ETV Bharat / bharat

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଖଡଗେଙ୍କ ପ୍ରଶ୍ନ, କେବେ ଚାଇନା ପେ ଚର୍ଚ୍ଚା

author img

By

Published : Dec 17, 2022, 5:23 PM IST

ସୀମାରେ ଚୀନ- ଭାରତ ସୈନ୍ୟଙ୍କ ଯୁଦ୍ଧକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ସଂସଦରେ ଟାର୍ଗେଟ କଲେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ । ସେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ଯେ କେବେ ହେବ ଚାଇନା ପେ ଚର୍ଚ୍ଚା (When shall we have China pe Charcha) ? ଅଧିକ ପଢନ୍ତୁ

When shall we have China pe Charcha
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଖଡଗେଙ୍କ ପ୍ରଶ୍ନ

ନୂଆଦିଲ୍ଲୀ: ଗଲୱାନରେ ଭାରତ-ଚୀନ ସଂଘର୍ଷକୁ ନେଇ ପୁଣି ପ୍ରଧାନମନ୍ତ୍ରୀ ମୋଦି (Kharge targrts PM Modi)ଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ (AICC President Mallikarjun Kharge) । ଗଣମାଧ୍ୟମ ରିପୋର୍ଟ ଦେଖାଇ ଖଡ଼ଗେ କହିଛନ୍ତି ଯେ ଚୀନ ପୂର୍ବାଞ୍ଚଳ ରାଜ୍ୟର ପ୍ରବେଶ ପଥ ଡୋକଲାମରେ ରୋପୱେ ଓ ରାସ୍ତା ନିର୍ମାଣ କରିସାରିଲାଣି । ଯାହାକି ଦେଶର ସୁରକ୍ଷା ପାଇଁ ବଡ଼ ଚିନ୍ତାର ବିଷୟ । ତେବେ କେବେ କେନ୍ଦ୍ର ସରକାର ଏହା ଉପରେ ଆଲୋଚନା କରିବେ ବୋଲି ପ୍ରଶ୍ନ କରିଛନ୍ତି ଖଡଗେ । ୨୦୧୪ ନିର୍ବାଚନୀ ପ୍ରଚାର ଲାଗି ମୋଦିଙ୍କ 'ଚାଏ ପେ ଚର୍ଚ୍ଚା'କୁ ଟାର୍ଗେଟ କରି କେବେ ମୋଦି 'ଚାଇନା ପେ ଚର୍ଚ୍ଚା' (When shall we have China pe Charcha) କରିବେ ବୋଲି ଖଡଗେ କହିଛନ୍ତି ।

ଚୀନ ଭାରତ ସହିତ ଯୁଦ୍ଧ କରିବା ଲାଗି ପ୍ରସ୍ତୁତ ହେଉଥିବା ନେଇ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟର ଗୋଟିଏ ଦିନ ପରେ ମୋଦିଙ୍କୁ ଏହି ପ୍ରଶ୍ନ କରିଛନ୍ତି ଖଡ଼ଗେ । ସେ ଟ୍ବିଟ କରି କହିଛନ୍ତି, " ଭାରତର ସିଲଗୁଡି କରିଡ଼ରକୁ ଲକ୍ଷ୍ୟ କରି ଚୀନ ଡୋକଲାମ ଠାରୁ ଜାମ୍ଫେରୀ ରିଜ ପର୍ଯ୍ୟନ୍ତ ରୋପୱେ ଓ ରାସ୍ତା ନିର୍ମାଣ କରିସାରିଲାଣି । ଏହା ଦେଶର ସୁରକ୍ଷା ପାଇଁ ଚିନ୍ତାର ବିଷୟ ।" ପ୍ରଧାନମନ୍ତ୍ରୀ ମୋଦିଙ୍କ ଚାଏ ପେ ଚର୍ଚ୍ଚା (Chai Pe Charcha)କୁ ସେ ଟାର୍ଗେଟ କରି କହିଛନ୍ତି ଯେ କେନ୍ଦ୍ର ସରକାର କେବେ ଚାଇନୀ ପେ ଚର୍ଚ୍ଚା (China Pe Charcha) କରିବେ ।

ଏହା ବି ପଢନ୍ତୁ- ଚୀନ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି, ସରକାର ଲୁଚାଉଛନ୍ତି ସତ: ରାହୁଲ

ଗତ ଡିସେମ୍ବର ୯ ତାରିଖରେ ରାଜ୍ୟସଭାରେ ଖଡ଼ଗେ ଭାରତ ସୈନ୍ୟଙ୍କ ଉପରେ ଚୀନ ସୈନ୍ୟଙ୍କ ଆକ୍ରମଣ ପ୍ରସଙ୍ଗ ମଧ୍ୟ ଉଠାଇଥିଲେ । ମାତ୍ର ଖଡ଼ଗେଙ୍କ ନିକଟରେ କୌଣସି ନୋଟିସ ନଥିବାରୁ ଡେପୁଟି ଚେୟାରମ୍ୟାନ ହରିବଂଶ ତାଙ୍କୁ କହିବାକୁ ଦେଇନଥିଲେ । ତେବେ ଅରୁଣାଚଳପ୍ରଦେଶ ତୱାଙ୍ଗରେ ଚୀନ ସୈନ୍ୟଙ୍କ ଆକ୍ରମଣ ଉପରେ ସଂସଦରେ ଆଲୋଚନା କରିବାକୁ ସେ ଦାବି କରିଛନ୍ତି । ଚୀନ ଓ ଭାରତୀୟ ଯବାନଙ୍କ ଏହି ଯୁଦ୍ଧ ନେଇ ଖବର ଆସିବା ପରେ ବିଜେପି ଓ କଂଗ୍ରେସ ମଧ୍ୟରେ ବାକ୍‌ ଯୁଦ୍ଧ ଲାଗି ରହିଛି ।

ସେପଟେ ଗତକାଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଭାରତୀୟ ଯବାନଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ,"ଚୀନ ପ୍ରାୟ ୨ ହଜାର କିଲୋମିଟର ପର୍ଯ୍ୟନ୍ତ ଭାରତ ସୀମା ଉପରେ କବଜା କରିଛି । ସରକାର ଏହାକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି । ସେପଟେ ଚୀନ ଭାରତ ସହିତ ଯୁଦ୍ଧ କରିବା ଲାଗି ପ୍ରସ୍ତୁତ ହେଉଥିବା ବେଳେ ଏପଟେ କେନ୍ଦ୍ର ସରକାର ଚୁପ ବସିଛନ୍ତି । ସୀମାରେ ଚୀନ ସେନା ଭାରତ ସୈନିକଙ୍କ ଉପରେ ଆକ୍ରମଣ କରୁଛନ୍ତି । ଗଲୱାନରେ ୨୦ ଜଣ ଭାରତୀୟ ସେନା ଶହୀଦ ହୋଇଛନ୍ତି । ହେଲେ ଭାରତ ସରକାର ଚୁପ୍‌ ବସିଛନ୍ତି ।"

ଯାହାକୁ କଡ଼ା ନିନ୍ଦା କରିଛି ବିଜେପି । କେନ୍ଦ୍ର ମନ୍ତ୍ରୀ କିରନ ରିଜିଜୁ ମଧ୍ୟ ରାହୁଲଙ୍କ ଉପରେ ବର୍ଷିଛନ୍ତି । ରାହୁଲଙ୍କ ଏହି ମନ୍ତବ୍ୟ ଭାରତୀୟ ସେନାଙ୍କୁ ଅପମାନିତ କରିବା ସହ ଦେଶର ଆଭିମୁଖ୍ୟକୁ ପ୍ରଭାବିତ କରିଥିବା ସେ କହିଛନ୍ତି । ରାହୁଲ ନା ଯେ କେବଳ କଂଗ୍ରେସ ପାଇଁ ସମସ୍ୟାର କାରଣ, ବରଂ ଦେଶର ଲଜ୍ଜାଜନକ ସ୍ଥିତିର ମଧ୍ୟ ପ୍ରମୁଖ କାରଣ ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.