ETV Bharat / bharat

New Air India Logo: ଉନ୍ମୋଚିତ ହେଲା ଏୟାର ଇଣ୍ଡିଆ ନୂଆ ଲୋଗ

author img

By

Published : Aug 10, 2023, 10:14 PM IST

ଉନ୍ମୋଚିତ ହେଲା ଏୟାର ଇଣ୍ଡିଆ ନୂଆ ଲୋଗ । ନାଁ ରହିଲା ‘ଦ ଭିସ୍ତା’ । ମାସ୍କଟ ନାଁ ‘ମହାରାଜା’ ଭାବେ ଅପରିବର୍ତ୍ତିତ । ଡିସେମ୍ବରରୁ ନୂଆ ରଙ୍ଗରେ ଆକାଶରେ ନିଜର ଆସିବ ମହାରାଜା । ଅଧିକ ପଢନ୍ତୁ

New Air India Logo: ଉନ୍ମୋଚିତ ହେଲା ଏୟାର ଇଣ୍ଡିଆ ନୂଆ ଲୋଗ
New Air India Logo: ଉନ୍ମୋଚିତ ହେଲା ଏୟାର ଇଣ୍ଡିଆ ନୂଆ ଲୋଗ

ନୂଆଦିଲ୍ଲୀ: ବର୍ଷ 2021 ରେ ଟାଟା କମ୍ପାନୀର ଅଧୀନକୁ ଯାଇଥିବା ଏକମାତ୍ର ରାଷ୍ଟ୍ରାୟତ ବିମାନ କମ୍ପାନୀ ‘ଏୟାର ଇଣ୍ଡିଆ’ ନିଜର ନୂତନ ଲୋଗୋ ଆତ୍ମପ୍ରକାଶ କରିଛି । ନିକଟରେ 470 ଟି ବୋଇଂ କିଣିବା ପାଇଁ ଅର୍ଡର ଚୂଡାନ୍ତ କରି ନିଜକୁ ଏକ ପ୍ରମୁଖ ବୈଶ୍ବିକ ଏୟାର ଲାଇନ୍ସ ଭାବେ ବିକଶିତ କରିବାର ଲକ୍ଷ୍ୟ ରଖିଥିବା ବିମାନ କମ୍ପାନୀ ନୂଆ ବ୍ରାଣ୍ଡ ଓ ଲୋଗୋ ସହ ଉଡାଣ ବଜାରକୁ ଆସିବାକୁ ଯାଉଛି ।

ଆଜି ସଂଧ୍ୟାରେ ଏୟାର ଇଣ୍ଡିଆର ମୂଳ କମ୍ପାନୀ ‘ଟାଟା ସନ୍ସ’ ମୁଖ୍ୟ ଏନ.ନଟରାଜନ ଓ ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କ୍ୟାମ୍ପବେଲ ୱିଲସନ ଏକ କାର୍ଯ୍ୟକ୍ରମରେ ଏହି ଲୋଗୋ ଉନ୍ମୋଚନ କରିଛନ୍ତି । ଏୟାର ଇଣ୍ଡିଆ ଏହାର ଲୋଗୋର ଅଂଶ ଭାବରେ ଲାଲ, ଧଳା ଏବଂ ବାଇଗଣୀ ରଙ୍ଗକୁ ବଜାୟ ରଖିଛି । ନୂତନ ଲୋଗୋର ନାମ 'ଦ ଭିସ୍ତା' ରଖାଯାଇଛି । ଟାଟା ସନ୍ସ ଅଧ୍ୟକ୍ଷ ଚନ୍ଦ୍ରଶେଖରନ୍ କହିଛନ୍ତି, ଏହି ନୂତନ ଲୋଗୋରେ ବ୍ୟାପକ ସମ୍ଭାବନା ଏବଂ ଆତ୍ମବିଶ୍ୱାସ ପ୍ରତିଫଳିତ ହେଉଛି ।

ଚନ୍ଦ୍ରଶେଖରନ୍ ଆହୁରି ମଧ୍ୟ କହିଛନ୍ତି,‘‘ଏୟାର ଇଣ୍ଡିଆ ଟାଟା ସମୂହ ପାଇଁ କେବଳ ମାତ୍ର ଏକ ବ୍ୟବସାୟ ନୁହେଁ, ଏହା ଏକ ଉତ୍ସାହ ଏବଂ ଏହି ଉତ୍ସାହ ଏକ ଜାତୀୟ ମିଶନ ପାଇଁ ଉତ୍ସର୍ଗୀକୃତ । ଏୟାର ଇଣ୍ଡିଆକୁ ବିଶ୍ୱସ୍ତରୀୟ ବିମାନ ସେବା କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଉଡାଣ କ୍ଷେତ୍ରରେ ଅପାର ସମ୍ଭାବନା ଏବଂ ଆତ୍ମବିଶ୍ୱାସ ସହିତ ଏହାର ରିବ୍ରାଣ୍ଡିଂ କରାଯାଇଛି । ରାଷ୍ଟ୍ରାୟତ କମ୍ପାନୀର ଘରୋଇ ମାଲିକାନାକୁ ଆସିବାର 15 ମାସର ଯାତ୍ରାରେ ଆମେ ସର୍ବୋତ୍ତମ ଅଭିଜ୍ଞତା, ପ୍ରଯୁକ୍ତିବିଦ୍ୟା, ଗ୍ରାହକ ସେବା ସହିତ ଏୟାର ଇଣ୍ଡିଆକୁ ବିଶ୍ୱର ସର୍ବୋତ୍ତମ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଭାବେ ପ୍ରତିଷ୍ଠିତ କରିବାକୁ ଚାହୁଁଛୁ ।’’

ଏହା ମଧ୍ୟ ପଢନ୍ତୁ:-ମଝି ଆକାଶରେ ଫାଟିଲା ଯାତ୍ରୀଙ୍କ ମୋବାଇଲ୍‌, ଏମରଜେନ୍ସିଂ ଲ୍ୟାଣ୍ଡିଂ କଲା ଏୟାର ଇଣ୍ଡିଆ ବିମାନ

କାର୍ଯ୍ୟକ୍ରମରେ ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) କ୍ୟାମ୍ପବେଲ୍‌ ୱିଲସନ କହିଛନ୍ତି,"ବର୍ତ୍ତମାନ ବିମାନ ସେବା ଏକ ପରିବର୍ତ୍ତନ ମାଧ୍ୟମରେ ଗତି କରୁଛି । ଆମକୁ ଏହି କ୍ଷେତ୍ରରେ ବହୁତ ଦୂର ଯାତ୍ରା କରିବାର ଅଛି । ସଂସ୍ଥାର ବିମାନ ମରାମତି ପାଇଁ ଆମେ ପ୍ରାୟ 400 ମିଲିୟନ୍ ଡଲାର ଖର୍ଚ୍ଚ କରିଛୁ । ନୂଆ ଲୋଗୋର ଉନ୍ମୋଚନ ସହ ଏୟାର ଇଣ୍ଡିଆ ପାଇଁ ଏକ ନୂତନ ୱେବସାଇଟ୍ ଏବଂ ଏକ ନୂତନ ମୋବାଇଲ୍ ଆପ୍ ମଧ୍ୟ ଉନ୍ମୋଚିତ ହେବାକୁ ଯାଉଛି । ଯାହା ଯାତ୍ରୀ ସେବାକୁ ଆହୁରି ସରଳ କରିବା ସହ ଏକ ଭିନ୍ନ ଅନୁଭବ ଦେଇପାରିବ ।"

ଡିସେମ୍ବର 2023 ରୁ ବିମାନରେ ନୂଆ ଲୋଗୋ ଦେଖାଯିବ:-

ଆଜି ଏହି ନୂଆ ଲୋଗୋର ଉନ୍ମୋଚନ ହୋଇଥିବା ବେଳେ ଚଳିତ ଡିସେମ୍ବରରୁ ଏୟାର ଇଣ୍ଡିଆର ଯାତ୍ରୀମାନେ ବିମାନରେ ନୂଆ ଲୋଗୋ ଦେଖିବାକୁ ପାଇବେ । ନୂତନ ଲୋଗୋ ସହ ପ୍ରଥମ ଏୟାରବସ୍ A-350 ବିମାନ ଯାତ୍ରୀଙ୍କୁ ସେବା ଯୋଗାଇବ । ପର୍ଯ୍ୟାୟକ୍ରମେ ସମସ୍ତ ବିମାନରେ ଏହି ନୂଆ ଲୋଗୋ ଲଗାଇବ କମ୍ପାନୀ । ଏୟାର ଇଣ୍ଡିଆର ମାସ୍କଟ ଭାବରେ ‘ମହାରାଜା’ ନାମ ଜାରି ରହିବ । ଏହି ବିମାନ କମ୍ପାନୀ ପ୍ରତିଷ୍ଠା ହେବା ପରଠୁ ମହାରାଜା ଭାବେ ପରିଚିତ ହୋଇଆସିଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.