୨୦୦ ଫୁଟ ଗଭୀର ବୋରୱେଲକୁ ଖସିଲା ବର୍ଷକର ଶିଶୁ, ୭ ଘଣ୍ଟା ପରେ ଉଦ୍ଧାର

author img

By

Published : Sep 16, 2022, 11:15 AM IST

୨୦୦ ଫୁଟ ଗଭୀର ବୋରୱେଲକୁ ଖସିପଡିଲା ବର୍ଷକର ଶିଶୁ

୨୦୦ ଫୁଟ ଗଭୀର ବୋରୱେଲକୁ ଖସିପଡିଲା ବର୍ଷକର ଝିଅ । ଦୀର୍ଘ ୭ ଘଣ୍ଟାର ରେସ୍କ୍ୟୁ ଅପରେସନ ପରେ ଶିଶୁଟି ସୁରକ୍ଷିତ ଉଦ୍ଧାର । ଅଧିକ ପଢନ୍ତୁ

ଜୟପୁର: ରାଜସ୍ଥାନରେ ବୋରୱେଲକୁ ଖସି ପଡିଲା ବର୍ଷକର ଶିଶୁ(One Year Old Girl Fell Into Deep Borewell) । ବର୍ଷକର ଏହି ଝିଅ ଖେଳୁ ଖେଳୁ ୨୦୦ ଫୁଟ ଗଭୀର ବୋରୱେଲ ଭିତରେ ଖସି ପଡିଛି । ଗତକାଲି ରାଜସ୍ଥାନ ଦୌସା ଜିଲ୍ଲାରେ ଛତିଶଗଡ ବୋରୱେଲ ଅଘଟଣର ଏଭଳି ପୁନରାବୃତ୍ତି ଦେଖିବାକୁ ମିଳିଛି । ଅଙ୍କିତା ନାମକ ଏହି ବର୍ଷକର ଝିଅଟି ବୋରୱେଲର ପ୍ରାୟ ୬୦ରୁ ୭୦ ଫୁଟ ଗଭୀରରେ ଅଟକି ରହିଥିଲା । ଶିଶୁକୁ ସୁରକ୍ଷିତ ବାହାରକୁ ବାହାର କରିବାକୁ ପୋଲିସ ପ୍ରଶାସନ ଉଦ୍ୟମ ଜାରି ରଖିଥିଲେ । ଶେଷରେ ଦୀର୍ଘ ୭ ଘଣ୍ଟାର ରେସ୍କ୍ୟୁ ଅପରେସନ ପରେ ଶିଶୁକୁ ବୋରୱେଲରୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏବେ ପିଲାଟି ପ୍ରାଥମିକ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛି ।

୨୦୦ ଫୁଟ ଗଭୀର ବୋରୱେଲକୁ ଖସିପଡିଲା ବର୍ଷକର ଶିଶୁ

ସୂଚନା ମୁତାବକ, ଦୌସା ଜିଲ୍ଲା ଜସ୍ମାପଡା ଗାଁରେ ଏହି ଅଭାବନୀୟ ଘଟଣା ଘଟିଥିଲା । ବର୍ଷକର ଝିଅ ଅଙ୍କିତା ଘର ବାହାରେ ଖେଳୁଥିଲା । ଖେଳୁ ଖେଳୁ ସେ ଗଭୀର ବୋରୱେଲ ମଧ୍ୟକୁ ଖସି ପଡିଥିଲା । ପରିବାର ଲୋକେ ଏହା ଜାଣିବା ମାତ୍ରେ ତୁରନ୍ତ ପ୍ରଶାସନକୁ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ଓ ପ୍ରଶାସନିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଥିଲେ । ଜେସିବି ମେସିନ ଏବଂ ଟ୍ରାକ୍ଟର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଏସଡିଆରଏଫ ଟିମ୍ ମଧ୍ୟ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲା । ସିସିଟିଭିରେ ପିଲାଟିର ଗତିବିଧି ଅନୁଧ୍ୟାନ କରାଯାଇଥିଲା । ତେବେ ଉକ୍ତ ବୋରୱେଲଟି ଖୁବ୍ ପୁରୁଣା ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ଅଧିକ ସତର୍କତାର ସହ କରାଯାଇଥିଲା । ଯାହାଫଳରେ ଝିଅଟି ଜୀବନ ବଞ୍ଚି ଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ଗତ ଜୁନରେ ଛତିଶଗଡର ଜାଞ୍ଜଗିର-ଚାମ୍ପା ଅଞ୍ଚଳର ୧୦ ବର୍ଷୀୟ ରାହୁଲ ସାହୁ ନିଜ ଘର ବାରିପଟେ ଜମିରେ ଥିବା ବୋରୱେଲରେ ଖସି ପଡିଥିଲା । ଏହି ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟି ଥିଲା । ପିଲାଟି ଖେଳୁଥିବା ସମୟରେ ପଡିଯାଇଥିଲା । ଏନେଇ ସୂଚନା ପାଇବା ମାତ୍ରେ ରେସ୍କ୍ୟୁ ଅପରେସନ ଆରମ୍ଭ କରିଥିଲା ଜିଲ୍ଲା ପ୍ରଶାସନ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗୁଜୁରାଟରୁ ରୋବୋଟିକ ଟିମ୍ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ ।

ଏହାମଧ୍ୟ ପଢନ୍ତୁ: କୂଅରେ ପଡିଥିଲା ସିଂହ: ଉଦ୍ଧାର କଲା ବିନ ବିଭାଗ, ଦେଖନ୍ତୁ ଭିଡିଓ

୮୦ ଫୁଟ ଗର୍ତ୍ତ ମଧ୍ୟରେ ଫସି ରହିଥିବା ରାହୁଲ ନିକଟକୁ ନିରନ୍ତର ଅମ୍ଲଜାନ ସହ ଖାଦ୍ୟ ପାନୀୟ ପଠା ଯିବାର ବ୍ୟବସ୍ଥା କରାଯାଇଥିଲା । ଦୀର୍ଘ ୫ ଦିନର ରେସ୍କୁ ଅପରେସନ ଓ ଉଦ୍ଧାରକାରୀ ଦଳର ଅକ୍ଲାନ୍ତ ପରିଶ୍ରମ ପରେ ଦୀର୍ଘ ୧୦୪ ଘଣ୍ଟା ପରେ ରାହୁଲ ବୋରୱେଲରୁ ବାହାରକୁ ବାହାରି ଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.