ETV Bharat / bharat

FIFA world cup: ଚାଲିଥିଲା ଫାଇନାଲ ମ୍ୟାଚ, ୫୦ କୋଟିର ମଦ ପିଇଲା କେରଳ !

author img

By

Published : Dec 20, 2022, 10:27 PM IST

Updated : Dec 20, 2022, 10:33 PM IST

ଫିଫା ବିଶ୍ବକପ ୨୦୨୨ ଫାଇନାଲ ମ୍ୟାଚ ଦିନ (World Cup final day) କେରଳରେ ବିକ୍ରି ହେଲା ୫୦ କୋଟି ମୂଲ୍ୟର ମଦ । ଯାହାକି ଏକ ରେକର୍ଡ ସୃଷ୍ଟି କରିଛି । ଅଧିକ ପଢନ୍ତୁ

liquor sell in Kerala
liquor sell in Kerala

ଥିରୁଅନନ୍ତପୁରମ: ଫିଫା ବିଶ୍ବକପ ୨୦୨୨ ଫାଇନାଲ ମ୍ୟାଚ (FIFA world cup 2022) ଲାଗି ସାରା ବିଶ୍ବରେ ଉତ୍ସାହ ଦେଖିବାକୁ ମିଳିଥିଲା । ରବିବାର ଫାଇନାଲ ମ୍ୟାଚ ଥିବା ବେଳେ କେରଳରେ ବିକ୍ରି ହୋଇଛି ୫୦ କୋଟି ମୂଲ୍ୟ ମଦ । କେରଳରେ ପର୍ବପର୍ବାଣିରେ ମଦ ବ୍ୟବସାୟୀମାନେ ଭଲ ବ୍ୟବସାୟ କରୁଥିବା ବେଳେ ଫିଫା ବିଶ୍ବକପ ଏହାର ରେକର୍ଡ ଭାଙ୍ଗିଛି । ଦିନକୁ ପ୍ରାୟ ୧୭ କୋଟି ଟଙ୍କାର ମଦ ବିକ୍ରି ହେଉଥିବା ବେଳେ ଫିଫା ଫାଇନାଲ ମ୍ୟାଚ ଦିନ ୫୦ କୋଟି ଟଙ୍କାର ମଦ ବିକ୍ରି ହୋଇଛି ।

କେରଳବାସୀ ଫିଫ ବିଶ୍ବକପର ଫାଇନାଲ ମ୍ୟାଚ ଦିନକୁ ଏକ ଗାଲା ଇଭେଣ୍ଟରେ ପରିଣତ କରିବାକୁ ଯେପରି ଯୋଜନା କରିଥିବା ଏହି ବ୍ୟବସାୟରୁ ମନେ ହେଉଛି । ମ୍ୟାଚ ଡେ'ରେ ମଦ ଦୋକାନ ଆଗରେ ଲମ୍ବା ଲାଇନ ଲାଗିଥିବା ଦେଖିବାକୁ ମିଳିଥିଲା । ମ୍ୟାଚରେ ଫ୍ରାନ୍ସକୁ ପରାସ୍ତ କରି ଆର୍ଜେଣ୍ଟିନା ଚମ୍ପିଆନ ହୋଇଥିବା ବେଳେ ମଦ ବ୍ୟବସାୟୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଥିଲା । ଦୈନିକ ବ୍ୟବସାୟର ୩ ଗୁଣ ମ୍ୟାଚ ଡେ' ଦିନ ବିକ୍ରି ହୋଇଛି । ଦିନକୁ ପ୍ରାୟ ୧୭ କୋଟି ଟଙ୍କାର ମଦ ବିକ୍ରି ହେଉଥିବା ବେଳେ ଫାଇନାଲ ମ୍ୟାଚ ଦିନ ୫୦ କୋଟି ଟଙ୍କାର ମଦ ବିକ୍ରି ହୋଇଛି ।

ଏହା ବି ପଢନ୍ତୁ- FIFA World Cup: ବିଶ୍ବ ଚମ୍ପିଆନ ପରେ ଭାରତକୁ ଧନ୍ୟବାଦ ଦେଲା ଆର୍ଜେଣ୍ଟିନା

ଫିଫା ମ୍ୟାଚକୁ ନେଇ ସାରା ଦେଶରେ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ଜିଓ ସିନେମା ଆପ୍‌ରେ ଖେଳର ସିଧା ପ୍ରସାରଣ ପ୍ରସାରିତ ହେଉଥିବା ବେଳେ ଏଥିରେ କୋଟି କୋଟି ଲୋକ ଖେଳ ଦେଖୁଥିଲେ । ୩୬ ବର୍ଷ ପରେ ବିଶ୍ବ ଚମ୍ପିଆନ ହୋଇଛି ଆର୍ଜେଣ୍ଟିନା । ତୃତୀୟ ଥର ପାଇଁ ଫିଫା ମୁକୁଟ ପିନ୍ଧିଛି ମେସିଙ୍କ ଦଳ । ବିଶ୍ବ ବିଜୟୀ ପରେ ଆର୍ଜେଣ୍ଟିନା ଭାରତକୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଟିମ୍ ଆର୍ଜେଣ୍ଟିନାକୁ ସହଯୋଗ ପାଇଁ ଭାରତକୁ ଧନ୍ୟବାଦ ଜ୍ଞାପନ କରିଛି ଫିଫା ବିଶ୍ବକପ ୨୦୨୨ ବିଜେତା ଟିମ୍ ।

Last Updated : Dec 20, 2022, 10:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.