ETV Bharat / bharat

ଦେଶର 50ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ DY ଚନ୍ଦ୍ରଚୂଡ

author img

By

Published : Nov 9, 2022, 10:43 AM IST

Updated : Nov 9, 2022, 10:54 AM IST

ଦେଶର 50ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି ଧନଞ୍ଜୟ ୟଶୱନ୍ତ ଚନ୍ଦ୍ରଚୂଡ । ରାଷ୍ଟ୍ରପତି ଭବନରେ ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅଧିକ ପଢନ୍ତୁ

ଦେଶର 50ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଡି.ଓ୍ବାଇ ଚନ୍ଦ୍ରଚୂଡ
ଦେଶର 50ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଡି.ଓ୍ବାଇ ଚନ୍ଦ୍ରଚୂଡ

ନୂଆଦିଲ୍ଲୀ: ବିଧିବଦ୍ଧ ଭାବେ ଶପଥ ନେଲେ ନୂଆ ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ । ଦେଶର 50ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି ଧନଞ୍ଜୟ ୟଶୱନ୍ତ ଚନ୍ଦ୍ରଚୂଡ । ରାଷ୍ଟ୍ରପତି ଭବନରେ ଏକ ସ୍ବତନ୍ତ୍ର ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇଛନ୍ତି । ସିଜେଆଇ ଭାବେ ତାଙ୍କର କାର୍ଯ୍ୟକାଳ 2 ବର୍ଷ ରହିବ । 2024 ନଭେମ୍ବର 10ରେ ଅବସର ନେବେ ଡି.ଓ୍ବାଇ ଚନ୍ଦ୍ରଚୂଡ ।

  • Delhi | President Droupadi Murmu administered the oath of office to Justice DY Chandrachud as the 50th Chief Justice of India in succession to Justice Uday Umesh Lalit, in Rashtrapati Bhavan. pic.twitter.com/R4Z3e4cDMr

    — ANI (@ANI) November 9, 2022 " class="align-text-top noRightClick twitterSection" data=" ">

ଜଷ୍ଟିସ ଧନଞ୍ଜୟ ୟଶୱନ୍ତ ଚନ୍ଦ୍ରଚୂଡ 1959 ନଭେମ୍ବର 11 ତାରିଖରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ଦିଲ୍ଲୀ ବିଶ୍ୱ ବିଦ୍ୟାଳୟରୁ LLB, ହାଭାର୍ଡରୁ LLM ଓ ପରେ ନ୍ୟାୟିକ ବିଜ୍ଞାନରେ ଡକ୍ଟରେଟ ଉପାଧି ହାସଲ କରିଥିଲେ । 1998ରେ ଅତିରିକ୍ତ ସଲିସିଟର ଜେନେରାଲ ଭାବେ ଦାୟିତ୍ୱ ନେଇଥିଲେ । 2013ରେ ଆଲ୍ଲାହାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଥିଲେ । ପରେ ବମ୍ବେ ହାଇକୋର୍ଟରେ ମଧ୍ୟ କାର୍ଯ୍ୟ କରିଛନ୍ତି । 2016ରେ ସୁପ୍ରିମକୋର୍ଟ ବିଚାରପତି ଭାବେ ଦାୟିତ୍ୱ ତୁଲାଇଥିଲେ । ନିୟମ ଅନୁଯାୟୀ ପ୍ରଧାନ ବିଚାରପତି ପଦଲାଗି ବରିଷ୍ଠତା ଭିତ୍ତିରେ ଚୟନ ହୋଇଥାଏ । ତେଣୁ ଜଷ୍ଟିସ DY ଚନ୍ଦ୍ରଚୂଡଙ୍କ ନାମ ସୁପାରିଶ କରାଯାଇଥିଲା । ଜଷ୍ଟିସ ଚନ୍ଦ୍ରଚୂଡ଼ ଦେଶର ୫୦ତମ ପ୍ରଧାନ ବିଚାରପତି ହେବା ନେଇ ଯୋଗ୍ୟ ବିବେଚିତ ହୋଇଥିଲେ । ଅକ୍ଟୋବର ୧୭ରେ ରାଷ୍ଟ୍ରପତି ମୁର୍ମୁ ଏହି ପ୍ରସ୍ତାବ ଉପରେ ମୋହର ମାରିଥିଲେ ।

ଭାରତୀୟ ନ୍ୟାୟିକ ବ୍ୟବସ୍ଥା ଅନୁସାରେ, ଅକ୍ଟୋବର 11 ତାରିଖରେ ବିଦାୟୀ ପ୍ରଧାନ ବିଚାରପତି (CJI) ଜଷ୍ଟିସ ୟୁ.ୟୁ ଲଲିତ ନିଜ ଉତ୍ତରାଧିକାରୀ ଭାବେ ଜଷ୍ଟିସ ଚନ୍ଦ୍ରଚୂଡଙ୍କ ନାମ କେନ୍ଦ୍ରକୁ ସୁପାରିଶ କରିଥିଲେ । ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ଚନ୍ଦ୍ରଚୂଡଙ୍କ କାର୍ଯ୍ୟକାଳ 2024 ମସିହା ନଭେମ୍ବର 10 ତାରିଖ ଯାଏଁ ରହିବ । ପ୍ରାୟ ଦୁଇ ବର୍ଷରୁ ଅଧିକ ସମୟ ଧରି ଜଷ୍ଟିସ ଚନ୍ଦ୍ରଚୂଡ ନ୍ୟାୟିକ ବ୍ୟବସ୍ଥାର ସର୍ବୋଚ୍ଚ ପଦବୀରେ ରହିବେ । ପୂର୍ବରୁ 1978ରୁ 1985 ପର୍ଯ୍ୟନ୍ତ ଜଷ୍ଟିସ ଚନ୍ଦ୍ରଚୂଡଙ୍କ ପିତା ୟୁ.ଭି ଚନ୍ଦ୍ରଚୂଡ ମଧ୍ୟ ଦେଶର ୧୬ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ତୁଲାଇଥିଲେ । ସର୍ବୋଚ୍ଚ ଅଦାଲତରେ ବରିଷ୍ଠ ବିଚାରପତି ଭାବେ କାର୍ଯ୍ୟରତ ଥିବା ଜଷ୍ଟିସ୍ ଚନ୍ଦ୍ରଚୂଡ ନିଜର ଉଦାରବାଦୀ ଏବଂ ପ୍ରଗତିଶୀଳ ଆଭିମୁଖ୍ୟ ପାଇଁ ପରିଚିତ ।

Last Updated : Nov 9, 2022, 10:54 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.