ETV Bharat / bharat

6 ଗୁଳି ଖାଇ 9ବର୍ଷ ବୟସରେ କସାବକୁ ଚିହ୍ନାଇଥିଲେ ଦେବିକା

author img

By ETV Bharat Odisha Team

Published : Nov 26, 2023, 1:41 PM IST

ମୁମ୍ବାଇ ଆକ୍ରମଣର ସର୍ବ କନିଷ୍ଠ ସାକ୍ଷୀ ଦେବିକା ରୋଟାଓ୍ବାନ । ଆତଙ୍କୀ ବିରୋଧରେ 9 ବର୍ଷ ବୟସରେ କୋର୍ଟରେ ଦେଇଥିଲେ ସାକ୍ଷୀ । ଏବେ ତାଙ୍କୁ 24 ବର୍ଷ ହୋଇଥିବା ବେଳେ ଚାକିରି ଅନୁସନ୍ଧାନରେ ରହିଛନ୍ତି । ଅଧିକ ପଢ଼ନ୍ତୁ

Devika Rotawan
Devika Rotawan

ମୁ୍ମ୍ବାଇ: ମୁ୍ମ୍ବାଇରେ ଆତଙ୍କବାଦୀ ଆକ୍ରମଣକୁ ପୁରିଛି 15 ବର୍ଷ । କିନ୍ତୁ ଆଜିବି ମନରୁ ଲିଭିନି ଆତଙ୍କୀଙ୍କ ସେହି ନୃଶଂସକାଣ୍ଡ, ମନେ ପଡିଲେ ଟାଙ୍କୁରି ଉଠିଛି ରୁମ । 4 ଦିନ ଧରି ମୁମ୍ବାଇରେ ହୋଇଥିଲା ଗୁଳି ବର୍ଷଣ ଓ ବୋମା ମାଡ଼ । ଶୁଭୁଥିଲା ଆତଙ୍କୀଙ୍କ ଗର୍ଜନ । ପ୍ରତି ସେକେଣ୍ଡରେ ଯାଉଥିଲା ପ୍ରାଣ । ନିଷ୍ଠୁର ଆତଙ୍କୀ ନେଇ ଚାଲିଥିଲେ ଗୋଟିଏ ପରେ ଗୋଟିଏ ପ୍ରାଣ । ପ୍ରାୟ 166 ଜଣ ନାଗରିକଙ୍କ ଜୀବନ ଯାଇଥିଲା । ଏହି ଆକ୍ରମଣରୁ ଅଳ୍ପକେ ବର୍ତ୍ତିଯାଇଥିଲେ 24 ବର୍ଷିୟା ଦେବିକା ରୋଟାଓ୍ବାନ । ସେତେ ବେଳେ ସେ 9 ବର୍ଷର ଥିଲେ । ବୟସ ବଢିଛି, ସମୟ ବଦଳିଛି କିନ୍ତୁ ତାଙ୍କ ମନରୁ ଲିଭିନି ସେହି କାଳ ରାତ୍ରିର କାହାଣୀ । ଆତଙ୍କୀ ଆକ୍ରମଣ ଘଟଣାର ସେ ଥିଲେ ସର୍ବକନିଷ୍ଠ ସାକ୍ଷୀ । ଆତଙ୍କବାଦୀ ଅଜମଲ କସାବକୁ ସେ ଚିହ୍ନଟ କରିଥିଲେ ।

ନଭେମ୍ବର 26 ରାତି ପ୍ରାୟ 8.15 ସମୟରେ ମୁମ୍ବାଇରେ ଅବତରଣ କରିଥିଲା । ପୁରା ଅସ୍ତ୍ରଶସ୍ତ୍ର ସହ ଏହି ଗୋଷ୍ଠୀ ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନସରେ ପ୍ରଥମ ଆକ୍ରମଣ କରିଥିଲା । ସେହି ସମୟରେ ଦେବିକା ତାଙ୍କ ବାପା ଓ ଭାଇଙ୍କ ସହ ରେଳଷ୍ଟେସନରେ ଥିଲେ । ହଠାତ ଅଜମଲ କସାବ ସହ ଅନ୍ୟ ଆତଙ୍କୀ ଆତର୍କିତ ଭାବେ ଷ୍ଟେସନରେ ଗୁଳିମାଡ କରିଥିଲେ । ଭୟରେ ଜୀବନ ବଞ୍ଚାଇବାକୁ ଏଣେ ତେଣେ ସମସ୍ତେ ଦୌଡିଥିଲେ । ସେହି ସମୟରେ ଦେବିକାଙ୍କ ଡାହାଣ ଗୋଡରେ ଗୁଳି ବାଜିଥିଲା । ବର୍ତ୍ତମାନ ସେ ବଡ଼ ହୋଇଯାଇଛନ୍ତି ଓ ସେହିଦିନର ସେ ଭୟଙ୍କର ରାତିକୁ ମନେ ପକାଇ ପ୍ରତିଟି ମୁହୁର୍ତ୍ତକୁ କ୍ୟାମେରା ସମ୍ମୁଖରେ ବଖାଣିଛନ୍ତି ।

ଏହା ମଧ୍ୟ ପଢନ୍ତୁ-26/11 ଆତଙ୍କୀ ଆକ୍ରମଣକୁ 15 ବର୍ଷ: ଆଜି ବି ମନରୁ ଲିଭିନି କାଳରାତି ଛାତିଥରା କାହାଣୀ

ଦେବିକା ରୋଟାଓ୍ବାନ କହିଛନ୍ତି ଯେ, ମୁମ୍ବାଇ ଆକ୍ରମଣକୁ ମନେ ରଖିବା ପାଇଁ ମୋତେ ବର୍ଷକୁ ଅପେକ୍ଷା କରିବାର ନାହିଁ । ଯଦିଓ ସେତେବେଳେ ମୁଁ ଛୋଟ ଥିଲି, କିନ୍ତୁ ଆଜି ବି ମୋର ସବୁକିଛି ମନେ ଅଛି । ପ୍ରତି ସେକେଣ୍ଡରେ ଗୁଳି ବର୍ଷା ହୋଇଥିଲା । ଲୋକମାନେ ତଳେ ପଡିଯାଇ ଜୀବନ ସହ ସଂଘର୍ଷ କରୁଥିଲେ । ଜୀବନ ବଞ୍ଚାଇବାପାଇଁ ଉଚ୍ଚ ସ୍ବରରେ ଚିତ୍କାର କରୁଥିଲେ । ରକ୍ତରେ ଭିଜିଥିବା ଏକାଥିବା ମୃତଦେହ ରେଲଓ୍ବେ ଷ୍ଟେସନରେ ପଡି ରହିଥିଲା । ଜଣେ ବ୍ୟକ୍ତିଙ୍କ ହାତରେ ବନ୍ଧୁକ ଥିବା ମୁଁ ଦେଖିବାକୁ ପାଇଥିଲି । ସେ କ୍ରମାଗତ ଭାବେ ଗୁଳି ଚଳାଉଥିଲେ । ମୋ ଦେହରେ ଗୁଳି ବାଜିବା ପରେ ମୋତେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦେଢ଼ମାସ ପରେ ଅପରେସନ କରାଯାଇ ମୋର ଗୋଡରୁ 6ଟି ଗୁଳି ବାହାର କରାଯାଇଥିଲା ।

ଦେବିକା କହିଛନ୍ତି,"ଯେତେବେଳେ ଗୁଳି ବର୍ଷଣ ହେଉଥିଲା ସେତେବେଳେ ମୁଁ ଜାଣି ପାରୁନଥିଲି ଷ୍ଟେସନରେ କଣ ହେଉଥିଲା ଓ କାହିଁକି ଏପରି ହେଉଥିଲା । କିନ୍ତୁ ଏବେ ମନେ ପଡିଲେ ବହୁତ କଷ୍ଟ ହୁଏ ଓ ଗୁଳି ବାଜିଥିବା ଗୋଡରେ ଏବେବି କଷ୍ଟ ହୁଏ । ଏପରି ଘଟଣା ପରେ ଆତଙ୍କବାଦକୁ ଶେଷ କରିବା ପାଇଁ ମୁଁ ଆଇପିଏସ୍ ଅଫିସର ହେବାକୁ ନିଷ୍ପତ୍ତି ନେଇଥିଲି । ସେ ସ୍ୱପ୍ନକୁ ସାକାର କରିବା ପାଇଁ ମୁଁ ଚେଷ୍ଟା କରିବି । ବର୍ତ୍ତମାନ ମୁଁ ମୋ ପରିବାରକୁ ସାହାଯ୍ୟ କରିବା ପାଇଁ ଚାକିରି ଖୋଜୁଛି।''

11 ବର୍ଷ ବୟସରେ ଜଣେ ଆତଙ୍କୀବୀଦକୁ ଟିହ୍ନଟ କରିଥିବା ଝିଅର ଜୀବନ ସହଜ ନଥିଲା । ତା ପୂର୍ବରୁ ତାଙ୍କ 6ଟି ସର୍ଜରି ହୋଇଥିଲା । 2009 ମସିହାରେ ମୁମ୍ବାଇ ଆକ୍ରମଣ ଘଟଣାର ଶୁଣାଣି ସମୟରେ ସେ କୋର୍ଟରେ ସାକ୍ଷୀ ଦେଇଥିଲେ । ଏହାପରେ କସାବକୁ ଚିହ୍ନଟ କରିଥିଲେ । ଅଭିଯୁକ୍ତକୁ ଦଣ୍ଡ ମିଳିଥିଲା ସତ କିନ୍ତୁ ଏହାପରେ ଦେବିକାଙ୍କ ଜୀବନ ଦୁର୍ବିସହ ହୋଇପଡିଥିଲା । ଦେବିକା ​ବର୍ତ୍ତମାନ ବାନ୍ଦ୍ରାର ଚେତନା କଲେଜରେ ଯୁକ୍ତ ୩ କଳାରେ ତୃତୀୟ ବର୍ଷରେ ପାଠ ପଢୁଛନ୍ତି। ପରିବାରର ବୋଝ ଉଠାଇବା ପାଇଁ ସେ ଚାକିରି ଖୋଜୁଛନ୍ତି । କସାବକୁ ଚିହ୍ନିବା ପରେ ତାଙ୍କୁ ବହୁତ ପ୍ରତିଶ୍ରୁତି ମିଳିଥିଲା । ତାହା କିନ୍ତୁ ପୂରଣ ନହେବାରୁ ସେ ନିଜ ରାସ୍ତା ନିଜେ ଖୋଜିବାରେ ଲାଗି ପଡ଼ିଛନ୍ତି ବୋଲି କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.