ଶରଦ ପାଓ୍ୱାରଙ୍କ ନାମରେ ଆପତ୍ତିଜନକ ପୋଷ୍ଟ, ପୋଲିସ ହେପାଜତରେ ମରାଠୀ ଅଭିନତ୍ରୀ କେତକୀ ଚିତାଲେ

author img

By

Published : May 14, 2022, 9:42 PM IST

ଶରଦ ପାଓ୍ବରଙ୍କ ନାମରେ ଆପତ୍ତଜନକ ପୋଷ୍ଟ, ପୋଲିସ ହେପାଜତରେ ମରାଠୀ ଅଭିନତ୍ରୀ କେତକି ଚିତାଲେ

NCP ମୁଖ୍ୟ ଶରଦ ପାଓ୍ବରଙ୍କ ନାମରେ ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ କରି ଅଡୁଆରେ ମରାଠୀ ଅଭିନେତ୍ରୀ କେତକୀ ଚିତାଲେ । ଏତଲା ପରେ ହେପାଜତକୁ ନେଲା କ୍ରାଇମବ୍ରାଞ୍ଚ । ଅଧିକ ପଢନ୍ତୁ

ମୁମ୍ବାଇ: NCP ମୁଖ୍ୟ ଶରଦ ପାଓ୍ବରଙ୍କ ସମ୍ପର୍କରେ ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ କରି ପୁଣି ବିବାଦରେ ମରାଠୀ ଇଭିନେତ୍ରୀ କେତକୀ ଚିତାଲେ । ଫେସବୁକରେ ଶରଦଙ୍କ ବିରୋଧରେ ଏକ ବିବାଦୀୟ କବିତା ପୋଷ୍ଟ କରିଥିବା ଅଭିଯୋଗରେ ପୋଲିସ ତାଙ୍କୁ ଆଜି ହେପାଜତକୁ ନେଇଛି । କଲଓ୍ବା ପୋଲିସ ଷ୍ଟେସନରେ ତାଙ୍କ ବିରୋଧରେ ଏତଲା ଦାଏର ହେବା ପରେ ଥାଣେ କ୍ରାଇମବ୍ରାଞ୍ଚ ତାଙ୍କୁ ଜେପାଜତକୁ ନେଇଥିବା ସୂଚନା ମିଳିଛି ।

ତେବେ ସମାନ ଘଟଣା ପାଇଁ ମହାରାଷ୍ଟର ପୁଣେରେ ମଧ୍ୟ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା । ତେବେ ପୋଷ୍ଟ ଉପରେ ମତାମତ ଓ ପ୍ରତିକ୍ରିୟା ଘଟଣାକୁ ସରଗରମ କରିବା ସହ ରାଜନୈତିକ ଉଷ୍ମତା ମଧ୍ୟ ବଢାଇଥିଲା । ତେବେ ଆପତ୍ତିଜନକ ମନ୍ତବ୍ୟ ସାମାଜିକ ଗଣମାଧ୍ୟମରେ ପୋଷ୍ଚ କରିବା ଅଭିଯୋଗରେ ତାଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନ ଧାରା 500, 505 (2), 501 ଓ 153 (କ) ଅନୁସାରେ ମାମଲା ରୁଜୁ କରିଛି ପୋଲିସ ।

ପାଓ୍ବରଙ୍କୁ ନେଇ କେତକୀ କରିଥିବା ପୋଷ୍ଟରେ ଶରଦଙ୍କ ଆତ୍ମସମ୍ମାନକୁ ଆଞ୍ଚ ଅଣାଯିବା ପରି ମନ୍ତବ୍ୟ ଦିଆଯାଇଥିବା ଦର୍ଶାଇ NCP ସମର୍ଥକମାନେ କେତକୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ତେବେ ଥାଣେ ସମେତ ଏକାଧିକ ମାମଲା ଥାନାରେ ପହଞ୍ଚିବା ପରେ ପୋଲିସ ଏବେ କେତକୀଙ୍କୁ ହେପାଜତକୁ ନେଇଥବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.