ETV Bharat / bharat

NCP crisis: ପାଓ୍ବାରଙ୍କ ପ୍ରଥମ କାର୍ଯ୍ୟାନୁଷ୍ଠାନ, ପ୍ରଫୁଲ୍ଲ ପଟେଲ ଓ ସୁନିଲ ତଟକରେ NCPରୁ ବହିସ୍କୃତ

author img

By

Published : Jul 3, 2023, 6:00 PM IST

ବିଦ୍ରୋହର ଗୋଟିଏ ଦିନ ପରେ ଏନସିପି ସୁପ୍ରିମୋ ଶରଦ ପାଓ୍ବାରଙ୍କ ପ୍ରଥମ କାର୍ଯ୍ୟାନୁଷ୍ଠାନ । ପ୍ରଫୁଲ୍ଲ ପଟେଲ ଓ ସୁନିଲ ତଟକରେ NCPରୁ ବହିସ୍କୃତ । ଟ୍ବିଟ୍‌ କରି ସୂଚନା ଦେଲେ ନିଜେ ଶରଦ ପାଓ୍ବାର । ଅଧିକ ପଢନ୍ତୁ

NCP crisis: ପ୍ରଫୁଲ୍ଲ ପଟେଲ ଓ ସୁନିଲ ତଟକରେ NCP ରୁ ବହିସ୍କୃତ
NCP crisis: ପ୍ରଫୁଲ୍ଲ ପଟେଲ ଓ ସୁନିଲ ତଟକରେ NCP ରୁ ବହିସ୍କୃତ

ମୁମ୍ବାଇ: ନାଟକୀୟ ବିଦ୍ରୋହର ଗୋଟିଏ ଦିନ ପରେ ପ୍ରଥମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଏନସିପି ପ୍ରତିଷ୍ଠାତା ମୁଖ୍ୟ ଶରଦ ପାଓ୍ବାର NCPରୁ ବହିସ୍କୃତ ହେଲେ ଦୁଇ ବରିଷ୍ଠ ନେତା । ବିଦ୍ରୋହ କରି ଅଜିତ ପାଓ୍ବାରଙ୍କ ସହ ଏନଡିଏରେ ସାମିଲ ହୋଇଥିବା ଦୁଇ ଏନସିପି ନେତା ପ୍ରଫୁଲ୍ଲ ପଟେଲ ଓ ସୁନିଲ ତଟକରେଙ୍କୁ NCPରୁ ବହିସ୍କୃତ କରିଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶରଦ ପାଓ୍ବାର । ପାଓ୍ବାର ନିଜେ ଏନେଇ ତାଙ୍କ ଟ୍ବିଟର ହ୍ୟାଣ୍ଡଲରେ ସୂଚନା ଦେଇଛନ୍ତି । ଦଳ ବିରୋଧୀ କାର୍ଯ୍ୟ ପାଇଁ ଉଭୟଙ୍କୁ ଦଳର ପ୍ରାଥମିକ ସଭ୍ୟ ପଦରୁ ବହିସ୍କୃତ କରାଯାଇଥିବା ଶରଦ ଉଲ୍ଲେଖ କରିଛନ୍ତି ।

  • I, as the National President, Nationalist Congress Party hereby order removal of the names of Shri Sunil Tatkare and Shri Praful Patel from the Register of Members of NCP Party for anti-party activities.@praful_patel @SunilTatkare

    — Sharad Pawar (@PawarSpeaks) July 3, 2023 " class="align-text-top noRightClick twitterSection" data=" ">

ଉଭୟ ନେତା ଶରଦଙ୍କ ବେଶ ଘନିଷ୍ଠ ଥିଲେ । ଉଭୟ ଦଳର ସାଧାରଣ ସମ୍ପାଦକ ଭାବେ ଦାୟିତ୍ବରେ ଥିବା ବେଳେ ନିକଟରେ ପ୍ରଫୁଲ୍ଲଙ୍କୁ ଦଳର କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ବ ଦେଇଥିଲେ ଶରଦ । ତେବେ ଅଜିତଙ୍କ ବିଦ୍ରୋହ ଓ ଦଳବଦଳ ଚର୍ଚ୍ଚା ପୂର୍ବରୁ ଲାଗିରହିଥିବା ବେଳେ ଶରଦଙ୍କ ଅନୁଗତ ପ୍ରଫୁଲ୍ଲଙ୍କ ସମ୍ପର୍କରେ ସେମିତି କିଛି ଚର୍ଚ୍ଚା ମଧ୍ୟ ନଥିଲା । ହେଲେ ପ୍ରଫୁଲ୍ଲ ଗତକାଲି ଅଜିତ ଗୋଷ୍ଠୀ ସହ ଏନଡିଏ ମିଶିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏହାରି ମଧ୍ୟରେ କାର୍ଯ୍ୟାନୁଷ୍ଠାନ ସଙ୍କେତ ଦେଇଥିଲେ ଶରଦ । ଆଜି ଉଭୟ ପ୍ରଫୁଲ୍ଲ ପଟେଲ ଓ ସୁନିଲ ତଟକରେଙ୍କୁ ଦଳର ପ୍ରାଥମିକ ସଭ୍ୟପଦରୁ ବହିସ୍କୃତ କରିଛନ୍ତି ପାଓ୍ବାର ।

ଗତକାଲିର ନାଟକୀୟ ରାଜନୈତିକ ଘଟଣା ପରେ ଆଜି ମହାରାଷ୍ଟ୍ର କାଦାରର କର୍ମୀଙ୍କୁ ସମ୍ବୋଧିତ କରି ଶକ୍ତି ପ୍ରଦର୍ଶନ କରିଥିଲେ ଶରଦ । କହିଥିଲେ ଆମର କିଛି ନେତା ବିଜେପି ଦଳ ଭଙ୍ଗା ରଣନୀତିର ଶିକାର ହୋଇଗଲେ । ସେ ସିଧାସଳଖ ଅଜିତଙ୍କ ନାମ ନେଇନଥିଲେ । ବିଜେପି ଗଣତାନ୍ତ୍ରିକ ଦଳକୁ ଭାଙ୍ଗୁଛି, ଦେଶ ଓ ରାଜ୍ୟରେ ସାମାଜିକ ଭେଦଭାବ ସୃଷ୍ଟି କରି ବିଭାଜନ କରିବାକୁ ପ୍ରୟାସ ଜାରି ରଖିଛି । ଏହା ବିରୋଧରେ ଲଢେଇ ଜାରି ରହିବା ନେଇ ଶରଦ କହିଥିଲେ ।

ଏହା ମଧ୍ୟ ପଢନ୍ତୁ :-‘ବିଜେପିର ଦଳ ଭଙ୍ଗା ରଣନୀତିର ଶିକାର ହେଲେ ଆମ ଲୋକ’

ଗତକାଲି ବିଦ୍ରୋହ ପରେ ପ୍ରଥମ ଥର ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିବା ଶରଦ କାର୍ଯ୍ୟାନୁଷ୍ଠାନ ସଙ୍କେତ ଦେଇଥିଲେ । ଆଜି ତାଙ୍କର ପ୍ରଥମ କାର୍ଯ୍ୟାନୁଷ୍ଠାନ ସାମ୍ନାକୁ ଆସିଛି । ବିଦ୍ରୋହ କରିଥିବା ଦୁଇ ବରିଷ୍ଠ ସହଯୋଗୀଙ୍କୁ ଦଳରୁ ବହିସ୍କୃତ କରିଛନ୍ତି ଶରଦ । ହେଲେ ବିଦ୍ରୋହର ମୁଖ୍ୟ ସୂତ୍ରଧର ତଥା ପୁତୁରା ଅଜିତ ପାଓ୍ବାରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି ଶରଦ । ଗତକାଲି ଅଜିତ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସହ ତାଙ୍କ ସହ 8 ଜଣ ଏନ୍‌ସିପି ବିଧାୟକ ମଧ୍ୟ ମନ୍ତ୍ରୀପଦର ଶପଥ ନେଇଛନ୍ତି । ଅନ୍ୟ ପ୍ରାୟ 40 ବିଧାୟକ ତାଙ୍କ ସହ ରହିଥିବା ଅଜିତ ଦାବି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.