ETV Bharat / bharat

Cash for query case: ପ୍ୟାନେଲ ମିଟିଂରେ ହଙ୍ଗାମା, ଅଧାରୁ ଚାଲିଆସିଲେ ମୋଇତ୍ରା ଓ ଡାନିସ ଅଲ୍ଲୀ

author img

By ETV Bharat Odisha Team

Published : Nov 2, 2023, 4:40 PM IST

କ୍ୟାସ ଫର କ୍ବାରୀ ମାମଲାରେ ଏଥିକ୍ସ କମିଟି ମିଟିଂରୁ ଅଧାରୁ ଚାଲିଆସିଲେ ମୋଇତ୍ରା ଓ ଡାନିସ ଅଲ୍ଲୀ । ଅନୈତିକ ତରିକାରେ ବ୍ୟକ୍ତିଗତ ପ୍ରଶ୍ନ ପଚରାଯାଇଥିବା ଅଭିଯୋଗ କରି ବର୍ଷିଲେ । ପ୍ୟାନେଲର ନିଷ୍ପତ୍ତି ଅସ୍ପଷ୍ଟ । ଅଧିକ ପଢନ୍ତୁ

cash for query case: ପ୍ୟାନେଲ ମିଟିଂରେ ହଙ୍ଗାମା, ଅଧାରୁ ଚାଲିଆସିଲେ ମୋଇତ୍ରା
cash for query case: ପ୍ୟାନେଲ ମିଟିଂରେ ହଙ୍ଗାମା, ଅଧାରୁ ଚାଲିଆସିଲେ ମୋଇତ୍ରା

ନୂଆଦିଲ୍ଲୀ: ‘ସଂସଦରେ ପ୍ରଶ୍ନ ପାଇଁ ଟଙ୍କା’ ମାମଲାରେ ଆଜି ସଦାଚାର କମିଟି ବୈଠକରେ ହାଜର ହୋଇଥିଲେ ତୃଣମୂଳ କଂଗ୍ରେସ ସାଂସଦ ମୋହୁଆ ମୋଇତ୍ରା । ମାତ୍ର ପ୍ୟାନେଲ ବୈଠକରେ ହଙ୍ଗାମା ଦେଖିବାକୁ ମିଳିଛି । ସାଂସଦ ମୋଇତ୍ରା ଓ ପ୍ୟାନେଲ କମିଟି ସଦସ୍ୟ ଥିବା ବିରୋଧୀ ସାଂସଦ ଡାନିସ ଅଲ୍ଲୀ ବୈଠକ ଅଧାରୁ ଚାଲିଆସିଛନ୍ତି । ବୈଠକରେ ମୋଇତ୍ରାଙ୍କୁ ଏକାଧିକ ବ୍ୟକ୍ତିଗତ ପ୍ରଶ୍ନ ପଚରାଯାଇଥିବା ଉଭୟ ଅଭିଯୋଗ କରିଛନ୍ତି ।

  • #WATCH | Delhi: Opposition parties MPs including TMC MP Mahua Moitra and BSP MP Danish Ali, walked out from the Parliament Ethics Committee meeting.

    TMC MP Mahua Moitra appeared before the Parliament Ethics Committee in connection with the 'cash for query' charge against her. pic.twitter.com/EkwYLPnD1O

    — ANI (@ANI) November 2, 2023 " class="align-text-top noRightClick twitterSection" data=" ">

ବୈଠକରୁ ବାହାରିବା ବେଳେ ସାଂସଦ ମହୁଆ ବେଶ କ୍ରୋଧିତ ନଜର ଆସିଥିଲେ । ଏହା କେଉଁ ପ୍ରକାର ବୈଠକ ଯେଉଁଥିରେ, ବ୍ୟକ୍ତିଗତ ପ୍ରଶ୍ନ ପଚାରଯାଉଛି ବୋଲି କହିଥିଲେ । ବୈଠକ ଆହୁତ ହେବାର ତରିକା ଉପରେ ପ୍ରଶ୍ନ କରିଥିଲେ ମହୁଆ । ସେହିପରି ମହୁଆଙ୍କ ସହ ମିଟିଂ ତ୍ୟାଗ କରିଥିବା ପ୍ୟାନେଲ ସଦସ୍ୟ ଥିବା ବସପା ସାଂସଦ ଡାନିସ ଅଲ୍ଲୀ ମଧ୍ୟ କମିଟିର ବୈଠକ ତରିକା ନେଇ ଗଣମାଧ୍ୟମରେ ବର୍ଷିଥିଲେ । ଅନୈତିକ ଭାବେ କିଛି ବ୍ୟକ୍ତିଗତ ପଚରାଯିବାରୁ ସେ ମିଟିଂରୁ ଓ୍ବାକଆଉଟ କରିଛନ୍ତି । ମହୁଆଙ୍କୁ କେବେ ଓ କାହା ସହ ସାକ୍ଷାତକାର କରିଥିଲେ । କ’ଣ କଥା ହୋଇଥିଲେ ଏହିପରି କିଛି ଅତି ବ୍ୟକ୍ତିଗତ ପ୍ରଶ୍ନ ପଚରା ଯାଇଥିବା କହି ଅଲ୍ଲୀ ପ୍ୟାନେଲର ସଭାପତି ବିନୋଦ ସୋନକାରଙ୍କୁ ସମାଲୋଚନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ :-INDIA Bloc: ‘ଆମେ କଂଗ୍ରେସକୁ ଇଣ୍ଡିଆ ମେଣ୍ଟ ଦାୟିତ୍ବ ଦେଲୁ, ସେମାନେ ବିଧାନସଭା ନିର୍ବାଚନ ପ୍ରଚାରରେ ବ୍ୟସ୍ତ’

ତେବେ ଆଜି ପୂର୍ବାହ୍ନରେ ମୋଇତ୍ରା ପ୍ୟାନେଲ ସମ୍ମୁଖରେ ହାଜର ହୋଇଥିଲେ । ନିଜ ପକ୍ଷ ରଖିବା ପାଇଁ ସେ ସାଙ୍ଗରେ 3ଟି ବ୍ୟାଗ ଧରି ପ୍ୟାନେଲରେ ହାଜର ହେବାକୁ ନେଇ ଚର୍ଚ୍ଚା ହୋଇଥିଲା । ସେ ଏକାଧିକ ପ୍ରମାଣ ସହ ମିଟିଂରେ ପହଞ୍ଚିଥିବା କୁହାଯାଇଥିଲା । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ମହୁଆ ଖଣ୍ଡନ କରିବା ସହ ଆଧାର ହୀନ ବୋଲି ଦର୍ଶାଇଛନ୍ତି । ଏ ସମ୍ପର୍କରେ କିଛି ତଥ୍ୟ ପ୍ରମାଣ ମଧ୍ୟ କମିଟିରେ ଦାଖଲ କରିଛନ୍ତି । ସେହିପରି ଅଭିଯୋଗ କରିଥିବା ସାଂସଦ ନିଶିକାନ୍ତ ଦୁବେ ଓ ତାଙ୍କୁ ଏହି ପ୍ରସଙ୍ଗରେ ତଥାକଥିତ ପ୍ରମାଣ ଦେଇଥିବା ସର୍ବୋଚ୍ଚ କୋର୍ଟ ଆଇନଜୀବୀ ଜୟ ଅନନ୍ତ ଦେହାଦ୍ରାଇଙ୍କୁ ମଧ୍ୟ ପ୍ୟାନେଲ ଜେରା କରୁ ବୋଲି ମୋଇତ୍ରା ଦାବି କରିଛନ୍ତି । ଆଜି ବୈଠକର ନିଷ୍ପତ୍ତି ସମ୍ପର୍କରେ ପ୍ୟାନେଲ ଏବେ ସୁଦ୍ଧା କିଛି ଘୋଷଣା କରିନି । ମହୁଆଙ୍କ ଉତ୍ତର ଓ ଅନ୍ୟ ପ୍ରମାଣପତ୍ର ପ୍ୟାନେଲ ଯାଞ୍ଚ କରୁଥିବା ନେଇ ସୂତ୍ରରୁ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.