ETV Bharat / bharat

ପ୍ରଧାନମନ୍ତ୍ରୀଙ୍କ ବଙ୍ଗ ହିଂସା ସମାଲୋଚନା, ମଣିପୁର ପ୍ରସଙ୍ଗ ଉଠାଇ ପାଲଟା ବର୍ଷିଲେ ମମତା

author img

By

Published : Aug 12, 2023, 8:33 PM IST

ମୋଦିଙ୍କ ବଙ୍ଗ ହିଂସା ସମାଲୋଚନାର ଜବାବ ରଖିଲେ ମମତା । କହିଲେ ମଣିପୁର ହିଂସାକୁ ରୋକି ପାରିଲେନି । ଦଳରେ ବ୍ୟାପକ ଦୁର୍ନୀତି ଚାଲିଛି, କୌଣସି କାର୍ଯ୍ୟାନୁଷ୍ଠାନ ନେବାକୁ ସକ୍ଷମ ନୁହନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀଙ୍କ ବଙ୍ଗ ହିଂସା ସମାଲୋଚନା, ମଣିପୁର ପ୍ରସଙ୍ଗ ଉଠାଇ ପାଲଟା ଜବାବ ଦେଲେ ମମତା
ପ୍ରଧାନମନ୍ତ୍ରୀଙ୍କ ବଙ୍ଗ ହିଂସା ସମାଲୋଚନା, ମଣିପୁର ପ୍ରସଙ୍ଗ ଉଠାଇ ପାଲଟା ଜବାବ ଦେଲେ ମମତା

କୋଲକାତା: ପଶ୍ଚିମବଙ୍ଗରେ ଦଳର ପଞ୍ଚାୟତିରାଜ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ରାଜ୍ୟରେ ଆଇନ ଶୃଙ୍ଖଳା ପ୍ରସଙ୍ଗ ଉଠାଇ ମମତା ସରକାରଙ୍କୁ କଡା ସମାଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ । ରାଜ୍ୟରେ ପଞ୍ଚାୟତ ନିର୍ବାଚନ ବେଳେ ହିଂସାକାଣ୍ଡକୁ ନେଇ ମମତା ସରକାର ଉପରେ ମୋଦି ବର୍ଷିବା ସହ ରାଜ୍ୟରେ ରକ୍ତର ରାଜନୀତି ଚାଲିଛି ବୋଲି କହିଥିଲେ । ଯାହାର ପାଲଟା ଜବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଚିରାଚରିତ ଢଙ୍ଗରେ ସେ ପ୍ରଧାନମନ୍ତ୍ରୀ ମୋଦି ଓ ଭାରତୀୟ ଜନତା ପାର୍ଟି ଉପରେ ବର୍ଷିଛନ୍ତି । ମମତା କହିଛନ୍ତି, ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗରେ ହିଂସାର କଥା କହୁଛନ୍ତି, ହେଲେ ମଣିପୁରରେ ହିଂସା ନିୟନ୍ତ୍ରଣ କରିପାରୁ ନାହାନ୍ତି । ସେହିପରି ବିଜେପିରେ ବ୍ୟାପକ ଦୁର୍ନୀତି ଜାରି ରହିଥିବା କଥା ମଧ୍ୟ ମମତା ଉଠାଇ ପ୍ରଧାନମନ୍ତ୍ରୀଙ୍କ ଭୂମିକାକୁ ନେଇ ପ୍ରଶ୍ନ କରିଛନ୍ତି ।

ମମତା କହିଛନ୍ତି, ‘‘ଇଣ୍ଡିଆ ମେଣ୍ଟ ଗଠନ ହେବା ପରେ ପ୍ରଧାନମନ୍ତ୍ରୀ ଭୟଭୀତ ହୋଇପଡିଛନ୍ତି । ତେଣୁ ଏହି ପ୍ରସଙ୍ଗରେ ସେ ଏପରି ମନ୍ତବ୍ୟ ଦେଉଛନ୍ତି । କୌଣସି ସୂଚନା ବା ତଥ୍ୟ ବିନା ସେ ଭିତ୍ତିହୀନ ଅଭିଯୋଗ କରୁଛନ୍ତି । ସାଧାରଣ ଗରିବ ଲୋକଙ୍କ ମୃତ୍ୟୁ ହେଉ, ଏହା ପ୍ରଧାନମନ୍ତ୍ରୀ ଚାହାନ୍ତି । ସାଧାରଣ ଲୋକଙ୍କର ମୃତ୍ୟୁ ହେଉ ପଛେ ହେଲେ ଭାରତୀୟ ଜନତା ପାର୍ଟି କ୍ଷମତା ବଜାୟ ରଖୁ ବୋଲି ପ୍ରଧାନମନ୍ତ୍ରୀଙ୍କ ଇଚ୍ଛା ।’’

ଏହା ମଧ୍ୟ ପଢନ୍ତୁ:-Adhir Ranjan Chowdhury: ଆଇନ୍‌ର ଆଶ୍ରୟ ନେବେ ଅଧୀର ! କହିଲେ ବିରୋଧୀଙ୍କ କଣ୍ଠରୋଧ ପାଇଁ ସୁଚିନ୍ତିତ ଯୋଜନା

ସେହିପରି ମମତା କେବଳ ମଣିପୁର ହିଂସା ନିୟନ୍ତ୍ରଣରେ ବିଫଳତା ପ୍ରସଙ୍ଗ ନୁହେଁ ବରଂ ଭାରତୀୟ ଜନତା ପାର୍ଟି ସରକାରରେ ବ୍ୟାପକ ଦୁର୍ନୀତି ଜାରି ରହିଥିବା ମଧ୍ୟ ଅଭିଯୋଗ କରିଛନ୍ତି । ପ୍ରଧାନମନ୍ତ୍ରୀ ନିଜ ସରକାର ଓ ଦଳର ଦୁର୍ନୀତିରେ ଘେରି ରହିଛନ୍ତି । ଏକାଧିକ ଯୋଜନା ଓ ସରକାରୀ କାର୍ଯ୍ୟକ୍ରମରେ ଦୁର୍ନୀତି ହୋଇଛି । ପ୍ରଧାନମନ୍ତ୍ରୀ କେୟାର ଫଣ୍ଡ ସମେତ ରାଫେଲ ଜେଟ ଡିଲ୍‌ ଓ ପ୍ରତିରକ୍ଷା ସାମଗ୍ରୀ କ୍ରୟ ଡିଲରେ ମଧ୍ୟ ବ୍ୟାପକ ଦୁର୍ନୀତି ହୋଇଛି ।

ଏପରିକି ବିଭିନ୍ନ ସରକାରୀ ସଂସ୍ଥାକୁ ଘରୋଇକରଣ କରାଯିବାର ଉଦ୍ଦେଶ୍ୟ କ’ଣ ତାହା ମଧ୍ୟ ଲୋକେ ଜାଣନ୍ତି । 2000 ଟଙ୍କିଆ ନୋଟକୁ ବଜାରରୁ ବାଦ ଦେବା ନିଷ୍ପତ୍ତି ମଧ୍ୟ ଦେଶ ପାଇଁ ନୁହେଁ ବରଂ ଦଳ ପାଇଁ ମମତା କହିଛନ୍ତି । ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ସମୟରେ ହୋଇଥିବା ହିଂସାରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାଙ୍କ ହାତ ରହିଛି ବୋଲି ମଧ୍ୟ ମମତା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.