ETV Bharat / bharat

Independence day march past: ଛତିଶଗଡରେ ଓଡିଶା ପୋଲିସକୁ 3ୟ ପୁରସ୍କାର, ନେତୃତ୍ବ ନେଇଥିଲେ ଇନିସପେକ୍ଟର ବିଭୁ ପ୍ରସାଦ

author img

By

Published : Aug 15, 2023, 10:44 PM IST

Independence day march past: ଛତିଶଗଡରେ ଓଡିଶା ପୋଲିସକୁ 3ୟ ପୁରସ୍କାର, ନେତୃତ୍ବ ନେଇଥିଲେ ଇନିସପେକ୍ଟର ବିଭୁପ୍ରସାଦ
Independence day march past: ଛତିଶଗଡରେ ଓଡିଶା ପୋଲିସକୁ 3ୟ ପୁରସ୍କାର, ନେତୃତ୍ବ ନେଇଥିଲେ ଇନିସପେକ୍ଟର ବିଭୁପ୍ରସାଦ

ଛତିଶଗଡରେ ଇନ୍ସପେକ୍ଟର ବିଭୂ ପ୍ରସାଦ ପ୍ରଧାନଙ୍କ ନେତୃତ୍ୱରେ ମାର୍ଚ୍ଚ ପାଷ୍ଟରେ ଓଡିଶା ପୋଲିସକୁ ତୃତୀୟ ପୁରସ୍କାର । ଅଧିକ ପଢନ୍ତୁ

ରାୟପୁର: ଛତିଶଗଡ ରାଜଧାନୀ ରାୟପୁରରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଅବସରରେ ଆୟୋଜିତ ମାର୍ଚ୍ଚ ପାଷ୍ଟରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ପୋଲିସ ବଳ ଓ କେନ୍ଦ୍ରୀୟ ବଳର କଣ୍ଟିନଜେଣ୍ଟକୁ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ । ରାଜ୍ୟ ପୋଲିସ ସହ ପାରା ମିଲାଟାରୀ ଫୋର୍ସ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ବର୍ଗରେ ସବ୍-ଇନ୍ସପେକ୍ଟର ବିଜୟ ସିଂଙ୍କ ନେତୃତ୍ୱରେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (CISF) ପ୍ରଥମ ସ୍ଥାନ ଅଧିକାର କରିଛି । ସେହିପରି ଏହି ମାର୍ଚ୍ଚ ପାଷ୍ଟରେ ସୀମା ସୁରକ୍ଷା ବଳ (BSF) କଣ୍ଟିନଜେଣ୍ଟ ଦ୍ୱିତୀୟ ସ୍ଥାନରେ ରହିଛି । ତୃତୀୟ ସ୍ଥାନ ମିଳିଛି ଓଡିଶା ପୋଲିସର ଟିମକୁ ।

ଇନ୍ସପେକ୍ଟର ବିଭୂ ପ୍ରସାଦ ପ୍ରଧାନଙ୍କ ନେତୃତ୍ୱରେ ମାର୍ଚ୍ଚ ପାଷ୍ଟରେ ଅଂଶଗ୍ରହଣ କରିଥିଲା ଓଡିଶାର ପୋଲିସର ଏହି ଟିମ । ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଓଡିଶା ପୋଲିସକୁ 3ୟ ସ୍ଥାନ ମିଳିଛି । ସେହିପରି ରାଜ୍ୟ ସଶସ୍ତ୍ର ବାହିନୀ ବର୍ଗରେ ମାର୍ଚ୍ଚପାଷ୍ଟରେ ପ୍ରଥମ ପୁରସ୍କାର ହାସଲ କରିଛି ଛତିଶଗଡ ଜେଲ ବିଭାଗର ଟିମ୍‌ । ଆସିଷ୍ଟାଣ୍ଟ ଜେଲ ଅଧୀକ୍ଷକ ରାହୁଲ ଗାଙ୍ଗ୍ରାଲେଙ୍କ ନେତୃତ୍ୱରେ ଏହି ଟିମ ମାର୍ଚ୍ଚ ପାଷ୍ଟରେ ଅଂଶଗ୍ରହଣ କରିଥିଲା ।

ସେହିପରି ରାଜ୍ୟ ସଶସ୍ତ୍ର ବଳ ବର୍ଗରେ ସବ-ଇନ୍ସପେକ୍ଟର ଉମା ଠାକୁରଙ୍କ ନେତୃତ୍ୱରେ ଛତିଶଗଡ ସଶସ୍ତ୍ର ମହିଳା ବଳର କଣ୍ଟିନଜେଣ୍ଟ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ସବ୍-ଇନ୍ସପେକ୍ଟର ଶାନ୍ତି ଲାକ୍ରାଙ୍କ ନେତୃତ୍ୱରେ ନଗର ସେନା କଣ୍ଟିଜେଣ୍ଟ୍ ଏହି ପରେଡ (ମାର୍ଚ୍ଚପାଷ୍ଟ) ରେ ତୃତୀୟ ସ୍ଥାନ ହାସଲ କରିବା ସହ ପୁରସ୍କୃତ ହୋଇଛି । ସେହିପରି ଏନସିସି ଜୁନିୟର ବର୍ଗରେ କମାଣ୍ଡାଣ୍ଟ୍ ପ୍ରଣାଳୀ ରଙ୍ଗାରୀଙ୍କ ନେତୃତ୍ୱରେ ସିନିୟର ଡିଭିଜନ୍ ଗାର୍ଲ୍ସ (ବାଳିକା) କଣ୍ଟିନଜେଣ୍ଟ୍ ପ୍ରଥମ ସ୍ଥାନ ହାସଲ କରିଛି । ସଚେତନ୍ ପାଣ୍ଡେଙ୍କ ନେତୃତ୍ୱରେ ଏନସିସି ସିନିୟର ଡିଭିଜନ୍ ବାଳକ କଣ୍ଟିନଜେଣ୍ଟ୍ ଦ୍ବତୀୟ ସ୍ଥାନରେ ରହିଛି ।

ଏହା ମଧ୍ୟ ପଢନ୍ତୁ :-ଲାଲକିଲ୍ଲାରୁ ବିରୋଧୀଙ୍କୁ ମୋଦିଙ୍କ ଟାର୍ଗେଟ, କହିଲେ ଭ୍ରଷ୍ଟାଚାର ଓ ପରିବାରବାଦ ଦେଶକୁ ନଷ୍ଟ କରିଦେଇଥିଲା

ଏହି ସମସ୍ତ ରାଜ୍ୟ ପୋଲିସ ବଳ ଓ କେନ୍ଦ୍ରୀୟ ସଶସ୍ତ୍ର ବଳ ରାଜ୍ୟସ୍ତରୀୟ ପରେଡରେ ଅଂଶଗ୍ରହଣ କରିଥିଲେ । ପ୍ରଦର୍ଶନ ଆଧାରରେ ଚୟନ ହେବା ପରେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଏହି ସମସ୍ତ ଟିମକୁ ପୁରସ୍କୃତ କରିଥିଲେ । ତୃତୀୟ ସ୍ଥାନ ହାସଲ କରିଥିବା ଓଡିଶା ପୋଲିସ ଟିମ ପକ୍ଷରୁ ନେତୃତ୍ବ ନେଇଥିବା ଇନସିପେକ୍ଟର ବିଭୂପ୍ରସାଦ ପ୍ରଧାନ ପୁରସ୍କାର ଗ୍ରହଣ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.