ETV Bharat / bharat

Blast In Pakistan: ପାକିସ୍ତାନରେ ବିସ୍ଫୋରଣ, ୪ ମୃତ ୧୫ରୁ ଊର୍ଦ୍ଧ୍ବ ଆହତ

author img

By

Published : Mar 8, 2022, 9:30 PM IST

ପାକିସ୍ତାନର ବେଲୁଚିସ୍ତାନରେ ବିସ୍ଫୋରଣ । ୪ ସୁରକ୍ଷାକର୍ମୀ ମୃତ, ୧୫ ରୁ ଊର୍ଦ୍ଧ୍ବ ବ୍ୟକ୍ତି ଆହତ । ରାଷ୍ଟ୍ରପତିଙ୍କ ଗସ୍ତର ୩୦ ମିନିଟ ପୂର୍ବରୁ ବିସ୍ଫୋରଣ ଘଟିଥିବା ନେଇ ସୂଚନା । ଅଧିକ ପଢନ୍ତୁ

ପାକିସ୍ତାନରେ ବିସ୍ଫୋରଣ, ୪ ମୃତ ୧୫ରୁ ଊର୍ଦ୍ଧ୍ବ ଆହତ
Blast in Pakପାକିସ୍ତାନରେ ବିସ୍ଫୋରଣ, ୪ ମୃତ ୧୫ରୁ ଊର୍ଦ୍ଧ୍ବ ଆହତistan: ପାକିସ୍ତାନରେ ବିସ୍ଫୋରଣରେ ୪ ମୃତ, ୧୫ରୁ ଉର୍ଦ୍ଧ୍ବ ଆହତ

ଇସଲାମାବାଦ: ପାକିସ୍ତାନର ବେଲୁଚିସ୍ତାନରେ ବିସ୍ଫୋରଣରେ ଘଟିି 4 ଜଣ ସୁରକ୍ଷା କର୍ମୀ ପ୍ରାଣ ହରାଇବା ସହ ୧୫ ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ବାଲୁଚିସ୍ତାନରେ ବାର୍ଷିକ ସିବି ମେଳା ଅନୁଷ୍ଠିତ ହେଉଥିବାବେଳେ ଏହି ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ପ୍ରାଣ ହରାଇଥିବା ୪ ଜଣଙ୍କ ମଧ୍ୟରୁ ସୁରକ୍ଷାକର୍ମୀ ହୋଇଥିବା ବେଳେ ଅନ୍ୟ କିଛି ସ୍ଥାନୀୟ ସାଧାରଣ ନାଗରିକ ମଧ୍ୟ ରହିଛନ୍ତି ।

ପାକିସ୍ତାନର ଆତଙ୍କବାଦ ନିରୋଧୀ ବିଭାଗର ବରିଷ୍ଠ ଅଧିକାରୀ ହାଫିଜ ରିନ୍ଦ କହିଛନ୍ତି , ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମଘାତୀ ବିସ୍ଫୋରଣ ପରି ସନ୍ଦେହ କରାଯାଉଛି । ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ସୂଚନା ଅନୁସାରେ, ରାଷ୍ଟ୍ରପତି ଆରିଫ ଅଲଭି ମଧ୍ୟ ଉକ୍ତ ମେଳାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଥିଲା । ତେବେ ରାଷ୍ଟ୍ରପତିଙ୍କ ଆଗମନର ମାତ୍ର ୩୦ ମିନିଟ ପୂର୍ବରୁ ଏହି ବିସ୍ଫୋରଣକୁ ରୂପ ଦେଇଛନ୍ତି ଆତଙ୍କୀ ।

ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ କିଛି ଆହତଙ୍କ ଅବସ୍ଥା ଗମ୍ଭୀର ମଧ୍ୟ ରହିଥିବା ସୂଚନା ମିଳିଛି । ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଏପରି ବିସ୍ଫୋରଣ ପାକିସ୍ତାନର ସୁରକ୍ଷା ବ୍ୟବସ୍ଥାକୁ ପଦାରେ ପକାଇଥିବାବେଳେ ପ୍ରମୁଖ ପାକ ରାଜନେତାମାନେ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.