ETV Bharat / bharat

ମୋର ତୃତୀୟ କାର୍ଯ୍ୟକାଳରେ ଭାରତ ହେବ ବିଶ୍ବର ତୃତୀୟ ବୃହତ୍ତମ ଅର୍ଥନୀତି: ମୋଦି

author img

By ETV Bharat Odisha Team

Published : Dec 8, 2023, 9:42 PM IST

PM Modi announced his third term: ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ବୟାନ । କହିଲେ ମୋର ୩ୟ କାର୍ଯ୍ୟକାଳରେ ବିଶ୍ବରେ ଭାରତ ହେବ ବୃହତ ଶକ୍ତି । ଅଧିକ ପଢନ୍ତୁ

PM Modi announces third term
PM Modi announces third term

ଡେରାଡୁନ: ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ଼ ବୟାନ । ମୋର ୩ୟ କାର୍ଯ୍ୟକାଳରେ ବିଶ୍ବରେ ଭାରତ ହେବ ବୃହତ ଶକ୍ତି । ଆଜି (ଶୁକ୍ରବାର) ଉତ୍ତରାଖଣ୍ଡ ଗ୍ଲୋବାଲ ଇନଭେଷ୍ଟର୍ସ ସମ୍ମିଟରେ ଯୋଗ ଦେଇ ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ । ଗୋଟିଏ ପରେ ନିକଟରେ ୩ଟି ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପି ସରକାର ଆସିଥିବା ବେଳେ ଚିନ୍ତିତ ଅଛି ଇଣ୍ଡିଆ ମେଣ୍ଟ । ଏହାରି ମଧ୍ୟରେ ମୋଦି ନିଜର ତୃତୀୟ କାର୍ଯ୍ୟକାଳ ସମ୍ପର୍କରେ କହି ବିରୋଧୀଙ୍କୁ ଟାର୍ଗେଟ କରିଥିବା ଦେଖିବାକୁ ମିଳିଛି ।

  • अगले कुछ वर्षों में भारत, दुनिया की तीसरी सबसे बड़ी इकॉनॉमी बनने जा रहा है।

    स्थिर सरकार, सपोर्टिव पॉलिसी सिस्टम, रिफॉर्म से ट्रांसफॉर्म की मानसिकता और विकसित होने का आत्मविश्वास, ऐसा संयोग पहली बार बना है।

    इसलिए, मैं कहता हूं कि यही समय है, सही समय है। ये भारत का समय है।

    -… pic.twitter.com/ivLJDlew7V

    — BJP (@BJP4India) December 8, 2023 " class="align-text-top noRightClick twitterSection" data=" ">

ପୁଞ୍ଜିପତିଙ୍କୁ ଦେଲେ ଆହ୍ବାନ:- ରାଜଧାନୀ ଡେରାଡୁନରେ ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା । ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟ ଅତିଥି ଭାବେ ଏହି ସମ୍ମିଳନୀରେ ଯୋଗଦାନ କରିଥିଲେ । ମଧ୍ୟାହ୍ନ ୧୨.୨୩ରୁ ୧୨.୫୫ ପର୍ଯ୍ୟନ୍ତ ମୋଦି ନିଜର ଅଭିଭାଷଣ ରଖି ଅନେକ ଗୁରୁତ୍ବପୂର୍ଣ୍ଣ ଦିଗ ଉପରେ ଆଲୋଚନା କରିଥିଲେ । ଉତ୍ତରାଖଣ୍ଡର ମାଟିକୁ ଦେବଭୂମି ବୋଲି କହିବା ସହ ଦେଶବାସୀ ସର୍ବଦା ଏହି ମାଟି ପ୍ରତି ଋଣି ରହିବେ ବୋଲି କହିଥିଲେ । ଏହି ମାଟି ଲାଗି ପ୍ରଧାନମନ୍ତ୍ରୀଙ୍କୁ ଯଦି କିଛି କରିବାକୁ ସୁଯୋଗ ମିଳେ, ତେବେ ସୌଭାଗ୍ୟବାନ ରହିବେ ବୋଲି କହିଥିଲେ । ଏହାସହିତ ଦେବଭୂମି ଉତ୍ତରାଖଣ୍ଡରେ ଡେଷ୍ଟିନେସନ ୱେଡିଂ ପାଇଁ ଯୋଜନା କରିବାକୁ ମଧ୍ୟ ଯୁବପିଢିଙ୍କୁ ଆହ୍ବାନ ଦେଇଥିଲେ । ଏହାଦ୍ବାରା ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧି ଘଟିବ ।

ଏହା ବି ପଢନ୍ତୁ- 'ମେକ୍ ଇନ୍ ଇଣ୍ଡିଆ' ପରେ ମୋଦିଙ୍କ ନୂଆ ନାରା 'ୱେଡ ଇନ୍‌ ଇଣ୍ଡିଆ'

ନିଜ ତୃତୀୟ କାର୍ଯ୍ୟକାଳ ସମ୍ପର୍କରେ କଲେ ଆଲୋଚନା:- ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣ ରଖିବା ସମୟରେ ଏକ ବଡ଼ ବୟାନ ଦେଇଥିଲେ । ଦେଶର ନିରନ୍ତର ବିକାଶ ଏବଂ ନୀତି ସ୍ତରରେ ସଂସ୍କାର ଆଣିବା ପ୍ରସଙ୍ଗରେ ଆଲୋଚନା କରିବା ସମୟରେ ସମସ୍ତ ନିବେଶକଙ୍କୁ ଉତ୍ତରାଖଣ୍ଡରେ ଅଧିକରୁ ଅଧିକ ପୁଞ୍ଜି ବିନିଯୋଗ କରିବାକୁ ଆହ୍ବାନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ତାଙ୍କ ତୃତୀୟ କାର୍ଯ୍ୟକାଳରେ ଭାରତ ବିଶ୍ବର ତୃତୀୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛି ବୋଲି କହିଥିଲେ । ଏଠାରେ ଗୋଟିଏ ପ୍ରକାର ଏହା ସ୍ପଷ୍ଟ ହୋଇଛି ଯେ ପ୍ରଧାନମନ୍ତ୍ରୀ ମୋଦି ୨୦୨୪ ଲୋକସଭା ନିର୍ବାଚନରେ ​​ପୁଣି ସରକାର ଗଢିବା ଲାଗି ଆତ୍ମବିଶ୍ବାସୀ ରହିଛନ୍ତି ।

ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ଲାଗି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ବିଭିନ୍ନ ରାଜନୈତିକ ଦଳ । ସତ୍ତାରୁଢ ସରକାର ବିଭିନ୍ନ ପ୍ରକାର ନୂଆ ଯୋଜନା ଆଣି ପରୋକ୍ଷରେ ନିର୍ବାଚନୀ ପ୍ରଚାର ଆରମ୍ଭ ମଧ୍ୟ କଲେଣି । ତୃଣମୂଳ ସ୍ତରରୁ ଦଳକୁ ସୁଦୃଢ କରିବା ଲାଗି ରଣନୀତି ମଧ୍ୟ ପ୍ରସ୍ତୁତ ହେଲାଣି । ଏହାରି ମଧ୍ୟରେ ନିକଟରେ ଶେଷ ହୋଇଥିବା ୪ ରାଜ୍ୟ ତେଲେଙ୍ଗାନା, ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶର ବିଧାନସଭା ନିର୍ବାଚନ ଫଳାଫଳ ସେମି ଫାଇନାଲ ବୋଲି କୁହାଯାଉଥିଲା । ଆଉ ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିଜେପିର ବିପୁଳ ବିଜୟ ହୋଇଛି । ଏହାପରେ ମୋଦିଙ୍କ ତୃତୀୟ କାର୍ଯ୍ୟକାଳ ବୟାନ ରାଜନୀତି ମାହୋଲକୁ ଅଧିକ ସରଗରମ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.