ETV Bharat / bharat

Pariksha Pe Charcha: ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ଓଡ଼ିଆ ଛାତ୍ର, କପିରେ ଭବିଷ୍ୟତ ତିଆରି ହୁଏ ନାହିଁ କହିଲେ ପ୍ରଧାନମନ୍ତ୍ରୀ

author img

By

Published : Jan 27, 2023, 2:10 PM IST

Updated : Jan 27, 2023, 9:51 PM IST

ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ଓଡ଼ିଆ ଛାତ୍ର ତନ୍ମୟ ବିଶ୍ବାଳ । କପି କରିବାରୁ କିପରି ନିବୃତ୍ତ ରହିବୁ ପଚାରିଥିଲେ ତନ୍ମୟ । ଏହାର ଉତ୍ତର ରଖି କପିରେ ଭବିଷ୍ୟତ ତିଆରି ହୁଏ ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢ଼ନ୍ତୁ

Pariksha Pe Charcha
pm modi at Pariksha Pe Charcha

ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ଓଡ଼ିଆ ଛାତ୍ର

ପୁରୀ: ଚାପମୁକ୍ତ ରୁହ ନିଜକୁ ଗୁରୁତ୍ବ ଦିଅ । ଛାତ୍ରଛାତ୍ରୀ ପରୀକ୍ଷା ନେଇ ଚାପରେ ରହିବା ଉଚିତ ନୁହେଁ । ଚାପର ବଶବର୍ତ୍ତୀ ହୁଅ ନାହିଁ । ଶୃଙ୍ଖଳାର ସହିତ ସବୁ ମୁକାବିଲା ପାଇଁ ପ୍ରସ୍ତୁତ ହୁଅ ତେବେ ସଫଳତା ନିଶ୍ଚିନ୍ତ । ଅଧିକ ପରିଶ୍ରମ କଲେ ଚିନ୍ତାରେ ରହିବା ସ୍ବାଭାବିକ । ପରୀକ୍ଷାର ଚିନ୍ତା ଛାଡ ଏବଂ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଉପରେ ଗୁରୁତ୍ବ ଦିଅ । ପସନ୍ଦ ଲାଗୁନଥିବା ବିଷୟ ଆମକୁ ବୋଝ ଭଳି ଲାଗେ । ପସନ୍ଦ, ଅପସନ୍ଦ ବିଷୟକୁ ନେଇ ତାଲିକା ପ୍ରସ୍ତୁତ କର । ସମୟ ମ୍ୟାନେଜମେଣ୍ଟ ପ୍ରତି ଯତ୍ନଶୀଳ ହୁଅ । ପରୀକ୍ଷା ଫଳାଫଳ ଜୀବନର ଶେଷ ନୁହେଁ । ଜୀବନ ଗୋଟିଏ ଷ୍ଟେସନରେ ଅଟକିନଥାଏ । ପରୀକ୍ଷା ଆସିଲେ ପିଲାଙ୍କ ମନରେ ଭୟ ଆସେ । ହେଲେ ଏହାକୁ କିପରି ମୁକାବିଲା କରିବ ସେନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଷ୍ଟର କ୍ଲାସ ନେଇଛନ୍ତି । ନୂଆଦିଲ୍ଲୀ ସ୍ଥିତ ତାଲକଟୋରା ଷ୍ଟାଡିୟମ୍‌ରେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ଉପରୋକ୍ତ ଟିପ୍ସ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପୁରୀର ତନ୍ମୟ ବିଶ୍ବାଳଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ପ୍ରଧାନମନ୍ତ୍ରୀ । ତନ୍ମୟଙ୍କ ପ୍ରଶ୍ନ ଥିବା କିପରି ଅନୁଚିତ ସାଧନାରୁ ବଞ୍ଚିବୁ । ପରୀକ୍ଷାରେ କପି କିପରି ବନ୍ଦ ହେବ । ଉତ୍ତର ରଖି ପ୍ରଧାନମନ୍ତ୍ରୀ କହିଥିଲେ, "କଠିନ ପରିଶ୍ରମ କରୁଥିବା ଛାତ୍ରଛାତ୍ରୀ ଏ ଦିଗରେ ଅଧିକ ଚିନ୍ତିତ ଥାନ୍ତି । ସେମାନେ ଭାବନ୍ତି ମୁଁ ଏତେ ପରିଶ୍ରମ କରୁଛି ମାତ୍ର ଏମାନେ କପି କରି ମୋଠୁ ଅଧିକ ମାର୍କ ରଖୁଛନ୍ତି । ପୂର୍ବରୁ ଲୁଚି କପି କରୁଥିଲେ ମାତ୍ର ଏବେ ସୁପରଭାଇଜରଙ୍କୁ ବୋକା ବନାଇ କପି କରୁଥିବା ଛାତ୍ର କହୁଥିବା ଦେଖିବାକୁ ମିଳୁଛି । କପି କରି ମାର୍କ ରଖିବା ଭୟଙ୍କର । କପି କରୁଥିବା ପିଲା ପାଠପଢାରେ କମ୍ କପି କରିବାରେ ଅଧିକ କ୍ରିଏଟିଭ ପ୍ରଣାଳୀ କରୁଥିବା ଦେଖିବାକୁ ମିଳିଛି । ସେଥିରେ ଘଣ୍ଟାଘଣ୍ଟା ସମୟ ବର୍ବାଦ କରନ୍ତି ଏହା ପରିବର୍ତ୍ତେ ଯଦି ସେ ପାଠ ପଢିଥାନ୍ତେ କେବେ ସୁନ୍ଦର ହୋଇଥାନ୍ତା । ସେମାନଙ୍କୁ ଏଦିଗରେ ମାର୍ଗଦର୍ଶନର ଆବଶ୍ୟକାତା ରହିଛି । କପି କରି ସେହି ପରୀକ୍ଷାରେ ତ ଅଧିକ ମାର୍କ ରଖିଥାନ୍ତି ହେଲେ ଜୀବନର ବାକି ସବୁ ପରୀକ୍ଷାରେ ବିଫଳ ହେବ । ଜୀବନରେ ଫସି ଯିବେ । ନକଲରେ କେବେ ଭବିଷ୍ୟତ ତିଆରି ହୋଇପାରିବ ନାହିଁ । କଠିନ ପରିଶ୍ରମ କରୁଥିବା ଛାତ୍ରଛାତ୍ରୀଙ୍କ ଜୀବନରେ ରଙ୍ଗ ଭରି ଦେବ ସେମାନଙ୍କ ପରିଶ୍ରମ ।"

ହାର୍ଡୱାର୍କ ଓ ସ୍ମାର୍ଟୱାର୍କ ପ୍ରଶ୍ନର ଉତ୍ତରେ ପ୍ରଧାନମନ୍ତ୍ରୀ କହିଛନ୍ତି, "ସ୍ମାର୍ଟଲି ହାର୍ଡୱର୍କ ବା ହାର୍ଡୱର୍କକୁ ସ୍ମାର୍ଟଲି କର । ଯିଏ ନିଜ ସାମର୍ଥ୍ୟ ଜାଣିନଥାଏ ତାକୁ ସାମର୍ଥ୍ୟବାନ ହେବା କଷ୍ଟ ହୁଏ । ଲକ୍ଷ୍ୟ ହାସଲ ପାଇଁ କଠିନ ପରିଶ୍ରମ କର ମାତ୍ର ସ୍ମାର୍ଟଲି କର । ସାଧାରଣ ଲୋକ ଯେବେ ଅସାଧାରଣ କାର୍ଯ୍ୟ କରନ୍ତି ସେ ସଫଳତାର ଶିଖର ଛୁଅନ୍ତି । ସମୃଦ୍ଧ ଗଣତନ୍ତ୍ର ପାଇଁ ଆଲୋଚନା ଏକ ସ୍ମୃତି ଯଜ୍ଞ । ଆଲୋଚନା ପାଇଁ ବହୁତ ପରିଶ୍ରମ କରିବାକୁ ପଡେ । ଆମେ ପିଲାଙ୍କୁ ବିସ୍ତାର ଦେବା ଦିଗରେ ଅବସର ଦେବା ଆବଶ୍ୟକ ତାଙ୍କୁ କୌଣସି ବନ୍ଧନରେ ବାନ୍ଧିବା ଆବଶ୍ୟକ ନୁହେଁ । ସମାଜର ବିଭିନ୍ନ ବର୍ଗର ଲୋକଙ୍କ ଜାଣିବାକୁ ପିଲାଙ୍କୁ ପ୍ରେରିତ କରିବାକୁ ହେବ ।

ପରୀକ୍ଷା ପେ ଚର୍ଚ୍ଚାକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, "ଏହା ମୋର ବି ପରୀକ୍ଷା । କୋଟିକୋଟି ବିଦ୍ୟାର୍ଥୀ ମୋର ପରୀକ୍ଷା ନେଉଛନ୍ତି । ମୋତେ ପରୀକ୍ଷା ଦେବାକୁ ଖୁସି ଲାଗେ । ଏହା ମୋର ସୌଭାଗ୍ୟ କି ମୋ ଦେଶର ଯୁବକଙ୍କ ମନ କଣ ଭାବୁଛି ତାହା ଜାଣିବାରୁ ମିଳୁଛି । ପ୍ରତିବର୍ଷ ଦେଶର ଛାତ୍ରଛାତ୍ରୀ ମୋ ପାଖରୁ ପରାମର୍ଶ ଲୋଡନ୍ତି ଏହା ମୋ ପାଇଁ ପ୍ରେରଣାପୂର୍ଣ୍ଣ ଏବଂ ଅଭିଜ୍ଞତା ଭଳି । ମୁଁ ଅଭିଭାବକଙ୍କୁ ଅନୁରୋଧ କରୁଛି ଯେ ପିଲାଙ୍କ ଉପରେ ଚାପ ନ ପକାନ୍ତୁ । ପିଲମାନେ ମଧ୍ୟ ସେମାନଙ୍କ ଦକ୍ଷତାକୁ ହେୟଜ୍ଞାନ କରିବା ଅନୁଚିତ । ଯେପରି କ୍ରିକେଟରର ଧ୍ୟାନ ଦର୍ଶକଙ୍କ ହୋହାଲ୍ଲା ଉପରେ ନଥାଏ ସେ ତାର ଖେଳ ଉପରେ ଫୋକସ ଦିଏ ସେହିଭଳି ତୁମେ ଚାପର ଉପରେ ଧ୍ୟାନ ଦିଅନାହିଁ, ଫୋକସ କର । ଟାଇମ ମ୍ୟାନେଜମେଣ୍ଟକୁ ଗୁରୁତ୍ବ ଦିଅ । ପ୍ରତି ବିଷୟ ପାଇଁ ଟାଇମ ଦିଅ । ସମୟ ମ୍ୟାନେଜମେଣ୍ଟ କେବଳ ପରୀକ୍ଷା ପାଇଁ ନୁହେଁ ଜୀବନର ସବୁ କ୍ଷେତ୍ରେ ସମୟର ସଠିକ ପରିଚାଳନା ଦରକାର । ନିଜ ଭିତରେ ଥିବା ଦକ୍ଷତା ତୁମକୁ ଆଗକୁ ନେଇଯିବ । ପରୀକ୍ଷା ତ ଆସିବ ଯିବ ମାତ୍ର ଆମେ ଜୀବନକୁ ଭରପୁର ଭାବେ ବଞ୍ଚିବାକୁ ହେବ ତେଣୁ ଆମକୁ ସର୍ଟକର୍ଟରେ ଯିବା ଉଚିତ ନୁହେଁ ।

ଇଟିଭି ଭାରତ, ପୁରୀ

Last Updated :Jan 27, 2023, 9:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.