ETV Bharat / bharat

ଆଜି ଜହ୍ନରାଇଜକୁ ଯିବ ଚନ୍ଦ୍ରଯାନ-3, ଜାଣନ୍ତୁ ଲିଡ୍‌ କରୁଥିବା ରକେଟ ୱିମେନଙ୍କ ବିଷୟରେ

author img

By

Published : Jul 14, 2023, 11:32 AM IST

Updated : Jul 14, 2023, 2:55 PM IST

ଭାରତ ପାଇଁ ଆଜିର ଦିନଟି ଗର୍ବ ଓ ଗୌରବର ଦିନ । ଆଉ କିିଛି ଘଣ୍ଟାର ଅପେକ୍ଷା । ଆଜି ଚନ୍ଦ୍ର ଅଭିମୁଖେ ଯାତ୍ରା କରିବ ଚନ୍ଦ୍ରଯାନ 3 । ଏହି ମିଶନର ନେତୃତ୍ବ ନେଇଥିବା ସେହି ରକେଟ ୱିମେନଙ୍କ ବିଷୟରେ ଜାଣନ୍ତି କି । ଜାଣିବାକୁ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

rocket woman leading Mission chandrayaan 3
ଆଜି ଜହ୍ନରାଇଜରୁ ଯିବ ଚନ୍ଦ୍ରଯାନ-3

ନୂଆଦିଲ୍ଲୀ: ମହାକାଶ ବିଜ୍ଞାନ କ୍ଷେତ୍ରରେ ଆଉ ଏକ ଇତିହାସ ରଚିବାକୁ ଯାଉଛି ଭାରତ । ଆଜି ଅପରାହ୍ନ 2 ଟା 35ରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ISRO) ତୃତୀୟ ମୁନ ମିଶନ ଚନ୍ଦ୍ରଯାନ ଉତକ୍ଷେପଣ କରିବାକୁ ଯାଉଛି । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଚନ୍ଦ୍ରଯାନ-3 ଅଭିଯାନ ଆରମ୍ଭ ହେବ । ଜାଣିଛନ୍ତି କି ଏହି ମିଶନର କିଏ ନେତୃତ୍ବ ନେଇଛନ୍ତି । ଏହି ଚନ୍ଦ୍ରଯାନ-3 ମିଶନର ନେତୃତ୍ବ ଲକ୍ଷ୍ନୌର ମହିଳା ବୈଜ୍ଞାନିକ ଋତୁ କରିଧାଲଙ୍କୁ ଦିଆଯାଇଛି । ଲକ୍ଷ୍ନୌର ଋତୁ କରିଧାଲ ଚନ୍ଦ୍ରଯାନ-3 ମିଶନର ନିର୍ଦ୍ଦେଶକ ଭାବର ଦାୟିତ୍ବ ତୁଲାଉଛନ୍ତି ।

ରକେଟ ୱିମେନ ନାମର ପରିଚିତ ସ୍ପେଶ ବୈଜ୍ଞାନିକ ଋତୁ କରିଧାଲ ଶ୍ରୀବାସ୍ତବଙ୍କ କାନ୍ଧରେ ଚନ୍ଦ୍ରଯାନ-3 ମିଶନର ଦାୟିତ୍ବ ନ୍ୟସ୍ତ ରହିଛି । ଲକ୍ଷ୍ନୌର ଋତୁ କରିଧାଲ ଦୁନିଆରେ ଭାରତୀୟ ମହିଳାଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ମଙ୍ଗଳଯାନ ମିଶନରେ ନିଜର ନିଜର ପାରଦର୍ଶିତା ଦେଖାଇ ସାରିଛନ୍ତି ଋତୁ । ଏବେ ଆଉ ଏକ କିର୍ତ୍ତୀମାନ ସ୍ଥାପନ କରିବାକୁ ଯାଉଛନ୍ତି । ଚନ୍ଦ୍ରଯାନ-3 ମିଶନ ସହିତ ଏକ ନୂଆ ଉଡାଣ ଭରିବାକୁ ଯାଉଛନ୍ତି ରକେଟ ୱିମେନ ଋତୁ କରିଧାଲ । ମଙ୍ଗଳଯାନ ମିଶନରେ ଋତୁ ଡେପୁଟି ଅପରେସନ ଡାଇରେକ୍ଟର ଦାୟିତ୍ବ ତୁଲାଇଥିଲେ ।

ଋତୁ କରିଧାଲ ଶ୍ରୀବାସ୍ତବଙ୍କ ବିଷୟରେ: ଋତୁ କରିଧାଲ ଶ୍ରୀବାସ୍ତବଙ୍କ ଜନ୍ମ ଲକ୍ଷ୍ନୌରେ । ଲକ୍ଷ୍ନୌ ବିଶ୍ବବିଦ୍ୟାଳୟରୁ ଗ୍ରାଜୁଏସନ କରିଥିଲେ । ବିଜ୍ଞାନ ଓ ମହାକାଶରେ ରୁଚି ରଖୁଥିବା ଋତୁ ଇସ୍ରୋରେ ପ୍ରବେଶ କରିଥିଲେ । 6 ମାସ ରିସର୍ଚ୍ଚ କରିବା ପରେ ଗେଟରେ କୃତକାର୍ଯ୍ୟ ହୋଇଥିଲ । 1997ରେ ଇସ୍ରୋରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଅନେକ ମିଶନରେ ସେ ଭୂମିକା ନେଇ ପ୍ରମୁଖ ଅନ୍ତରୀକ୍ଷ ବୈଜ୍ଞାନିକଙ୍କ ମଧ୍ୟରେ ସାମିଲ ହୋଇଛନ୍ତି । ତେଣୁ ତାଙ୍କୁ 'ରକେଟ ୱିମେନ' କୁହାଯାଏ ।

2007ରେ ତାଙ୍କୁ ୟଙ୍ଗ ସାଇଣ୍ଟିଷ୍ଟ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଖାଲି ଏତିକି ନୁହେଁ ସଫଳ କ୍ୟାରିୟର ପାଇଁ ସେ ଅନେକ ପୁରସ୍କାର ପାଇଛନ୍ତି । ସେଥିରୁ ଏପିଜି ଅବଦୁଲ କଲାମ ଯୁବ ବୈଜ୍ଞାନକି ପୁରସ୍କାର ଓ ମାର୍ସ ଅବ୍ରିଟ୍ରେଟର ମିଶନ ପାଇଁ ଇସ୍ରୋ ଟିମ ପୁରସ୍କାର, ସୋସଇଟି ଅଫ ଇଣ୍ଡିଆନ ଏରୋସ୍ପେସ ଟେକ୍ନାଲୋଜି ପୁରସ୍କାର ଅନ୍ୟତମ ।

ଏହା ବି ପଢନ୍ତୁ...Chandrayaan-3: ଆଜି ଚନ୍ଦ୍ରପୃଷ୍ଠକୁ ଯିବ ଚନ୍ଦ୍ରଯାନ-୩

ଜହ୍ନରାଇଜରୁ ଯିବ ଚନ୍ଦ୍ରଯାନ-3: ଜୁନ 14 ତାରିଖ ସମୟ ଅପରାହ୍ନ 2ଟା 35 । ଏହି ତାରିଖ ଓ ସମୟ ଭାରତୀୟଙ୍କ ପାଇଁ ଏକ ଇତିହାସ ଲେଖିବାକୁ ଯାଉଛି । ଭାରତର ତୃତୀୟ ଚନ୍ଦ୍ର ଅଭିଯାନ ପାଇଁ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ISRO) ପ୍ରସ୍ତୁତି ଶେଷ ହୋଇଛି । ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱାନ କେନ୍ଦ୍ରରୁ ଚନ୍ଦ୍ରଯାନ-3 ଉତକ୍ଷେପଣ ହେବ । ବିଶାଳକାୟ ଏମଭିଏମ3-ଏମ4 । 43.5 ମିଟର ଉଚ୍ଚ ଓ 642 ଟନ ଓଜନ ବିଶିଷ୍ଟ ଲଞ୍ଚ ଭେହିକିଲ ମାର୍କ-ପର ଏହି ମିଶନ ଆରମ୍ଭ ହେବାକୁ ଯାଉଛି ।

ପ୍ରାୟ 50 ଦିନର ଯାତ୍ରା ପରେ ଚନ୍ଦ୍ର ଦକ୍ଷିଣ ଧ୍ରୁପ ନିକଟରେ ଅବତରଣ କରିବ । ମହାକାଶରେ ଗତି କରି ଅଗଷ୍ଟ 23 ତାରିଖରେ ଚନ୍ଦ୍ରଯାନ-3 ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ମିଳିଛି । ସମସ୍ତେ ଉତ୍ସାହର ସହ ସେହି ଐତିହାସିକ ମୂହୁର୍ତ୍ତକୁ ଅପେକ୍ଷା କରିଛନ୍ତି । ଇସ୍ରୋର ଏହି ଅଭିଯାନ ସଫଳ ହେବା ଆଶାରେ ଦେଶବାସୀ ।

Last Updated :Jul 14, 2023, 2:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.