ଜେଲରେ ବିତିଲା ଆର୍ଯ୍ୟନଙ୍କ ରାତି, ଆଜି ଜାମିନ ଆବେଦନ ଶୁଣାଣି

author img

By

Published : Oct 13, 2021, 6:54 PM IST

Updated : Oct 14, 2021, 8:55 AM IST

ଜେଲରେ ବିତିବ ଆର୍ୟନଙ୍କ ରାତି, ଘୁଞ୍ଚିଲା ଜାମିନ ଆବେଦନ

ବୁଧବାର ସେସନ କୋର୍ଟରେ ହୋଇଥିବା ଶୁଣାଣିରେ ଆର୍ଯ୍ୟନଙ୍କୁ ମିଳିପାରିନି ଜାମିନ । ଆର୍ୟନଙ୍କ ଆଇନଜୀବୀ ଓ ଏନସିବି ମଧ୍ୟରେ ଦୀର୍ଘ ଘଣ୍ଟାର ତର୍କବିତର୍କ ପରେ କୋର୍ଟ ନିଜ ନିଷ୍ପତ୍ତିକୁ ସୁରକ୍ଷିତ ରଖିଛନ୍ତି । ଅଧିକ ପଢନ୍ତୁ...

ମୁମ୍ବାଇ: ପୁଣି ଥରେ ଘୁଞ୍ଚିଛି ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନର ଶୁଣାଣି । ବୁଧବାର ସେସନ କୋର୍ଟରେ ହୋଇଥିବା ଶୁଣାଣିରେ ଆର୍ଯ୍ୟନଙ୍କୁ ମିଳିପାରିନି ଜାମିନ । ଆର୍ଯ୍ୟନଙ୍କ ଆଇନଜୀବୀ ଓ ଏନସିବି ମଧ୍ୟରେ ଦୀର୍ଘ ଘଣ୍ଟାର ତର୍କବିତର୍କ ପରେ କୋର୍ଟ ନିଜ ନିଷ୍ପତ୍ତିକୁ ସୁରକ୍ଷିତ ରଖିଛନ୍ତି ।

ଶୁଣାଣି ଆରମ୍ଭ ପରେ କୋର୍ଟରେ ନିଜ ନିଜ ପକ୍ଷର ଦସ୍ତାବିଜ ରଖିଥିଲେ ଏନସିବି ଓ ଆର୍ୟନଙ୍କ ଆଇନଜୀବୀ । ଅନେକ ସମୟ ଯାଏଁ ଚାଲିଥିଲା ଶୁଣାଣି । ହେଲେ କୋର୍ଟ ଏହାକୁ ଆଉ ଗୋଟିଏ ଦିନ ଘୁଞ୍ଚାଇ ଦେଇଛନ୍ତି । ତେବେ ବୁଧବାର ରାତି ମଧ୍ୟ ଜେଲ୍‌ରେ ବିତାଇଛନ୍ତି ଆର୍ଯ୍ୟନ ।

ଆର୍ଯ୍ୟନଙ୍କ ଜାମିନ ଆବେଦନ ଉପରେ 14 ଅକ୍ଟୋବର(ଗୁରୁବାର) ରାୟ ଶୁଣାଇବେ କୋର୍ଟ । ଗତ ସୋମବାର ଦିନ ଆର୍ଯ୍ୟନଙ୍କ ଜାମିନ ଆବେଦନର ଶୁଣାଣି ସ୍ଥଗିତ ରଖାଯାଇଥିଲା ।

ଆର୍ଯ୍ୟନଙ୍କୁ ମୁମ୍ବାଇରୁ ଗୋଆ ଅଭିମୁଖେ ଯାଉଥିବା କ୍ରୁଜ ସିପରେ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ କରାଯାଇଥିଲା । ଏହାରି ମଧ୍ୟରେ ସେ ଆର୍ଥର ରୋଡ କାରାଗାରରେ ୫ ଦିନ ବିତାଇ ସାରିଲେଣି । ସେ ଏବେ କାରାଗାରର ସଙ୍ଗରୋଧ କେନ୍ଦ୍ରରେ ଅଛନ୍ତି । ସେଠାରେ ତିନି ଦିନ ରହିବାର ଥିଲେ ମଧ୍ୟ ଏବେ ସୁଦ୍ଧା ଆର୍ଯ୍ୟନ ସେଠାରେ ରହିଛନ୍ତି । ସଙ୍ଗରୋଧ ଅବଧି ଶେଷ ହେବା ପରେ ତାଙ୍କୁ ଅନ୍ୟ କୋଠରୀକୁ ନିଆଯିବ । ତେବେ ଯେଉଁ କୋଠରୀରେ ଦିନେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ରହୁଥିଲେ ଏବେ ଆର୍ଯ୍ୟନ ସେହି କୋଠରୀରେ ହିଁ ଅଛନ୍ତି ।

Last Updated :Oct 14, 2021, 8:55 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.