ETV Bharat / bharat

ମୁଁ ମଙ୍କି ବାତ୍‌ ଶୁଣେ ନାହିଁ, ମୋ ଉପରେ କଣ କାର୍ଯ୍ୟାନୁଷ୍ଠାନ ନିଆଯିବ: ମହୁଆ ମୈତ୍ର

author img

By

Published : May 12, 2023, 3:26 PM IST

ପଞ୍ଜାବର PGIMER ଛାତ୍ରଛାତ୍ରୀଙ୍କୁ ଦଣ୍ଡ ମିଳିବା ଘଟଣାକୁ ବିରୋଧ କରିଛନ୍ତି ଟିଏମସି ସାଂସଦ ମହୁଆ ମୈତ୍ର । ମନ୍ କି ବାତକୁ ମଙ୍କି ବାତ୍‌(ବାନର କଥା) ବୋଲି ଅଭିହିତ କରି ଟ୍ବିଟ୍‌ କରି ପ୍ରଶ୍ନ କରିଛନ୍ତି । କଣ କହିଛନ୍ତି ପୁରା ପଢନ୍ତୁ

Mahua Tweet
Mahua Tweet

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍‌ କି ବାତ୍‌ ନଶୁଣିବାରୁ ଚଣ୍ଡିଗଡରେ ୩୬ଜଣ ଛାତ୍ରଛାତ୍ରୀଙ୍କୁ ଦଣ୍ଡ ମିଳିଥିଲା । ଏହି ଘଟଣାକୁ ନେଇ ସେ ଛାତ୍ରଛାତ୍ରୀଙ୍କ ସପକ୍ଷରେ ଛିଡା ହୋଇ ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରି ପ୍ରଶ୍ନ କରିଛନ୍ତି ଟିଏମସି ସାଂସଦ ମହୁଆ ମୈତ୍ର । ପିଜିଆଇଏମଇଆରଙ୍କ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ସେ କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀଙ୍କ 'ମଙ୍କି ବାତ' ଶୁଣୁନି, ତାହାଲେ ମୋତେ ବି କଣ ଦଣ୍ଡ ମିଳିବ ? ମୋତେ କଣ ଘରୁ ବାହାରକୁ ଯିବାକୁ ଦିଆଯିବ ନାହିଁ ?

  • I haven’t listened to monkey baat either. Not once. Not ever. Am I going to be punished as well? Will l be forbidden from leaving my house for a week?

    Seriously worried now. pic.twitter.com/HaqEQwsWOj

    — Mahua Moitra (@MahuaMoitra) May 12, 2023 " class="align-text-top noRightClick twitterSection" data=" ">

ପ୍ରଧାନମନ୍ତ୍ରୀଙ୍କ ମନ୍‌କି ବାତ୍‌କୁ ମଙ୍କି ବାତ୍‌ କହିଲେ ସାଂସଦ ମହୁଆ ମୈତ୍ର: ପ୍ରଧାନମନ୍ତ୍ରୀ ମୋଦିଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍‌ କି ବାତ୍‌କୁ କଟାକ୍ଷ କରି ଟ୍ବିଟ୍‌ କରିଛନ୍ତି ଟିଏମସି ସାଂସଦ ମହୁଆ ମୈତ୍ର । ସେ ମନ୍‌ କି ବାତ୍‌କୁ ମଙ୍କି ବାତ(ବାନର କଥା) ବୋଲି କହିଛନ୍ତି । ସେ ଟ୍ବିଟ କରି କହିଛନ୍ତି,"ମୁଁ କେବେ ବି ମଙ୍କି ବାତ ଶୁଣି ନାହିଁ, ଥରେ ନୁହେଁ କି କେବେ ମଧ୍ୟ ମୁଁ ସେ ମଙ୍କି ବାତ୍ ଶୁଣିନି । ତାହାଲେ ମୋତେ କଣ ଦଣ୍ଡ ମିଳିବ ? କଣ ମୋତେ ଏକ ସପ୍ତାହ ପାଇଁ ଘରୁ ବାହାରକୁ ଯିବା ପାଇଁ ବାରଣ କରାଯିବ ? ଏହି କଥାକୁ ନେଇ ମୁଁ ବହୁତ ଚିନ୍ତାରେ ଅଛି ।"

ଏହା ମଧ୍ୟ ପଢନ୍ତୁ: CBSE Class 12 Results: ପ୍ରକାଶ ପାଇଲା ସିବିଏସଇ ଦ୍ବାଦଶ ରେଜଲ୍ଟ, ପାସ ହାର 87.33%

ମନ୍‌କି ବାତ୍‌ ନଶୁଣିବାରୁ ୩୬ ଛାତ୍ରଛାତ୍ରୀଙ୍କୁ ଦଣ୍ଡ ଦିଆଯାଇଥିଲା: ପ୍ରଧାନମନ୍ତ୍ରୀଙ୍କ ୧୦୦ତମ ମନ୍‌ କି ବାତ୍‌ ନଶୁଣିବାରୁ ପଞ୍ଜାବର PGIMER ଛାତ୍ରଛାତ୍ରୀଙ୍କୁ ଦଣ୍ଡ ଦିଆଯାଇଥିଲା । ମନ୍‌ କି ବାତ୍‌ ଶୁଣିବା ପାଇଁ କଲେଜ ତରଫରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଏଥିରେ ଉପସ୍ଥିତ ରହିବାକୁ ସମସ୍ତ ଛାତ୍ରୀଛାତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାସତ୍ତ୍ୱେ ତୃତୀୟ ବର୍ଷର ୨୮ ନର୍ସିଂ ଛାତ୍ରଛାତ୍ରୀ ଏବଂ ପ୍ରଥମ ବର୍ଷର ୮ ଜଣ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ନଥିଲେ । PGIMER କଲେଜରେ ହୋଇଥିବା ଏକ ଅଙ୍ଗ ଦାନ ସମ୍ପର୍କରେ ମୋଦି ନିଜ ଭାଷଣରେ ଉଲ୍ଲେଖ କରିଥିଲେ । ତେଣୁ ଚଳିତ ଅଧ୍ୟାୟରେ ମୋଦିଙ୍କ ଭାଷଣକୁ ଶୁଣି ତାହା ଉପରେ ଅନୁଶୀଳନ କରିବାକୁ ଛାତ୍ରମାନଙ୍କୁ କୁହାଯାଇଥିଲା । କିନ୍ତୁ କିଛି ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ । ଫଳରେ କର୍ତ୍ତୃପକ୍ଷ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ସପ୍ତାହେ ପର୍ଯ୍ୟନ୍ତ ହଷ୍ଟେଲରୁ ନବାହାରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.