ଉପ ରାଷ୍ଟ୍ରପତି ନିର୍ବାଚିତ ଜଗଦୀପ ଧନଖରଙ୍କୁ ନେଇ ଚର୍ଚ୍ଚା, ଜାଣନ୍ତୁ ତାଙ୍କ ସମ୍ପର୍କରେ

author img

By

Published : Aug 6, 2022, 9:59 PM IST

ଉପ ରାଷ୍ଟ୍ରପତି ନିର୍ବାଚିତ ହେଲେ ଜଗଦୀପ ଧନଖରଙ୍କୁ ନେଇ ଚର୍ଚ୍ଚା, ଜାଉପ ରାଷ୍ଟ୍ରପତି ନିର୍ବାଚିତ ହେଲେ ଜଗଦୀପ ଧନଖରଙ୍କୁ ନେଇ ଚର୍ଚ୍ଚା, ଜାଣନ୍ତୁ ତାଙ୍କ ସମ୍ପର୍କରେଣନ୍ତୁ ତାଙ୍କ ସମ୍ପର୍କରେ

ଉପ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଜଗଦୀପ ଧନଖରଙ୍କୁ ନେଇ ଚର୍ଚ୍ଚା । ଅଧିକ ଜାଣନ୍ତୁ ଧନଖରଙ୍କ ସମ୍ପର୍କରେ

ନୂଆଦିଲ୍ଲୀ: ଶେଷ ହୋଇଛି ଉପ ରାଷ୍ଟ୍ରପତି ନିର୍ବାଚନ । ବିରୋଧୀ ପ୍ରାର୍ଥୀ ମାର୍ଗରେଟ ଅଲଭାଙ୍କୁ ପରାଜିତ କରି ଦେଶର ୧୪ତମ ଉପ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଏନଡିଏ ମେଣ୍ଟର ପ୍ରାର୍ଥୀ ଜଗଦୀପ ଧନଖର । 72.8 ପ୍ରତିଶତ ସହ ଧନଖରଙ୍କୁ ମୋଟ 528 ଖଣ୍ଡ ଭୋଟ ମିଳିଛି । ତେବେ କିଛି ଦିନ ପୂର୍ବରୁ ପଶ୍ଚିମଙ୍ଗର ବିବାଦୀୟ ରାଜ୍ୟପାଳ ଭାବେ ଗଣମାଧ୍ୟମର ଶିରୋନାମାରେ ରହୁଥିବା ଧନଖର ଏବେ ଉପ ରାଷ୍ଟ୍ରପତି । ପଶ୍ଚିମବଙ୍ଗ ରାଜ୍ୟପାଳ ବ୍ୟତୀତ ଆଉ କେଣ ପାଇଁ ଚର୍ଚ୍ଚିତ ଥିଲେ ଧନଖର । ରାଜ୍ୟପାଳ ହେବା ପୂର୍ବରୁ କ’ଣ ଥିଲା ତାଙ୍କ ରାଜନୈତିକ କ୍ୟାରିଅର । କ’ଣ ରହିଥିଲା ଜାତୀୟ ରାଜନୀତିରେ ତାଙ୍କର ଭୂମିକା । ତେତେ ଥର ନିର୍ବାଚନ ଲଢିଛନ୍ତି ସେ । କେମିତି ଥିଲା ତାଙ୍କ ରାଜନୈତିକ ଯାତ୍ରା । କ’ଣ ଥିଲା ପାରିବାରିକ ପୃଷ୍ଠଭୂମି ଓ ପ୍ରାରମ୍ଭିକ ଜୀବନ ? ସକ୍ରିୟ ରାଜନୀତିରେ କଣ ରହିଛି ଧନଖରଙ୍କ ଅଭିଜ୍ଞତା । ଜାଣନ୍ତୁ ଏସବୁ ସମ୍ପର୍କରେ ।

ପ୍ରାରମ୍ଭିକ ଜୀବନ:-

ଧନଖରଙ୍କ ଜନ୍ମ 1951 ମହିହା ମେ’ 18 ତାରିଖରେ ରାଜସ୍ଥାନ କିଥାନାରେ ହୋଇଥିଲା । ପ୍ରାରମ୍ଭିକ ଶିକ୍ଷା ଶେଷ ପରେ ସେ ରାଜସ୍ଥାନ ବିଶବବିଦ୍ୟାଳୟରୁ ସ୍ନାତ୍ତୋକତ୍ତର ଡିଗ୍ରୀ ହାସଲ କରିଥିଲେ । ପରେ ସେ ଆଇନରେ ମଧ୍ୟ ଉଚ୍ଚଶିକ୍ଷା ଲାଭ କରିଛନ୍ତି । ଛାତ୍ର ଜୀବନ ଶେଷ ହେବା ପ୍ରଥମେ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିବା ଧନଖର ପରେ ସକ୍ରିୟ ରାଜନୀତିରେ ପାଦ ଥାପିଥିଲେ ।

ରାଜନୈତିକ କ୍ୟାରିଅର:-

ଜନତା ଦଳରୁ ନିଜ ରାଜନୈତିକ ଜୀବନ ଆରମ୍ଭ କରନ୍ତି ଧନଖର । 1989–91 ରେ ଜନତା ଦଳରୁ ସେ 9ମ ଲୋକସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇ ପ୍ରଥମ ଥର ସଂସଦରେ ପହଞ୍ଚିଥିଲେ । ଝୁନଝୁନ ଲୋକସଭା କ୍ଷେତ୍ରରୁ ସେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ତତ୍କାଳୀନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ କ୍ୟାବିନେଟରେ ସେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ବ ସମ୍ଭାଳିଥିଲେ । ପରେ ସେ 1993–98 ରେ ରାଜସ୍ଥାନ 10ମ ବିଧାନସଭାକୁ ମଧ୍ୟ କିଷାନଗଡ ବିଧାନସଭା ମଣ୍ଡଳୀରୁ ବିଧାୟକ ଭାବେ ମଧ୍ୟ ନିର୍ବାଚିତ ହୋଇଛନ୍ତି । ଜଣେ ରାଜନେତା ବ୍ୟତୀତ ଆଇନଜୀବୀ ଭାବେ ପରିଚୟ ହାସଲ କରି ପାରିଥିଲେ ଧନଖର । ସେ ରାଜସ୍ଥାନ ହାଇକୋର୍ଟ ବାର ଆସୋସିଏସନର ସଭାପତି ଭାବେ ଅବସ୍ଥାପିତ ହୋଇଛନ୍ତି ।

ପଶ୍ଚିମବଙ୍ଗ ରାଜ୍ୟପାଳ ଭାବେ ଚର୍ଚ୍ଚାରେ:-

ସକ୍ରିୟ ରାଜନୀତିରେ ବେଶ କିଛି ଦିନ ଥିବା ଧନଖର କିନ୍ତୁ 2019 ଜୁଲାଇ 30 ତାରିଖରେ ବିଜେପିର କଠୋର ବିରୋଧୀ ତୃଣମୂଳ କଂଗ୍ରେସ ଶାସିତ ପଶ୍ଚିମବଙ୍ଗ ରାଜ୍ୟପାଳ ଭାବେ ନିଯୁକ୍ତ ହୁଅନ୍ତି । ତେବେ ଏହି ରାଜ୍ୟପାଳ ଭାବେ କାର୍ଯ୍ୟକାଳରେ ସର୍ବାଧିକ ଚର୍ଚ୍ଚାକୁ ଆସିଥିଲେ ଧନଖର । ବିଜେପିର କଠୋର ବିରୋଧୀ ଭାବେ ଜଣାଶୁଣା ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା କୋଲକାତା ମମତା ବାନାର୍ଜୀ ଓ ଧନଖରଙ୍କ ବିବାଦ ଏକାଧିକ ସମୟରେ ଗଣମାଧ୍ୟମ ଶିରୋନାମା ପାଲଟିଥିଲା । ମୁଖ୍ୟମନ୍ତ୍ରୀ-ରାଜ୍ୟପାଳ ବିବାଦ 2021 ରେ ମଧ୍ୟରେ ହୋଇଥିଲା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ବିଜେପି ଏଠାରେ ସମସ୍ତ ଶକ୍ତି ଖଟାଇ ମଧ୍ୟ ମମତାଙ୍କୁ ଗାଦିରୁ ହଟାଇବାରେ ସଫଳ ନହୋଇପାରି ବିରୋଧୀ ଦଳରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଥିଲ । ସେତେବେଳେ ଧନଖରଙ୍କ ଭୂମିକା ନେଇ ମଧ୍ୟ ବିବାଦ ସୃଷ୍ଟି ହୋଇଥିଲା ।

ମମତା-ଧନଖର ବିବାଦ:-

ରାଜ୍ୟପାଳ ଧନଖର ବିଜେପି କର୍ମୀ ଭାବେ କାର୍ଯ୍ୟ କରୁଥିବା ଦର୍ଶାଇ ତାଙ୍କୁ ହଟାଇବା ପାଇଁ କେନ୍ଦ୍ରର ଦ୍ବାରସ୍ଥ ହୋଇଥିଲେ ତୃଣମୂଳ କଂଗ୍ରେସର କର୍ମକର୍ତ୍ତା । ନିର୍ବାଚନୀ ପରବର୍ତ୍ତୀ ହିଂସା ପରେ ମୁଖ୍ୟମନ୍ତ୍ରୀ ମମତା ଓ ରାଜ୍ୟପାଳ ଧନଖରଙ୍କ ମଧ୍ୟରେ ବାକଯୁଦ୍ଧ ଓ ଆରୋପ-ପ୍ରତ୍ୟାରୋପ ମଧ୍ୟ ଜୋର ଧରିଥିଲା । କେତେକ ସ୍ଥାନରେ ଧନଖରଙ୍କୁ ତୃଣମୂଳ କଂଗ୍ରେସ କର୍ମୀମାନେ ବିରୋଧ କରିଥିବା ଦେଖିବାକୁ ମଧ୍ୟ ମିଳିଥିଲା । ଏସବୁ ମଧ୍ୟରେ ଧନଖରଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଥିଲା ବିଜେପି । ଆଜି ନିର୍ବାଚନରେ ବିରୋଧୀ ପ୍ରାର୍ଥୀ ଅଲଭାଙ୍କୁ ଦେଶର ୧୪ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଜଗଦୀପ ଧନଖର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.