ETV Bharat / bharat

ସମ୍ପର୍କରେ ଲାଗିଲା ରକ୍ତର ଛିଟା, ଟଙ୍କା ନଦେବାରୁ ବାପାର ଜୀବନ ନେଲା ପୁଅ

author img

By ETV Bharat Odisha Team

Published : Aug 31, 2023, 8:08 AM IST

ଟଙ୍କା ନଦେବାରୁ ବାପାର ରକ୍ତରେ ହୋଲି ଖେଳିଲା ପୁଅ । ବୃଦ୍ଧ ବାପାକୁ ପିଟି ପିଟି ହତ୍ୟା କଲା ସଇତାନ ପୁଅ । ଅଧିକ ପଢନ୍ତୁ

Man Beats Father To Death
Man Beats Father To Death

ନୂଆଦିଲ୍ଲୀ: ଟଙ୍କା ପାଇଁ ତୁଚ୍ଛ ହେଲା ରକ୍ତ ସମ୍ପର୍କ । ସମ୍ପର୍କରେ ଲାଗିଲା ରକ୍ତର ଛିଟା । ପୁଅ ଭୁଲି ଗଲା ବାପାର ସ୍ନେହ । ବାପା ଟଙ୍କା ନଦେବାରୁ ପୁଅର ମୁଣ୍ଡରେ ଚଢିଲା ପିତ। ବୃଦ୍ଧ ବାପାକୁ ପିଟି ପିଟି ହତ୍ୟା କଲା ସଇତାନ ପୁଅ । ଏଭଳି ହତ୍ୟାକାଣ୍ଡ ଘଟିଛି ନୂଆଦିଲ୍ଲୀର ଉତ୍ତମ ନଗରରେ । ମୃତକ ଜଣଙ୍କ ହେଉଛନ୍ତି ନନ୍ଦ ଲାଲ ଆରୋରା । ଏନେଇ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ପୁଅ ଗୌରବକୁ ପୋଲିସ ଗରିଫ କରିଛି ।

ମିଳିଥିବା ସୂଚନା ଅନୁୟାୟୀ, ଗତ ମଙ୍ଗଳବାର ରାତିରେ ପୁଅ ଗୌରବ ବାପାଙ୍କୁ 4 ଲକ୍ଷ ଟଙ୍କା ମାଗିଥିଲା । କିନ୍ତୁ ତାରା ବାପା ନନ୍ଦ ଲାଲ ଟଙ୍କା ଦେବାକୁ ମନାକରି ଦେଇଥିଲା । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଯାହା ପରେ ଉଗ୍ରରୂପ ଧାରଣ କରିଥିଲା । ଉତକ୍ଷିପ୍ତ ହୋଇ ଗୌରବ ତାର ବାପାକୁ ମାଡ ମାରିବା ଆରମ୍ଭ କରିଦେଇଥିଲା । ଶେଷରେ ବୃଦ୍ଧ ନନ୍ଦ ଲାଲର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଏହା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ସ୍ଥାନୀୟ ଲୋକଙ୍କୁ ଘଟଣା ସମ୍ପର୍କରେ ପଚାରି ବୁଝିଥିଲା । ପରେ ଅଭିଯୁକ୍ତ ପୁଅ ଗୌରବ ବିରୋଧରେ ଥାନାରେ ଏକ ମାମଲା ରୁଜୁ କରି ଗିରଫ କରିଥିଲା ପୋଲିସ ।

ଏହା ମଧ୍ୟ ପଢନ୍ତୁ-ନିଶା ଆଗରେ ଫିକା ପଡିଲା ସମ୍ପର୍କ, ବାପାକୁ ପିଟି ପିଟି ଜୀବନ ନେଲା ପୁଅ

ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ମଙ୍ଗଳବାର ରାତି 8ଟା 26 ମିନିଟ ସମୟରେ ନୂଆଦିଲ୍ଲୀର ଉତ୍ତମ ନଗରରେ ଜଣେ ପୁଅ ତାର ବାପାକୁ ହତ୍ୟା କରିଥିବା ପୋଲିସ ପାଖକୁ ଖବର ଆସିଥିଲା । ବାପାକୁ ତାର ପୁଅ 4 ଲକ୍ଷ ଟଙ୍କା ମାଗିବାରୁ ସେ ମନା କରିଦେଇଥିଲେ । ଫଳରେ ବାପାକୁ ପିଟିପିଟି ହତ୍ୟା କରିଥିଲା ପୁଅ । ଏନେଇ ବିନ୍ଦାପୁର ପୋଲିସ ଷ୍ଟେସନରେ 302 ଆଇପିସିରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଗିରଫ କରାଯାଇଛି ।

ଗତ ଅଗଷ୍ଟ 9 ତାରିଖରେ ଉତ୍ତରପ୍ରଦେଶରୁ ଏପରି ଏକ ହତ୍ୟାକାଣ୍ଡ ଖବର ସାମ୍ନାକୁ ଆସିଥିଲା । ବାପାକୁ କାଠ ଫାଳିଆରେ ପିଟିପିଟି ହତ୍ୟା କରିଥିଲା ତାର ପୁଅ । ଉତ୍ତରପ୍ରଦେଶର ପ୍ରୟାଗରାଜରେ ଏହି ହତ୍ୟାକାଣ୍ଡ ଘଟିଥିଲା । ମୃତକ ହେଲେ 65 ବର୍ଷୀୟ ହଂସରାଜ ସିଂହ । ହତ୍ୟାକାରୀ ବଡପୁଅକୁ ଗିରଫ କରିଥିଲା ପୋଲିସ । ଘରକୁ ବିଳମ୍ବରେ ଫେରିବାରୁ ବାପା ପୁଅଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ଆରମ୍ଭ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ବଡପୁଅ ପାଖରେ ଥିବା ଏକ କାଠ ଫାଳିଆରେ ବାପାଙ୍କୁ ଆକ୍ରମଣ କରି ହତ୍ୟା କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.