । ତେବେ ମା’ ଏଲିଜାବେଥଙ୍କ ଦେହାନ୍ତ ପରେ ବ୍ରିଟେନ ରାଜା ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ରାଜା ଚାର୍ଲ୍ସଙ୍କ ସହ ଏହା ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ବାର୍ତ୍ତାଳାପ । ଏଥିରେ ପ୍ରଧାନମନ୍ତ୍ରୀ ଚାର୍ଲ୍ସଙ୍କ ସଫଳ କାର୍ଯ୍ୟକାଳ ନେଇ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହ ଦୁଇ ଦେଶର ମିଳିତ ସ୍ବାର୍ଥ ଓ ଅନ୍ୟ କିଛି ଗୁରୁତ୍ବପୂର୍ଣ୍ଣ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ଆଲୋଚନା ଓ ମତ ବିନିମୟ ହୋଇଥିବା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ପ୍ରଧାନମନ୍ତ୍ରୀ ମୋଦି ଏନେଇ ନିଜେ ଟ୍ବିଟ କରି କହିଛନ୍ତି, ‘‘ରାଜା ଚାର୍ଲ୍ସଙ୍କ ସହ ଆଲୋଚନା କରି ମୁଁ ଖୁସି ଅନୁଭବ କରୁଛି । ଦୁଇ ଦେଶର ସାମୂହିକ ସ୍ବାର୍ଥ ସମ୍ପର୍କିତ ପ୍ରସଙ୍ଗ ସହ ଅନ୍ୟ କିଛି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ମତ ବିନିମୟ ହୋଇଛି । ପରିବେଶ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ ଓ ସ୍ଥିରତା ପରି ବୈଶ୍ବିକ ପ୍ରସଙ୍ଗ ସହ ଭାରତ ଅଧ୍ୟକ୍ଷତାରେ ହେବାକୁ ଥିବା ଚଳିତଥରର ଜି-20 ବୈଠକ ନେଇ ମଧ୍ୟ ଆଲୋଚନା ହୋଇଛି ।’’

“କମନ ଓ୍ବେଲଥ୍ ଅଫ୍ ନେସନ୍ସ’’ ଏବଂ ଏହାର କାର୍ଯ୍ୟକାରିତାକୁ କିପରି ଅଧିକ କ୍ରିୟାଶୀଳ କରାଯିବ ସେନେଇ ଉଭୟ ମତ ବିନିମୟ କରିଥିଲେ । ସେହିପରି ଉଭୟ ଭାରତ ଓ ବ୍ରିଟେନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ କରିବା ଦିଗରେ ଆଲୋଚନା ହୋଇଥିଲା । ବ୍ରିଟେନରେ ଥିବା ଭାରତୀୟ ସମ୍ପ୍ରଦାୟର ଭୂମିକାକୁ ରାଜା ଚାର୍ଲ୍ସ ପ୍ରଶଂସା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.