ETV Bharat / bharat

ଜୟଲଳିତାଙ୍କ ମୃତ୍ୟୁ ମାମଲା, ସରକାରଙ୍କ ନିକଟରେ ରିପୋର୍ଟ ଦାଖଲ କଲା ତଦନ୍ତ କମିଶନ

author img

By

Published : Aug 28, 2022, 10:22 AM IST

ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁ ମାମଲା । ରାଜ୍ୟ ସରକାରଙ୍କ ନିକଟରେ ତଦନ୍ତ ରିପୋର୍ଟ ଦାଖଲ କଲା ଜଷ୍ଟିସ ଅରୁମୁଘସ୍ବାମୀ କମିଶନ । ଅଧିକ ପଢନ୍ତୁ

ଜୟଲଳିତାଙ୍କ ମୃତ୍ୟୁ ମାମଲା, ସରକାରଙ୍କ ନିକଟରେ ରିପୋର୍ଟ ଦାଖଲ କଲା ତଦନ୍ତ କମିଟି
ଜୟଲଳିତାଙ୍କ ମୃତ୍ୟୁ ମାମଲା, ସରକାରଙ୍କ ନିକଟରେ ରିପୋର୍ଟ ଦାଖଲ କଲା ତଦନ୍ତ କମିଟି

ଚେନ୍ନାଇ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁ ମାମଲାର (Chief Minister J Jayalalithaa's death) ତଦନ୍ତ କରୁଥିବା ଜଷ୍ଟିସ୍ ଅରୁମୁଘସ୍ବାମୀ କମିଶନ(Justice Arumughaswamy Commission) ତାମିଲନାଡୁ ସରକାରଙ୍କ ନିକଟରେ ଏହାର ରିପୋର୍ଟ ଦାଖଲ କରିଛନ୍ତି । ଶନିବାର ଦିନ ତଦନ୍ତ କମିଟିର ମୁଖ୍ୟ ଜଷ୍ଟିସ୍ ଅରୁମୁଘସ୍ବାମୀ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ।

ଏନେଇ ଜଷ୍ଟିସ୍ ଗଣମାଧ୍ୟମ ଆଗରେ କହିଛନ୍ତି, ୧୫୦ ଜଣ ସାକ୍ଷୀଙ୍କ ବୟାନ ଶୁଣିବା ପରେ ଇଂରାଜୀରେ ୫୦୦ ପୃଷ୍ଠାର ରିପୋର୍ଟ ଏବଂ ତାମିଲରେ ପ୍ରାୟ ୬୦୦ ପୃଷ୍ଠାର ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା । ଯାହାକି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାଖଲ ହୋଇଛି । ଏହି ରିପୋର୍ଟକୁ ସାର୍ବଜନୀନ କରିବା ସମ୍ପର୍କରେ ସରକାର ହିଁ ନିଷ୍ପତ୍ତି ନେବେ । ଏଥିରେ ଜୟଲଳିତାଙ୍କ ମୃତ୍ୟୁ ସହ ଜଡିତ ସମସ୍ତ ଘଟଣାକୁ ଉଲ୍ଲେଖ କରାଯାଇଛି ।'' ଏହି ରିପୋର୍ଟ ସନ୍ତୋଷଜନକ ବୋଲି ଅରୁମୁଗସ୍ବାମୀ କହିଛନ୍ତି । ତେବେ କମିଶନ ନିକଟରେ ବୟାନ ଦେଇଥିବା ସାକ୍ଷୀଙ୍କ ମଧ୍ୟରେ AIADMK ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପନିରସେଲଭମ(O Panneerselvam), ଜୟଲଳିତାଙ୍କ ପୁତୁରା ଦୀପକ, ଝିଆରୀ ଦୀପା, ଚିକିତ୍ସା କରୁଥିବା ଡାକ୍ତର, ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସି ବିଜୟଭାସ୍କର( C Vijayabaskar),ଏମ୍ ଥାମ୍ବି ଦୁରାଇ, ମନୋଜ ପାଣ୍ଡିଆନଙ୍କ ସମେତ AIADMK କିଛି ନେତା ରହିଛନ୍ତି । ଦୀପା ଓ ଦୀପକ ଜୟଲଳିତାଙ୍କ ମୃତ୍ୟୁ ସମୟରେ ପାରିପାର୍ଶ୍ବିକ ସ୍ଥିତିକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: ଆଜି CWC ବୈଠକ, ନୂଆ ଅଧ୍ୟକ୍ଷ ନିର୍ବାଚନ ତାରିଖ ହୋଇପାରେ ଘୋଷଣା

ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ(late Tamil Nadu Chief Minister) ମୃତ୍ୟୁକୁ ଦୀର୍ଘ ବର୍ଷ ବିତିଗଲାଣି । ୨୦୧୬ରେ ରୋଗାଗ୍ରସ୍ତ ହେବା ପରେ ସେ ୭୫ ଦିନ ଧରି ଚେନ୍ନାଇ ସ୍ଥିତ ଆପୋଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହାପରେ ୨୦୧୬ ଡିସେମ୍ବର ୫ ତାରିଖ ରାତି ସାଢେ ୧୧ଟା ସମୟରେ ତାଙ୍କର ନିଧନ ହୋଇଥିଲା । ହେଲେ ତାଙ୍କର ମୃତ୍ୟୁକୁ ନେଇ ସେତେବେଳେ ଅନେକ ପ୍ରଶ୍ନ ଉଠିଥିଲା ଏବଂ ରାଜନୀତି ଜୋର୍ ଧରିଥିଲା । ତେଣୁ ଜୟଲଳିତାଙ୍କ ମୃତ୍ୟୁ ଘଟଣାର ଯାଞ୍ଚ ପାଇଁ କମିଶନ ଗଠନ କରାଯାଇଥିଲା । ମାଡ୍ରାସ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି(Madras High Court) ଜଷ୍ଟିସ୍ ଅରୁମୁଘସ୍ବାମୀ((Justice Arumughaswamy) କମିଶନର ନେତୃତ୍ବ ନେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.