ETV Bharat / bharat

ସଂସଦରେ ସୁରକ୍ଷା ଭଙ୍ଗ: ଲୋକସଭା ଦର୍ଶକ ଗ୍ୟାଲେରୀରୁ ଡେଇଁଲେ 2 ସନ୍ଦିଗ୍ଧ, ଗୃହକାର୍ଯ୍ଯ ବନ୍ଦ

author img

By ETV Bharat Odisha Team

Published : Dec 13, 2023, 1:33 PM IST

Updated : Dec 13, 2023, 2:24 PM IST

parliament security breach: ସଂସଦରେ ସୁରକ୍ଷା ଭଙ୍ଗ। ଲୋକସଭା ଦର୍ଶକ ଗ୍ୟାଲେରୀରୁ ଡେଇଁଲେ 2 ସନ୍ଦିଗ୍ଧ, ଗୃହକାର୍ଯ୍ଯ ବନ୍ଦ। ଅଧିକ ପଢ଼ନ୍ତୁ

Etv Bhସଂସଦରେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି: ପଶିଲେ ଜଣେ ମହିଳା, ଜଣେ ବ୍ୟକ୍ତିarat
Etv Bharସଂସଦରେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି: ପଶିଲେ ଜଣେ ମହିଳା, ଜଣେ ବ୍ୟକ୍ତିat

ସଂସଦରେ ସୁରକ୍ଷା ଭଙ୍ଗ

ନୂଆଦିଲ୍ଲୀ: ସଂସଦରେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି । ସଂସଦ ମଧ୍ୟକୁ ପ୍ରବେଶ କଲେ 2 ଜଣ ସନ୍ଦିଗ୍ଧ ବ୍ୟକ୍ତି । ଲୋକସଭା ସଦନର ଦର୍ଶକ ଗ୍ୟାଲେରୀରୁ ତଳକୁ ଡେଇଁପଡିଥିବା ସୂଚନା । 2 ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ସଂସଦର ସୁରକ୍ଷା କର୍ମୀ କାବୁ କରିଥିଲେ ମଧ୍ୟ ସୁରକ୍ଷା ବ୍ୟବସ୍ଥାରେ ଏତେବଡ ତ୍ରୁଟିକୁ ନେଇ ଚର୍ଚ୍ଚା ଜୋର ଧରିଛି । ଦୁଇ ଅଜଣା ବ୍ୟକ୍ତିଙ୍କ ପରିଚୟ ମିଳିଛି। ସେମାନଙ୍କ ନାମ ନିଲମ ସିଂହ ଏବଂ ଅମୋଲ ସିନ୍ଦେ। ଦିଲ୍ଲୀ ପୋଲିସ ଏହା ସ୍ପଷ୍ଟ କରିଛି। ତେବେ ଏହା ଆତଙ୍କୀ ହମଲା ନୁହେଁ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ସ୍ମୋକର ଯାଞ୍ଚ କରାଯାଇଛି । କୌଣସି ଚିନ୍ତାର ବିଷୟ ନାହିଁ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଲୋକସଭା ସିସିଟିଭି ଫୁଟେଜରୁ ଏନେଇ ସ୍ପଷ୍ଟ ହୋଇଛି । ସିସିଟିଭି ଫୁଟେଜ ଅନୁଯାୟୀ, 2 ଜଣ ବ୍ୟକ୍ତି ହାତରେ କଲର୍ସ ସ୍ମୋକ ଧରି ଲୋକସଭାର ଦର୍ଶକ ଗ୍ୟାଲେରିରୁ ଡେଇଁ ଚାମ୍ବର ମଧ୍ୟକୁ ପଶିଆସୁଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଆଉ ଜଣେ ମହିଳା ଓ ଜଣେ ପୁରୁଷ ସଂସଦ ବାହାରେ ମଧ୍ୟ କଲର୍ସ ସ୍ମୋକ ଧରି ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା । ସେମାନଙ୍କୁ ମଧ୍ୟ ସଂସଦର ସୁରକ୍ଷାକର୍ମୀ କାବୁ କରିଛନ୍ତି ।

ଅନ୍ୟପଟେ ଏନେଇ ଲୋକସଭା ସାଂସଦ କିଛି ସମୟ ପାଇଁ ମୁଲତବୀ ରହିବା ପରେ ପୁଣି ଗୃହକାର୍ଯ୍ୟ ଆରମ୍ଭ ହୋଇଛି । ସଂସଦକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ୍ କରାଯାଇଛି ।

ଏହାମଧ୍ୟ ପଢନ୍ତୁ..ସଂସଦରେ ଆତଙ୍କୀ ହାମଲାକୁ ପୁରିଲା 22 ବର୍ଷ, ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ନେତା

ଆଜି 2001ରେ ସଂସଦରେ ହୋଇଥିବା ଆତଙ୍କୀ ହାମଲାକୁ 22 ବର୍ଷ ପୁରିଥିବା ବେଳେ ଆଜି କିଭଳି ଅଜଣା ବ୍ୟକ୍ତି ସଂସଦ ମଧ୍ୟକୁ ପ୍ରବେଶ କଲେ ତାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାପୂର୍ବରୁ ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁ ସଂସଦରେ ଆଜିର ଦିନରେ ହାମଲା କରିବା ନେଇ କିଛି ଦିନ ତଳେ ଧମକ ଦେଇଥିଲା ।

ବର୍ତ୍ତମାନ ସଂସଦର ଶୀତକାଳୀନ ଅଧିବେଶନ ଚାଲିଥିବା ବେଳେ ସଂସଦ ଭବନ ଉପରେ ଆକ୍ରମଣ କରିବାକୁ ପୂର୍ବରୁ ଧମକପୂର୍ଣ୍ଣ ଭିଡିଓ ଜାରି କରିଥିଲା ପନ୍ନୁ । ୧୩ ତାରିଖ ଦିନ ସଂସଦ ଉପରେ ଆକ୍ରମଣ କରି ପ୍ରତିଶୋଧ ନେବି ବୋଲି ଭିଡିଓରେ ସ୍ପଷ୍ଟ କରିଥିଲା। କହିରଖୁଛୁ କି, ୨୦୦୧ ମସିହା ଡିସେମ୍ବର ୧୩ରେ ସଂସଦ ଭବନ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 13, 2023, 2:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.