ETV Bharat / bharat

ବେଲାରୁଷରେ ଋଷର ଶାନ୍ତି ଆଲୋଚନ ପ୍ରସ୍ତାବ, ମନାକଲା ୟୁକ୍ରେନ

author img

By

Published : Feb 27, 2022, 4:29 PM IST

ବେଲାରୁଷରେ ୟୁକ୍ରେନ ସହ ଶାନ୍ତି କଥାବାର୍ତ୍ତା ପାଇଁ ପ୍ରସ୍ତୁତ ଋଷ । ପ୍ରସ୍ତାବକୁ ୟୁକ୍ରେନର ଖଣ୍ଡନ । ବେଲାରୁଷ ଋଷ ସହ ଯୁଦ୍ଧରେ ସାମିଲ ଥିବା ଦର୍ଶାଇ ଅନ୍ୟ କୌଣସି ସ୍ଥାନ ଚୟନ କରବାକୁ କହିଲା ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ଅଧିକ ପଢନ୍ତୁ

ବେଲାରୁଷରେ ଋଷର ଶାନ୍ତି ଆଲୋଚନ ପ୍ରସ୍ତାବ, ମନାକଲା ୟୁକ୍ରେନ
ବେଲାରୁଷରେ ଋଷର ଶାନ୍ତି ଆଲୋଚନ ପ୍ରସ୍ତାବ, ମନାକଲା ୟୁକ୍ରେନ

କିଭ: ୟୁକ୍ରେନରେ ଋଷର ଆକ୍ରମଣ ଜାରି ରହିଥିବା ବେଳେ ଦେଶବାସୀଙ୍କ ସଙ୍କଟ ବଢିବାରେ ଲାଗିଛି । ରାଷ୍ଟ୍ରପତି ଜେଲେନସ୍କି ଆତ୍ମସମର୍ପଣ କରିବା ପରିବର୍ତ୍ତେ ୟୁକ୍ରେନ ତାର ଲଢେଇ ଜାରି ରଖିବା ନେଇ ସ୍ପଷ୍ଟ କରିଛନ୍ତି । ଯାହା ୟୁକ୍ରେନବାସୀଙ୍କ ସଙ୍କଟକୁ ବଢାଇବାରେ ଲାଗିଛି । ଏହାରି ମଧ୍ଯରେ ବେଲାରୁଷର ରାଜଧାନୀ ମିନସ୍କିରେ ଉଭୟ ପକ୍ଷ ମଧ୍ୟରେ କଥାବାର୍ତ୍ତା ପାଇଁ ପ୍ରସ୍ତୁତ ଥିବା ଋଷ କହିଥିବା ବେଳେ ଏଥିରେ ୟୁକ୍ରେନ ମନା କରିଥିବା ସୂଚନା ମିଳିଛି । ଏନେଇ ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି ।

ଋଷ ମୁଖ୍ୟାଳୟ କ୍ରମିଲିନର ମୁଖପାତ୍ର ଦିମିତ୍ରୀ ପେସକୋବଙ୍କ ସୂଚନା ଅନୁସାରେ, ଋଷର ଏକ ପ୍ରତିନିଧିମଣ୍ଡଳୀ ମନସ୍କିରେ ପହଞ୍ଚି ସାରିଥିବା ବେଳେ ସେମାନେ ୟୁକ୍ରେନ ସହ କଥାବାର୍ତ୍ତା କରିବା ପାଇଁ ଆଗ୍ରହୀ ଅଛନ୍ତି । ଏହି ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀରେ ବିଦେଶ ମନ୍ତ୍ରାଣାଳୟ, ପ୍ରତିରକ୍ଷା ମନ୍ତ୍ରଣାଳୟ ସମେତ ଅନ୍ୟ କିଛି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସମେତ ରାଷ୍ଟ୍ରପତିଙ୍କ ପ୍ରତିନିଧି ମଧ୍ୟ ରହିଛନ୍ତି । ତେବେ ଏପରି ପ୍ରସ୍ତାବ ଆସିବା ସତ୍ତ୍ବେ ମଧ୍ୟ ଆଲୋଚନା ପାଇଁ ୟୁକ୍ରେନ ପକ୍ଷରୁ ମନା କରାଯାଇଛି ।

ତେବେ ଏହି ଶାନ୍ତି କଥାବାର୍ତ୍ତା ପ୍ରସ୍ତାବକୁ ୟୁକ୍ରେନ ଗ୍ରହଣ କରିଥିଲେ ସୁଦ୍ଧା ବେଲାରୁଷରେ ଏହାର ଆୟୋଜନ ନେଇ ଆପତ୍ତି ଉଠାଇଛି । ୟୁକ୍ରେନ ରାଷ୍ଟ୍ରପତି ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ବେଲାରୁଷ ବର୍ତ୍ତମାନ ଋଷର ସହଯୋଗୀ ଭାବେ ୟୁକ୍ରେନ ବିରୋଧରେ ଯୁଦ୍ଧରେ ଅଂଶଗ୍ରହଣ କରିଛି । ତେଣୁ ସେଠାରେ ଶାନ୍ତି କଥାବାର୍ତ୍ତା କରିବା ସମ୍ଭବ ନୁହେଁ । ସେହିପରି ସେ ବେଲାରୁଷ ପରିବର୍ତ୍ତେ ଅନ୍ୟ କୌଣସି ସ୍ଥାନରେ ଏହି ଆଲୋଚନା ପାଇଁ ସହମତି ଥିବା ମଧ୍ୟ ପ୍ରକାଶ କରିଛନ୍ତି । ଏନେଇ ରାଷ୍ଟ୍ରପତିି ଜେଲେସ୍କି ଏକ ଭିଡିଓ ତାଙ୍କ ଟେଲିଗ୍ରାମରେ ପୋଷ୍ଟ କରିଥିବା ମଧ୍ୟ ଦେଖିବାକୁ ମିଳିଛି ।

ତେବେ ଏହି କ୍ରମରେ ୟୁକ୍ରେନ ରାଷ୍ଟ୍ରପତି ଅନ୍ୟ କିଛି ସହରର ନାମ ମଧ୍ୟ ପ୍ରସ୍ତାବ ଦେଇଛନ୍ତି । ବେଲରୁଷ ପରିବର୍ତ୍ତେ ବୁଦାପେଷ୍ଟ, ଇଷ୍ଟାନବୁଲ, ଓ୍ବାର୍ସ, ବକୁ, ବ୍ରାଷ୍ଟିସଲାଭା ଆଦି ସହର ମଧ୍ୟରୁ ଗୋଟିଏକୁ ଶାନ୍ତି ଆଲୋଚନା ପାଇଁ ଚୟନ କରିବାକୁ ପ୍ରସ୍ତାବ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି । ୟୁକ୍ରେନର ଏହି ପ୍ରସ୍ତାବିତ ସ୍ଥାନ ଉପରେ ଋଷ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.