ETV Bharat / bharat

ବିଧାନସଭା ନିର୍ବାଚନ ଫଳ 2023: ହିନ୍ଦୀ ହାର୍ଟଲ୍ୟାଣ୍ଡରେ କଂଗ୍ରେସର ବିଫଳତା ପରେ ଦଳୀୟ ନେତାଙ୍କ କ୍ଷୋଭ

author img

By ETV Bharat Odisha Team

Published : Dec 3, 2023, 3:12 PM IST

Updated : Dec 3, 2023, 3:21 PM IST

ସନାତନ ଧର୍ମକୁ ବିରୋଧ ଦଳ ପାଇଁ ହେଲା ଅଭିଶାପ । 3ଟି ରାଜ୍ୟରେ ବିଜେପିର ବିଜୟ ପରେ କ୍ଷୋଭ ପ୍ରକାଶ କରି ଏମିତି କହିଲେ କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ । ଅଧିକ ପଢନ୍ତୁ

Congress leader Acharya Pramod reaction
Congress leader Acharya Pramod reaction

ଜୟପୁର: 4 ରାଜ୍ୟର ବିଧାନସଭା ଫଳାଫଳ ପ୍ରକାଶ ପାଇଛି । ହିନ୍ଦୀ ହାର୍ଟଲ୍ୟାଣ୍ଡ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ବହୁମତ ସହିତ ବିଜୟ ହାସଲ କରିଛି ବିଜେପି । ଏହାପରେ କ୍ଷୋଭ ପ୍ରକାଶ କରିଛନ୍ତି କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ । ସେ କହିଛନ୍ତି ଯେ ସନାତନ ଧର୍ମକୁ ବିରୋଧ କରିବା କଂଗ୍ରେସ ଉପରେ ମହଙ୍ଗା ପଡ଼ିଛି । ଭାରତବାସୀ କେବେ ହେଲେ ଜାତିଭିତ୍ତିକ ରାଜନୀତିକୁ ପସନ୍ଦ କରନ୍ତି ନାହିଁ । ସନାତନ ଧର୍ମକୁ ବିରୋଧ କରିବା କଂଗ୍ରେସ ଉପରେ ଅଭିଶାପ ସଦୃଶ ହୋଇଛି । ଯେଉଁଥି ଲାଗି 3ଟି ରାଜ୍ୟର କଂଗ୍ରସକୁ ମାତ୍‌ ଦେଇଛି ବିଜେପି ।

  • #WATCH | On Congress trailing in MP, Rajasthan and Chhattisgarh, party leader Acharya Pramod Krishnam says, "Opposing Sanatan (Dharma) has sunk the party. This country has never accepted caste-based politics...This is the curse of opposing Sanatan (Dharma)." pic.twitter.com/rertLLlzMS

    — ANI (@ANI) December 3, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ- ରାଜସ୍ଥାନ ଜନାଦେଶ: ଗେହେଲଟ-ପାଇଲଟ ବିଜୟୀ, କ୍ଷମତା ହରାଇଲା କଂଗ୍ରେସ

ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ବିଜେପି ବହୁମତ ସହ ସରକାର ଗଢିବାକୁ ଯାଉଛି । ହିନ୍ଦୀ ହାର୍ଟଲ୍ୟାଣ୍ଡରେ ହାତ ଟଳମଳ ହୋଇଥିବା ବେଳେ ଫୁଟିଛି ପଦ୍ମ । ରାଜସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ଅଶୋକ ଗେହଲଟଙ୍କ ଯାଦୁ କାମ କରିନଥିବା ବେଳେ ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କୁ ଲାଗିଛି ଝଟକା । ସେପଟେ ରାଜ୍ୟବାସୀ ପୁଣି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ନିଜର ନେତା ରୂପେ ଚୟନ କରିଛନ୍ତି । ଏହାପରେ ପ୍ରତିକ୍ରିୟା ରଖି କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କହିଛନ୍ତି, " ସନାତନ ଧର୍ମକୁ ବିରୋଧ କରିବା ଦଳ ଉପରେ ମହଙ୍ଗା ପଡ଼ିଛି । ଭାରତ କେବେ ହେଲେ ଜାତି, ଧର୍ମକୁ ନେଇ ରାଜନୀତି କରେ ନାହିଁ ।"

ଏହା ବି ପଢନ୍ତୁ- ରାଜସ୍ଥାନରେ ବିଜେପି ସରକାର: ଫେରିବେ ବସୁନ୍ଧାର ନା ଆରମ୍ଭ ହେବ ଯୋଗୀରାଜ !

ଭାରତୀୟ ନିର୍ବାଚନ କମିଶନର ତଥ୍ୟ ଅନୁସାରେ ବିଜେପି ଏବେ 114ଟି ଆସନରେ ଲିଡ୍‌ କରୁଥିବା ବେଳେ କଂଗ୍ରେସ 70ଟି ଆସନରେ ଲିଡ୍‌ କରୁଛି । 200 ଆସନ ବିଶିଷ୍ଟ ରାଜସ୍ଥାନରେ ଚଳିତ ବର୍ଷ 119ଟି ଆସନରେ ପଡ଼ିଥିଲା ଭୋଟ । ଆଜି ଦିନ ସୁଦ୍ଧା ନିର୍ବାଚନର ଫଳ ସ୍ପଷ୍ଟ ହୋଇଛି । ରାଜ୍ୟରେ ସରକାର ଗଢିବାକୁ ଯାଉଛି ବିଜେପି । ତେବେ ଏହାରି ମଧ୍ୟରେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଫେସ୍‌କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ସିଏମ ରେସ୍‌ରେ ବସୁନ୍ଧରା ରାଜେଙ୍କଠାରୁ ଆରମ୍ଭ କରି ବାବା ବାଲକନାଥ, କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଓ ରାଜ ପରିବାରର ଦୀୟା କୁମାରୀ ରହିଛନ୍ତି । ତେବେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଗାଦିରେ ବସିବ କିଏ ? ରାଜପରିବାରକୁ ମିଳିବ କମାଣ ନା ବାଜି ମାରିବେ 'ରାଜସ୍ଥାନର ଯୋଗୀ' ? ଏମାନଙ୍କ ମଧ୍ୟରୁ ମୁଖ୍ୟମନ୍ତ୍ରୀ ଗାଦିରେ କିଏ ବସିବ, ବିଜେପିର ହାଇ କମାଣ୍ଡ କାହାକୁ ରାଜ୍ୟର ଶାସନ ଭାର ଦେବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 3, 2023, 3:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.