ETV Bharat / bharat

ମଝି ଆକାଶରେ ଫାଟିଲା ଯାତ୍ରୀଙ୍କ ମୋବାଇଲ୍‌, ଏମରଜେନ୍ସିଂ ଲ୍ୟାଣ୍ଡିଂ କଲା ଏୟାର ଇଣ୍ଡିଆ ବିମାନ

author img

By

Published : Jul 17, 2023, 5:28 PM IST

ଉଦୟପୁର-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନରେ ମଝି ଆକାଶରେ ଫାଟିଲା ଯାତ୍ରୀଙ୍କ ମୋବାଇଲ । ଉଦୟପୁରରେ ଜରୁରୀ ଅବତରଣ ସୂଚନା । ଅଧିକ ପଢନ୍ତୁ

ମଝି ଆକାଶରେ ଫାଟିଲା ଯାତ୍ରୀଙ୍କ ମୋବାଇଲ, ଏମରଜେନ୍ସିଂ ଲ୍ୟାଣ୍ଡିଂ କଲା ଏୟାର ଇଣ୍ଡିଆ ବିମାନ
ମଝି ଆକାଶରେ ଫାଟିଲା ଯାତ୍ରୀଙ୍କ ମୋବାଇଲ, ଏମରଜେନ୍ସିଂ ଲ୍ୟାଣ୍ଡିଂ କଲା ଏୟାର ଇଣ୍ଡିଆ ବିମାନ

ଜୟପୁର: ମଝି ଆକାଶରେ ଜଣେ ଯାତ୍ରୀଙ୍କ ମୋବାଇଲ ଫୋନ୍‌ର ବ୍ୟାଟେରୀରେ ବିସ୍ଫୋରଣ ହେବା କାରଣରୁ ଏକ ଏୟାର ଇଣ୍ଡିଆ ବିମାନକୁ ଜରୁରୀ ଅବତରଣ କରିବାକୁ ପଡି଼ିଛି । ରାଜସ୍ଥାନର ଉଦୟପୁରରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିବା ଏୟାର ଇଣ୍ଡିଆ ବିମାନରେ ଏହି ଅଘଟଣ ଘଟିବା ପରେ ବିମାନଟି ପୁଣି ଉଦୟପୁର ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି । କିଛି ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି । ସମାନଙ୍କୁ ବିମାନରୁ ଓହ୍ଲାଯିବା ପରେ ଓ ବୈଷୟିକ ଟିମ୍‌ ଘଟଣାର ଯାଞ୍ଚ କରିବା ପରେ ବିମାନଟି ପୁଣି ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ମଧ୍ୟ ସୂଚନା ମିଳିଛି । ଆହତଙ୍କ ସମ୍ପର୍କରେ ଏୟାର ଲାଇନ୍ସ ପକ୍ଷରୁ କିଛି ସୂଚନା ସ୍ପଷ୍ଟ କରାଯାଇନାହିଁ ।

ମିଳିଥିବା ସୂଚନା ଅନୁସାରେ, ରାଜସ୍ଥାନର ଉଦୟପୁରରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିଲା ଏୟାର ଇଣ୍ଡିଆ-470 ବିମାନ । ଏଥିରେ 140 ଜଣ ଯାତ୍ରୀ ଯାତ୍ରା କରୁଥିଲେ । ଅପରାହ୍ନ ପ୍ରାୟ 1ଟାରେ ବିମାନଟି ଉଡ଼ାଣ ଭରିବାର କିଛି ସମୟ ମଧ୍ୟରେ ଜଣେ ଯାତ୍ରୀଙ୍କର ମୋବାଇଲ ଫୋନର ବ୍ୟାଟେରୀ ବିସ୍ଫୋରଣ ହୋଇଥିଲା । ଅଘଟଣ ପରେ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । କେହି ଯାତ୍ରୀ ଆହତ ହୋଇଛନ୍ତି କି ନାହିଁ, ସେନେଇ କିଛି ସ୍ପଷ୍ଟ ହୋଇପାରିନି । ହେଲେ ପାଇଲଟ ପୁଣି ଥରେ ଉଦୟପୁର ବିମାନ ବନ୍ଦର ସହ ଯୋଗାଯୋଗ କରିବା ସହ ଜରୁରୀ ଅବତରଣ ଅନୁମତି ମାଗିଥିଲେ ।

ବିମାନଟି ଜରୁରୀ ଅବତରଣ ମଧ୍ୟ କରିଥିଲା । ଏହା ପରେ କିଛି ଯାତ୍ରୀଙ୍କୁ ବିମାନରୁ ତଳକୁ ଓହ୍ଲାଯିବା ସହ ବୈଷୟିକ ଟିମ ଘଟଣାର ଯାଞ୍ଚ କରିଥିଲା । ପରେ ବିମାନଟି ପୁଣି ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିଲା । ମୋବାଇଲ ବିସ୍ଫୋରଣ ହୋଇଥିବା ଯାତ୍ରୀ ଓ ତାଙ୍କ ନିକଟରେ ବସିଥିବା ସହଯାତ୍ରୀଙ୍କ ସମ୍ପର୍କରେ କିଛି ସ୍ପଷ୍ଟ ହୋଇନି । ସେମାନେ ଆହତ ହୋଇଛନ୍ତି କି ନାହିଁ ତାହା ମଧ୍ୟ ଏପର୍ଯ୍ୟନ୍ତ ଏୟାର ଲାଇନ୍ସ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ ।

ଏହା ମଧ୍ୟ ପଢନ୍ତୁ:- କୋଲକାତା ଯାଉଥିବା ଏୟାର ଏସିଆ ବିମାନର ଲକ୍ଷ୍ନୌରେ ଜରୁରୀ ଅବତରଣ

2022ରେ ଆସାମର ଦିବୃଗଡରୁ ଦିଲ୍ଲୀ ଆସୁଥିବା ଏକ ଇଣ୍ଡିଗୋ ବିମାନରେ ସମାନ ଘଟଣା ଘଟିଥିଲା । ଜଣେ ଯାତ୍ରୀଙ୍କ ମୋବାଇଲ ଫୋନରେ ବିସ୍ଫୋରଣ ହୋଇଥିଲା । ଏଥିରେ କେହି ମୃତାହତ ହୋଇନଥିଲେ । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପ୍ରାଥମିକ ରିପୋର୍ଟରେ ସ୍ପଷ୍ଟ କରିଥିଲା ଯେ, ଏହି ଯାତ୍ରୀଙ୍କର ମୋବାଇଲ ବ୍ୟାଟେରୀ ହିଟିଂ କାରଣରୁ ବିସ୍ଫୋରଣ ହୋଇଥିଲା । ଘଟଣାରେ କେହି ଆହତ ହୋଇନଥିଲେ । ଏବେ ପୁଣି ଉଦୟପୁର-ଦିଲ୍ଲୀ ବିମାନରେ ଏକ ମୋବାଇଲ ବିସ୍ଫୋରଣ ଘଟଣା ସାମ୍ନାକୁ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.