PM Modis Security Breached: ପୁଣି ମୋଦିଙ୍କ ସୁରକ୍ଷାରେ ବିଭ୍ରାଟ, ଡ୍ରୋନକୁ ଗୁଳି କରି ଖସାଇଲା NSG

author img

By

Published : Nov 24, 2022, 9:43 PM IST

Updated : Nov 24, 2022, 10:00 PM IST

PM Modis Security Breached: ପୁଣି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ବିଭ୍ରାଟ, ଠାବ ହେଲା ଡ୍ରୋନ

ଗୁଜୁରାଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ସୁରକ୍ଷାରେ ପୁଣି ବିଭ୍ରାଟ (PM Modis Security Breached) । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସ୍ଥଳରେ ଉଡିଲା ଅଜଣା ଡ୍ରୋନ । ଗୁଳି କରି ଖାସାଇଲା ସୁରକ୍ଷାକର୍ମୀ । 3 ଗିରଫ ଅଧିକ ପଢନ୍ତୁ

ହାଇଦ୍ରାବାଦ: ଗୁଜୁରାଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ସୁରକ୍ଷାରେ ପୁଣି ବିଭ୍ରାଟ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସ୍ଥଳରେ ଠାବ ହେଲା ଅଜଣା ଡ୍ରୋନ । ଭବଲାରେ ପ୍ରଧାନମନ୍ତ୍ରୀ ସାମିଲ ହେବାକୁ ଥିବା ଆୟୋଜିତ କାର୍ଯ୍ୟକ୍ରମ ସ୍ଥଳକୁ ନୋ-ଫ୍ଲଇଂ ଜୋନ ଘୋଷଣା କରାଯାଇଥିଲା । ତେବେ କିଛି ସ୍ଥାନୀୟ ଯୁବକ ଏହି ଡ୍ରୋନ ଉଡାଇଥିବା ଜଣାପଡିଛି । ଡ୍ରୋନଟି ଦୃଶ୍ୟମାନ ହେବା ପରେ ତୁରନ୍ତ ତାକୁ ଗୁଳି କରି ଏନଏସଜି ଯବାନମାନେ ଗୁଳି କରି ଖସାଇଥିଲା ।

  • Gujarat | Police arrests, registers case against 3 people-Nikul Rameshbhai Parmar, Rakesh Kalubhai Bharvad & Rajeshkumar Mangilal Prajapati- for recording video using a drone & violating 'no drone fly zone' during the visit of PM Modi at Bavla today: Ahmedabad Police pic.twitter.com/B5tRz49dh0

    — ANI (@ANI) November 24, 2022 " class="align-text-top noRightClick twitterSection" data=" ">

ଘଟଣାରେ 3 ଯୁବକଙ୍କୁ ଗିରଫ କରିଛି ପୋଲିସ । ସେମାନେ ନିକୁଲ ରମେଶ ଭାଇ ପରମାର, ରାକେଶ କଲୁଭାଇ ଭାର୍ବଦ ଓ ରାଜେଶ କୁମାର ମଙ୍ଗିଲାଲ ପ୍ରଜାପତି ବୋଲି ଚିହ୍ନଟ ହୋଇଛନ୍ତି । ସେମାନେ କାର୍ଯ୍ୟକ୍ରମରେ ଭିଡିଓ ଫୁଟେଜ ସଂଗ୍ରହ କରିବା ପାଇଁ ଡ୍ରୋନ ଉଡାଇଥିବା କହିଛନ୍ତି । ତେବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ ମଧ୍ୟ ଯୁବକମାନେ କିପରି ଡ୍ରୋନ ଉଡାଇବାରେ ସଫଳ ହେଲେ ତାକୁ ନେଇ ପ୍ରଶ୍ନ ଉଠିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Nov 24, 2022, 10:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.