ETV Bharat / bharat

11 ତାରିଖ ଯାଏ ED ରିମାଣ୍ଡକୁ ଗଲେ ନରେଶ ଗୋଏଲ

author img

By ETV Bharat Odisha Team

Published : Sep 2, 2023, 6:10 PM IST

ଜେଟ ଏୟାରଓ୍ବେଜ ପ୍ରତିଷ୍ଠାତା ନରେଶ ଗୋଏଲଙ୍କୁ 11 ତାରିଖ ଯାଏ ରିମାଣ୍ଡରେ ନେଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଗତକାଲି ହୋଇଥିଲେ ଗିରଫ । ଅଧିକ ପଢନ୍ତୁ

11 ତାରିଖ ଯାଏ ED ରିମାଣ୍ଡକୁ ଗଲେ ନରେଶ ଗୋଏଲ
11 ତାରିଖ ଯାଏ ED ରିମାଣ୍ଡକୁ ଗଲେ ନରେଶ ଗୋଏଲ

ମୁମ୍ବାଇ: ଆର୍ଥିକ ହେରଫେର ମାମଲାରେ ଗିରଫ ହୋଇଥିବା ଜେଟ ଏୟାରଓ୍ବେଜ ପ୍ରତିଷ୍ଠାତା ମୁଖ୍ୟ ନରେଶ ଗୋଏଲଙ୍କୁ 11 ତାରିଖ ଯାଏ ରିମାଣ୍ଡରେ ନେଇଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଜି (ଶନିବାର) ନରେଶଙ୍କୁ ମୁମ୍ବାଇର PMLA କୋର୍ଟରେ ହାଜର କରାଯାଇଥିଲା । ଅଧିକ ଜେରାର ଆବଶ୍ୟକତା ଦର୍ଶାଇ ତଦନ୍ତକାରୀ ସଂସ୍ଥା 14 ଦିନିଆ ରିମାଣ୍ଡ ଆବେଦନ କରିଥିଲା । କୋର୍ଟ ଏହି ଆବେଦନକୁ ଗ୍ରହଣ କରି 11 ତାରିଖ ପର୍ଯ୍ୟନ୍ତ ନରେଶଙ୍କୁ ରିମାଣ୍ଡରେ ପଠାଇଛନ୍ତି । ଗତକାଲି (ଶୁକ୍ରବାର) ନରେଶଙ୍କୁ ଏକାଧିକ ଘଣ୍ଟା ଜେରା କରିବା ପରେ ଇଡି ଗିରଫ କରିଥିଲା ।

  • Jet Airways founder and chairman Naresh Goyal was sent to ED custody by the PMLA court till September 11 in a money laundering case. ED had sought 14 days of custody.

    — ANI (@ANI) September 2, 2023 " class="align-text-top noRightClick twitterSection" data=" ">

ବ୍ୟାଙ୍କ ଋଣ ଠକେଇ ମାମଲାରେ ପୂର୍ବରୁ କେନ୍ଦ୍ରୀୟ ସଂସ୍ଥାର ତଦନ୍ତ ପରିସରରେ ଥିଲେ ନରେଶ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଗତକାଲି (ଶୁକ୍ରବାର) ନରେଶଙ୍କୁ ଦୀର୍ଘ ଘଣ୍ଟା ଜେରା କରିବା ପରେ ଗିରଫ କରିଥିଲା । ଆଜି (ଶନିବାର) ଗୋୟଲଙ୍କୁ ମୁମ୍ବାଇର ସ୍ବତନ୍ତ୍ର ପିଏମଏଲଏ କୋର୍ଟରେ ହାଜର କରାଯାଇଥିଲା । ତାଙ୍କୁ ଅଧିକ ଜେରାର ଆବଶ୍ୟକତା ଥିବା ଦର୍ଶାଇ ଇଡି 14 ଦିନିଆ (ଦୁଇ ସପ୍ତାହ) ରିମାଣ୍ଡ ଆବେଦନ କରିଥିଲା । କୋର୍ଟ 11 ତାରିଖ ଯାଏ ନରେଶଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସଂସ୍ଥାକୁ ରିମାଣ୍ଡରେ ପଠାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ :- Bank Fraud Case: ଜେଟ୍ ଏୟାରୱେଜ ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ଗିରଫ କଲା ଇଡି

ଏପ୍ରିଲ୍ 2019 ରେ କାର୍ଯ୍ୟ ବନ୍ଦ କରିବା ସମୟରେ ପ୍ରାୟ 8,500 କୋଟି ଟଙ୍କା ଋଣ ଥିବା ଏହି ବିମାନ କମ୍ପାନୀ ନିଜର ଆର୍ଥିକ ସଙ୍କଟ ସମ୍ପର୍କରେ ଅବଗତ ଥିଲା । କିନ୍ତୁ ସଂସ୍ଥାର ତତ୍କାଳୀନ ମୁଖ୍ୟ ନରେଶ ଗୋୟଲ ଆର୍ଥିକ ସଙ୍କଟ ବିଷୟରେ ଅବଗତ ଥିବା ସତ୍ତ୍ୱେ ଆକବର ଟ୍ରାଭେଲ୍ସ ଅଫ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ନାମକ ଏକ ସଂସ୍ଥାରେ ଅର୍ଥ ବିନିଯୋଗ କରିଥିଲେ ବୋଲି ଅଭିଯୋଗ ହୋଇଥିଲା ।

2019ରେ ଆର୍ଥିକ କ୍ଷତି କାରଣ ଦର୍ଶାଇ ସଂସ୍ଥା ତାର ଫ୍ଲାଇଟ ଅପରେସନ ବନ୍ଦ କରିଦେଇଥିଲା । ଏହାପୂର୍ବରୁ ନରେଶ ଗୋଏଲ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ଏହି ମାମଲାରେ ଆର୍ଥିକ ଦୁର୍ନୀତି ହୋଇଥିବା ଅନୁଭବ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ତଦନ୍ତ ଆରମ୍ଭ କରିଥିଲା । ମାମଲାରେ ଗୋଏଲ ଦମ୍ପତି ପୂର୍ବରୁ ଏକାଧିକ ଥର ସମନ ପାଇ ଜେରାର ସମ୍ମୁଖୀନ ମଧ୍ୟ ହୋଇସାରିଛନ୍ତି । ଗତକାଲି ତାଙ୍କୁ ନରେଶଙ୍କୁ ଜେରା କରିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.