ETV Bharat / bharat

ହିଂସାରେ ପରିଣତ ହେଲା ବିଜୟ ଉତ୍ସବ, ପୋଲିସକୁ ଆକ୍ରମଣ ପରେ ଯୁବକଙ୍କୁ ଛୁରା ମାଡ କଲେ ଫୁଟବଲ ପ୍ରେମୀ

author img

By

Published : Dec 19, 2022, 2:18 PM IST

Updated : Dec 19, 2022, 7:53 PM IST

ଫିଫା ବିଶ୍ବକପରେ ଆର୍ଜେଣ୍ଟିନାର ବିଜୟ ପରେ କେରଳରେ ବିଜୟ ଉତ୍ସବ ମନାଇଲେ ଫୁଟବୁଲ ପ୍ରେମୀ । ପୋଲିସକୁ ଆକ୍ରମଣ ପରେ ଯୁବକଙ୍କୁ ଛୁରା ମାଡ କଲେ ଫୁଟବଲ ପ୍ରେମୀ । ଅଧିକ ପଢନ୍ତୁ

Kerala man stabbed by football fans
Kerala man stabbed by football fans

ଥିରୁଅନନ୍ତପୁରମ: ଶେଷ ହୋଇଯାଇଛି ଫିଫା ବିଶ୍ବକପ। ଫ୍ରାନ୍ସକୁ ହରାଇ ଚଳିତ ବର୍ଷ ଫିଫା ବିଶ୍ବକପ ଟାଇଟେଲ ହାତେଇଛି ଆର୍ଜେଣ୍ଟିନା । ଫାଇନାଲ ମ୍ୟାଚ ଶେଷ ହେବା ପରେ ଦେଶର ବିଭିନ୍ନ ସ୍ଥାନରେ ଉତ୍ସବ ମନାଉଛନ୍ତି ଫୁଟବଲ ପ୍ରେମୀ । ଉତ୍ସବ ମନାଉଥିବା ବେଳେ କେରଳର କନ୍ନୁରରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି । ଜଣେ ପୋଲିସ କର୍ମୀଙ୍କୁ ଆକ୍ରମଣ କରାଯାଇଥିବା ବେଳେ ଜଣେ ବ୍ୟକ୍ତି ଛୁରାମାଡ ହୋଇଥିବା ଖବର ସାମ୍ନାକୁ ଆସିଛି । ଅନେକ ଲୋକ ଆହତ ହୋଇଥିବା ମଧ୍ୟ ଜଣାପଡିଛି ।

ଘଟଣାଟି ଥିଲା ଏମିତି

କୋଚିର କାଲୁରରେ ଫୁଟବଲ ପ୍ରେମୀ ରାସ୍ତା ଉପରେ ଉତ୍ସବ ମନାଉଥିଲେ। କିନ୍ତୁ ରାସ୍ତା ଜାମ ହେବାରୁ ଜଣେ ପୋଲିସ ଅଧିକାରୀ ସେମାନଙ୍କୁ ପଚରାଉଚରା କରିବା ପାଇଁ ଚେଷ୍ଟା କରିଥିଲେ। ଏହି ସମୟରେ ଉତ୍ସବ ମନାଉଥିବା ଯୁବକମାନେ ପୋଲିସ କର୍ମୀଙ୍କୁ ଆକ୍ରମଣ କରି ରାସ୍ତାରେ ଘୋଷାଡି ନେଇଥିଲେ ।

କନ୍ନୁରରେ ଛୁରାମାଡରେ ଆହତ ହୋଇଥିବା ଯୁବକ ହେଉଛନ୍ତି ଅନୁରାଗ । ସେ ଗତକାଲି ରାତିରେ ଆର୍ଜେଣ୍ଟିନା ଏବଂ ଫ୍ରାନ୍ସ ମଧ୍ୟରେ ଅନ୍ତିମ ମ୍ୟାଚ ଦେଖିବା ପରେ ଘରକୁ ଫେରୁଥିବା ସମରେ ପାଞ୍ଚ ଜଣ ବ୍ୟକ୍ତି ତାଙ୍କୁ ଛୁରାମାଡ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଅନୁରାଗଙ୍କୁ ଆକ୍ରମଣ କରିବା ସମୟରେ ନିକଟରେ ଥିବା ତାଙ୍କ ସାଙ୍ଗ ଆକ୍ରମଣକୁ ରୋକିବାକୁ ଉଦ୍ୟମ କରିଥିଲେ । ଫଳରେ ଆକ୍ରମଣକାରୀଙ୍କ ଶିକାର ହୋଇଥିଲେ । ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି ।

ଥିରୁଅନନ୍ତପୁରମରେ ପୋଲିସ କର୍ମଚାରୀଙ୍କୁ ମାଡ ହୋଇଥିବା ବେଳେ ପୋଜିଓର ଥାନାର ସବ୍ ଇନ୍ସପେକ୍ଟର ଏହି ଅଞ୍ଚଳରେ ଭିଡ ଜମାଇଥିବା ମଦ୍ୟପ ଗୋଷ୍ଠୀକୁ ନିୟନ୍ତ୍ରଣ କରିବାକୁ ଯାଇ ଆହତ ହୋଇଛନ୍ତି ।

Last Updated : Dec 19, 2022, 7:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.