ETV Bharat / bharat

ଲାଲକିଲ୍ଲାରୁ ବିରୋଧୀଙ୍କୁ ମୋଦିଙ୍କ ଟାର୍ଗେଟ, କହିଲେ ଭ୍ରଷ୍ଟାଚାର ଓ ପରିବାରବାଦ ଦେଶକୁ ନଷ୍ଟ କରିଦେଇଥିଲା

author img

By

Published : Aug 15, 2023, 4:31 PM IST

77ତମ ସ୍ବାଧୀନତା ଦିବସରେ ଲାଲକିଲ୍ଲାରୁ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 3ଟି କୁବ୍ୟବସ୍ଥା ଦେଶକୁ ନଷ୍ଟ କରି ଦେଇଛି । ଏହା ବିରୋଧରେ ଲଢେଇ ଜାରି ରହିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

pm modi targets congress
ଲାଲକିଲ୍ଲାରୁ ବିରୋଧୀଙ୍କୁ ମୋଦିଙ୍କ ଟାର୍ଗେଟ

ଲାଲକିଲ୍ଲାରୁ ବିରୋଧୀଙ୍କୁ ମୋଦିଙ୍କ ଟାର୍ଗେଟ

ନୂଆଦିଲ୍ଲୀ: 77ତମ ସ୍ବାଧୀନତା ଦିବସରେ ଐତିହାସିକ ଲାଲକିଲ୍ଲାରୁ ଜାତୀୟ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କରି ବିରୋଧୀଙ୍କ ଉପରେ ବର୍ଷିଥିଲେ ମୋଦି । ଦେଶକୁ 3ଟି କୁବ୍ୟବସ୍ଥା ଦେଶକୁ ନଷ୍ଟ କରିଦେଇଥିଲା । ପରିବାରବାଦ, ଭ୍ରଷ୍ଟାଚାର ଓ ତୃଷ୍ଟୀକରଣ ଦେଶକୁ ନଷ୍ଟ କରିଦେଇଥିଲା ଏହି 3କୁ ବ୍ୟବସ୍ଥା ବିରୋଧରେ ଲଢେଇ ଜାରି ରହିବ । ଭ୍ରଷ୍ଟାଚାରୀମାନେ ଦେଶର ସମ୍ପତ୍ତିକୁ ନେଇ ପଳାୟନ କରିଛନ୍ତି । କିଛି ରାଜନୈତିକ ପାର୍ଟି ପରିବାର ପାଇଁ, ପରିବାରର ଓ ପରିବାର ଦ୍ବାରା ବୋଲି ପରିବାରବାଦକୁ ନେଇ କଟାକ୍ଷ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାର ପ୍ରାଚୀରରୁ 10ମ ଥର ପାଇଁ ଦେଶକୁ ସମ୍ବୋଧିତ କରିଛନ୍ତି । 90ମିନିଟର ସମ୍ବୋଧନରେ ପିଏମ ମୋଦି 12 ଥର ପରିବାରବାଦ, 11ଥର ଭ୍ରଷ୍ଟାଚାର ଏବଂ 8 ଥର ତୃଷ୍ଟୀକରଣ ବିଷୟରେ କହିଛନ୍ତି । 3ଟି କୁବ୍ୟବସ୍ଥା କବଳରୁ ଦେଶକୁ ମୁକ୍ତି କରିବାକୁ ଅପିଲ କରିଛନ୍ତି । ଲାଲକିଲ୍ଲାରୁ ବିରୋଧୀଙ୍କୁ ଟାର୍ଗେଟ କରି ମୋଦି କହିଛନ୍ତି, କିଛି ଦଳର ମନ୍ତ୍ର ହେଉଛି ପରିବାର । କିଛି ରାଜନୈତିକ ପାର୍ଟି ପରିବାର ପାଇଁ, ପରିବାରର ଓ ପରିବାର ଦ୍ବାରା । ବିକାଶ ପାଇଁ ପରିବାରବାଦକୁ ଦେଶକୁ ମୁକ୍ତି ଦେବା ଆବଶ୍ୟକ । ପରିବାରବାଦ, ଭ୍ରଷ୍ଟାଚାର ଓ ତୃଷ୍ଟୀକରଣ 3ଟି କୁବ୍ୟବସ୍ଥା ରାଜନୀତି ସାମାଜିକ ନ୍ୟାୟକୁ ବିପଦକୁ ଠେଲି ଦେଇଛି । ଭ୍ରଷ୍ଟାଚାର ବିକାଶର ସବୁଠୁ ବଡ ଶତ୍ରୁ । 2047ର ସ୍ବପ୍ନକୁ ସାକାର କରିବାକୁ ଦେଶ ଚାହୁଁଛି । ଆମେ କୌଣସି ପରିସ୍ଥିତିରେ ଦୁର୍ନୀତିକୁ ସହ୍ୟ କରିବୁ ନାହିଁ ।

ଏହା ବି ପଢନ୍ତୁ...ଲାଲକିଲ୍ଲାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ; 140 କୋଟି ଭାରତୀୟଙ୍କୁ ପରିବାର କହିଲେ ମୋଦି, ଆସିବ ବିଶ୍ବକର୍ମା ଯୋଜନା

ଏହା ବି ପଢନ୍ତୁ...ମଣିପୁର ହିଂସା ଦୁର୍ଭାଗ୍ୟଜନକ କହିଲେ ପ୍ରଧାନମନ୍ତ୍ରୀ, ଶୁଣନ୍ତୁ ଲାଲକିଲ୍ଲାରୁ ମୋଦିଙ୍କ ଭାଷଣ

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ''କିଛି ସତ୍ୟକୁ ଆମକୁ ଗ୍ରହଣ କରିବାକୁ ପଡିବ ଏବଂ ତାର ସମାଧାନ ପାଇଁ ଲାଲକିଲ୍ଲାରୁ ସମସ୍ତଙ୍କ ସହାୟତା ମାଗୁଛି । 2014ରେ ପରିବର୍ତ୍ତନ ପାଇଁ ପ୍ରତିଶ୍ରୁତି ଦେଇ ଆସିଥିଲି । ଦେଶର ଆବଶ୍ୟକତାକୁ ପରଖିଛି । ଅନୁଭବ ଆଧାରରେ ମୁଁ କହୁଛି ସବୁ ଜିନିଷକୁ ଗମ୍ଭୀରତା ବିଷୟରେ ନେବାକୁ ହେବ । 2047ରେ ଯେବେ ଭାରତ ସ୍ବାଧୀନତା ଦିବସ 100 ବର୍ଷ ପାଳନ କରିବେ ସେବେ ଭାରତର ଜାତୀୟ ପତାକା ବିକଶିତ ଭାରତର ତ୍ରିରଙ୍ଗା ପତାକା ହେବା ଆବଶ୍ୟକ । ପୁର୍ନଗଠନ, ପ୍ରଦର୍ଶନ ପାଇଁ କାର୍ଯ୍ୟ ଜାରି ରହିଛି । ଆସନ୍ତା 5 ବର୍ଷ 2047 ସ୍ବପ୍ନ ପୂରଣ ପାଇଁ କାର୍ଯ୍ୟ କରିବି । 2024ରେ ପୁଣି ଲାଲକିଲ୍ଲା ଆସିବି ଦେଶର ବିକାଶ ନେଇ ଏହି ଲାଲକିଲ୍ଲାରୁ ହିସାବ ଦେବି । 2047ର ସ୍ବପ୍ନ ପୂରଣ ନେଇ ପୁଣି କ୍ଷମତାକୁ ଫେରିବି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.