ETV Bharat / bharat

ରାଜ୍ୟଗୋଷ୍ଠୀ କ୍ରୀଡ଼ା, କ୍ରୀଡାବିତଙ୍କୁ ପ୍ରଧାନମନ୍ତ୍ରୀଙ୍କ ସଫଳତା ମନ୍ତ୍ର

author img

By

Published : Jul 20, 2022, 2:12 PM IST

କ୍ରୀଡାବିତଙ୍କୁ ପ୍ରଧାନମନ୍ତ୍ରୀଙ୍କ ସଫଳତା ମନ୍ତ୍ର
କ୍ରୀଡାବିତଙ୍କୁ ପ୍ରଧାନମନ୍ତ୍ରୀଙ୍କ ସଫଳତା ମନ୍ତ୍ର

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ମନୋନୀତ ଆଥଲେଟ୍‌ଙ୍କୁ ସମ୍ବୋଧନ ପ୍ରଧାନମନ୍ତ୍ରୀ । ଭିଡିଓ କନଫରେନ୍ସିଂ ଜରିଆରେ ଆଥଲେଟ୍‌ଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡ଼ା (commonwealth Games) ପାଇଁ ମନୋନୀତ ଆଥଲେଟ୍‌ଙ୍କୁ ସମ୍ବୋଧନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂ ଜରିଆରେ ଆଥଲେଟ୍‌ଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ । ସଫଳତା ମନ୍ତ୍ର ଦେବା ସହ ପଦକ ଜିତି ଭାରତକୁ ଗୌରବାନ୍ବିତ କରିବା ପାଇଁ କ୍ରୀଡାବିତଙ୍କୁ ଉତ୍ସାହିତ କରିଛନ୍ତି ପ୍ରଧାନମନ୍ତ୍ରୀ । କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଭିସିରେ ସାମିଲ ହୋଇଥିଲେ।

କ୍ରୀଡାବିତଙ୍କୁ ସମ୍ବୋଧନ କରି ସେମାନଙ୍କ ସହ ସାକ୍ଷାତକାର ହୋଇଥିବାର ସୁଯୋଗ ମିଳିଥିବାକୁ ଖୁସି ବ୍ୟକ୍ତ କରିଥିଲେ ପ୍ରଧାନମନ୍ତ୍ରୀ । ଖେଳ ଦୁନିଆ ପାଇଁ ଆଜିର ଦିନଟି ମହତ୍ତ୍ବପୂର୍ଣ୍ଣ । ଆଜି ଅନ୍ତର୍ଜାତୀୟ ଚେସ ଦିବସ । ଏହା ଖୁବ ସୁନ୍ଦର ଜିନିଷ ଯେଉଁଦିନ ବର୍ମିଂହାମରେ ରାଜ୍ୟଗୋଷ୍ଠୀ କ୍ରୀଡା ଅନୁଷ୍ଠିତ ହେବ ସେହଦିନ ତାମିଲନାଡୁର ମହାବଳୀପୁରମରେ ଚେସ ଅଲମ୍ପିୟାଡର ଶୁଭାରମ୍ଭ ହେବ । ଆଗାମୀ 10ରୁ 15 ଦିନ ମଧ୍ୟରେ ଭାରତୀୟ ଖେଳାଳିଙ୍କୁ ସେମାନଙ୍କ ଦମ ଦେଖାଇବାର ସୁବର୍ଣ୍ଣ ସୁଯୋଗ ରହିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ଦେଶର ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଛନ୍ତି ପିଏମ । ଏକ ଢଗ ''କିୟୁଁ ପଡେ ହୋ ଚକ୍କର ମେଁ କୋଇ ନେହିଁ ହେ ଟକ୍କର ମେଁ'' କ୍ରୀଡାବିତଙ୍କୁ ଉତ୍ସାହିତ କରିଥିଲେ । ସମସ୍ତ ଆଥଲେଟ ନୂଆ ଭାରତର ଆମ୍ବାସଡର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ପୂର୍ବରୁ ଦେଶର ଅନେକ ଖେଳାଳି ବିଭିନ୍ନ କ୍ରୀଡାରେ ଦେଶ ପାଇଁ ଗୌରବ ଆଣିଛନ୍ତି । ଏଥର ବି ସମସ୍ତ ଖେଳାଳି ଓ କୋଚଙ୍କ ମଧ୍ୟ ସମାନ ଉତ୍ସାହ ରହିଛି । ଆଗରୁ କମନୱେଲଥ ଖେଳର ଅନୁଭବୀ ଖେଳାଳିଙ୍କ ପାଖରେ ନିଜକୁ ପୁଣି ପ୍ରମାଣିତ କରିବାରୁ ସୁଯୋଗ ରହିଛି । ପ୍ରଥମ ଥର ପାଇଁ 60ରୁ ଅଧିର ଆଥଲେଟ୍‌ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଛନ୍ତି । ସମସ୍ତ କ୍ରୀଡାବିତ ଜବରଦସ୍ତ ଛାଡିବେ ବୋଲି ଆଶା ରଖିଛନ୍ତି ପ୍ରଧାନମନ୍ତ୍ରୀ । ଚିନ୍ତାମୁକ୍ତ ହୋଇ ଦମଦାର ରଣନୀତି ସହ ଖେଳ ପ୍ରଦର୍ଶନ କରିବାକୁ ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ପ୍ରତି ଖେଳାଳିଙ୍କ ସହ କଥା ହୋଇ ସେମାନଙ୍କ ଯାତ୍ରା ବିଷୟରେ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

କ୍ରୀଡା ଏବଂ କ୍ରୀଡ଼ାବିତଙ୍କ ପାଇଁ ପିଏମ ମୋଦିଙ୍କ ଭଲପାଇବା ବେଶ ଜଣାଶୁଣା । ପାରାଲିମ୍ପିକ୍ସ ପୂର୍ବରୁ ମଧ୍ୟ ସେ ସେମାନଙ୍କ ସହ କଥା ହୋଇଥିଲେ ଏବଂ ଜିତିବା ପରେ ସେମାନଙ୍କୁ ତାଙ୍କ ଘରକୁ ଡାକିଥିଲେ । ସେ କ୍ରୀଡା ବଜେଟକୁ 3ଗୁଣ ବୃଦ୍ଧି କରିଛନ୍ତି । ସେ କମନୱେଲଥ ଖେଳ ପାଇଁ ଯାଉଥିବା 215 ଖେଳାଳିଙ୍କ ସହ ସେ କଥା ହୋଇଥିବା କହିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ।

ପ୍ରକାଶ ଥାଉ କି, ବର୍ମିଂହାମରେ ଜୁଲାଇ 28ରୁ କମନୱେଲଥ ଗେମ୍ସ ଆରମ୍ଭ ହେବାକୁ ଯାଉଛି । ଏହା ଅଗଷ୍ଟ 8 ତାରିଖ ଯାଏ ଚାଲିବ । ଭାରତ ପକ୍ଷରୁ CWG 2022ରେ ମୋଟ 215 ଆଥଲେଟ୍ 141ଟି ଇଭେଣ୍ଟରେ ଅଂଶଗ୍ରହଣ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.