ETV Bharat / bharat

2008 Mumbai attacks ପରେ ୩୦୦ରୁ ଉର୍ଦ୍ଧ୍ବ ଅଭ୍ୟାସ କରିଛି Coast Guard

author img

By

Published : Nov 25, 2021, 10:32 PM IST

26/11 ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ସମୁଦ୍ରରେ ପ୍ରହରା ବଢାଇଛି ଭାରତୀୟ ତଟରକ୍ଷୀ ବାହିନୀ (Indian coast guard)। ଏପର୍ଯ୍ୟନ୍ତ ୩୦୦ ଅଭ୍ୟାସ କରିଥିବା ସୂଚନା । ଅଧିକ ପଢନ୍ତୁ

26/11 Mumbai terror attack ପରେ ୩୦୦ ରୁ ଉର୍ଦ୍ଧ୍ବ ଅଭ୍ୟାସ କରିଛି Coast Gua
26/11 Mumbai terror attack ପରେ ୩୦୦ ରୁ ଉର୍ଦ୍ଧ୍ବ ଅଭ୍ୟାସ କରିଛି Coast Gua

ନୂଆଦିଲ୍ଲୀ: 26/11 ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ସମୁଦ୍ର ସୀମାର ନିରାପତ୍ତା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଉପକୂଳରେ 300ରୁ ଅଧିକ ସର୍ଚ୍ଚ ଆଣ୍ଡ ରେସକ୍ୟୁ ଅଭ୍ୟାସ (security exercises) କରିଛି ଭାରତୀୟ ତଟରକ୍ଷୀ ବାହିନୀ (Indian coast guard-ICG)।

୨୦୧୧ ରେ ସମୁଦ୍ର ପଥ ଦେଇ ପାକିସ୍ତାନୀ ଆତଙ୍କବାଦୀ ମୁମ୍ବାଇରେ ପ୍ରବେଶ କରିବା ସହ ତାଜ ହୋଟେଲ ସମେତ ଏକାଧିକ ସ୍ଥାନରେ ଆକ୍ରମଣ କରିଥିଲେ । ଏଥିରେ ୨୦ ସୁରକ୍ଷାକର୍ମୀ, 26 ଜଣ ବିଦେଶୀ ନାଗରିକଙ୍କ ସମେତ ମୋଟ ୧୭୪ ଜଣ ପ୍ରାଣ ହରାଇଥିବାବେଳେ 300ର ଉର୍ଦ୍ଧ୍ବ ସାଧାରଣ ଲୋକ ଆହତ ମଧ୍ୟ ହୋଇଥିଲେ ।

ତେବେ ଏପରି ଏକ ଭୟଙ୍କର ଆକ୍ରମଣ ଭାରତୀୟ ସୁରକ୍ଷା ବ୍ୟବସ୍ଥାକୁ ପଦାରେ ପକାଇଥିଲା । ଘଟଣା ପରେ ଭାରତୀୟ ଜଳ ସୀମା ସୁରକ୍ଷା ଦାୟିତ୍ବରେ ଥିବା ତଟରକ୍ଷୀ ବାହିନୀ (Indian coast guard ) ଉପକୂଳରେ ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ ଅଭ୍ୟାସ କରିଛି । ଏହି ଅଭ୍ୟାସ ଗୁଡିକ ଉପକୂଳବର୍ତ୍ତୀ ରାଜ୍ୟ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗ ଓ ସମନ୍ବୟରେ କରାଯାଇଥିଲା । ଏହି ଅଭ୍ୟାସ ପ୍ରତି ୬ ମାସ ବ୍ୟବଧାନରେ ନିୟମିତ କରିଆସୁଛି କୋଷ୍ଟଗାର୍ଡ । ଫଳରେ ଜଳସୀମା ସୁରକ୍ଷା ଦାୟିତ୍ବରେ ଥିବା ଅଧିକାରୀ ଓ କର୍ମଚାରୀଙ୍କ ପ୍ରଶିକ୍ଷିତ ହେବା ସହ ସେମାନଙ୍କର ଦକ୍ଷତା ବିକାଶ ହୋଇପାରିବ ବୋଲି କହିଛି ତଟରକ୍ଷୀ ବାହିନୀ ।

2008 ନଭେମ୍ବର 26 ତାରିଖରେ 10 ଜଣ ପାକିସ୍ତାନର ଲଶ୍କର-ଇ-ତାଇବାର ଜିହାଦୀ ଆତଙ୍କୀ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ହ୍ୟାଣ୍ଡ ଗ୍ରେନେଡ ସହ ଦକ୍ଷିଣ ମୁମ୍ବାଇରେ ଥିବା ଛତ୍ରପତି ଶିବାଜୀ ରେଳ ଷ୍ଟେସନ,ଲିଓପୋଲ୍ଡ କାଫେ, ଦୁଇଟି ହସ୍ପିଟାଲ ଏବଂ ଥିଏଟର ସମେତ ଅନ୍ୟ କିଛି ସ୍ଥାନରେ ଆକ୍ରମଣ କରିଥିଲେ । ଏଥିରେ ୧୭୪ ଜଣ ପ୍ରାଣ ହରାଇଥିଲେ ।

19 ତମ ଜାତୀୟ ସାମୁଦ୍ରିକ ସର୍ଚ୍ଚ ଆଣ୍ଡ ରେସକ୍ୟୁ ବୋର୍ଡ (NMSARB) ବୈଠକର କୋଷ୍ଟଗାର୍ଡ ମହାନିର୍ଦ୍ଦେଶକ କେ.ନଟରାଜନ କହିଛନ୍ତି, ଏହି ଘଟଣା ପରେ ଭାରତୀୟ ଜଳସୀମାର ସୁରକ୍ଷା ବ୍ୟବସ୍ଥାରେ ଏକାଧିକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଫଳସ୍ବରୂପ ଭାରତୀୟ ତଟରକ୍ଷୀ ବାହିନୀ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ (SOP) ଅନୁସାରେ ନିୟମିତ ଅଭ୍ୟାସ ଜାରି ରଖିଛି । ଯେକୌଣସି ପରିସ୍ଥିତିରେ ଭାରତୀୟ ଜଳସୀମାର ସୁରକ୍ଷା ପ୍ରତି କୋଷ୍ଟଗାର୍ଡ ପ୍ରତିବଦ୍ଧ ବୋଲି କହିଛନ୍ତି ମହାନିର୍ଦ୍ଦେଶକ ନଟରାଜନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.