କୋରୋନା କବଳରେ ୩୦ BSF ଯବାନ

author img

By

Published : Jan 13, 2022, 1:59 PM IST

କୋରୋନାରେ ଆକ୍ରାନ୍ତ ହେଲେ ୩୦ BSF ଯବାନ

କୋରୋନାରେ ଆକ୍ରାନ୍ତ ହେଲେ ୩୦ ବିଏସଏଫ ଯବାନ । ଉତ୍ତରାଖଣ୍ଡର କୋଟୱାର୍ ବିଧାନସଭା ନିର୍ବାଚନମଣ୍ଡଳୀ(Kotdwar Assembly constituency)ରେ ନିଯୋଜିତ ଥିଲେ ଏହି ସବୁ ସଂକ୍ରମିତ । ଅଧିକ ପଢନ୍ତୁ

ଡେରାଡୁନ: କୋରୋନା କବଳରେ BSF ଯବାନ । କୋରୋନାରେ ଆକ୍ରାନ୍ତ ହେଲେ ୩୦ ବିଏସଏଫ ଯବାନ । ଉତ୍ତରାଖଣ୍ଡର କୋଟୱାର୍ ବିଧାନସଭା ନିର୍ବାଚନମଣ୍ଡଳୀ(Kotdwar Assembly constituency)ରେ ନିଯୋଜିତ ଥିଲେ ଏହି ସବୁ ସଂକ୍ରମିତ । କୋଟୱାର୍ ସର୍କଲ୍ ଅଧିକାରୀ ଜିଏଲ ଖୋଲି ଏନେଇ ସୂଚନା ଦେଇ କହିଛନ୍ତି ଯେ, ବିଧାନସଭା ନିର୍ବାଚନ ପାଇଁ ୫୦ ନମ୍ବର ବାଟାଲିୟନର ଇ କମ୍ପାନୀରେ ୮୨ ଯବାନ ନିଯୋଜିତ ହୋଇଥିଲେ । ଏଥି ମଧ୍ୟରୁ ୩୦ ଜଣ କୋରୋନା ପଜିଟି ଚିହ୍ନଟ ହେବା ପରେ ସମସ୍ୟଙ୍କୁ ସଙ୍ଗରୋଧରେ ସ୍ବାସ୍ଥ୍ୟ ବିଭାଗ ତରଫରୁ ରଖାଯାଇଛି ।

ଗତ ମଙ୍ଗଳବାର ଏହି ସବୁ ବିଏସଏଫ ଯବାନ ନିଯୋଜିତ ହୋଇଥିଲେ। ସୂଚନା ଅନୁଯାୟୀ ଦେଶରେ ଏବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ୨,୪୭,୪୧୭ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ବୁଧବାର ତୁଳନାରେ ୨୭% ପ୍ରତିଶତ ଅଧିକ ରହିଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭାରତରେ ସକ୍ରିୟ ମାମଲା ୧୧,୧୭,୫୩୧ରେ ପହଞ୍ଚିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.