ETV Bharat / bharat

ଦିଲ୍ଲୀରେ ପହଞ୍ଚିଲେ ଅଲମ୍ପିକ୍‌ ପଦକ ବିଜେତା

author img

By

Published : Aug 9, 2021, 4:53 PM IST

Updated : Aug 9, 2021, 5:11 PM IST

ସ୍ବଦେଶ ଫେରିଲା ଅଲମ୍ପିକ ଟିମ ଇଣ୍ଡିଆ । ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଲେ ଖେଳାଳି । ଅଧିକ ପଢନ୍ତୁ...

Indian athletics team returns from Tokyo Olympics to Delhi
ଦିଲ୍ଲୀରେ ପହଞ୍ଚିଲେ ଅଲମ୍ପିକ୍‌ ପଦକ ବିଜେତା

ନୂଆଦିଲ୍ଲୀ: ସ୍ବଦେଶ ଫେରିଲା ଅଲମ୍ପିକ ଟିମ ଇଣ୍ଡିଆ । ଟୋକିଓ ଅଲମ୍ପିକ୍‌ରେ ଭାରତର ପ୍ରତିନିଧିତ୍ବ କରିଥିବା ଭାରତୀୟ ଖେଳାଳିଙ୍କୁ ନେଇ ଆସିଥିବା ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି । ଖେଳାଳିଙ୍କ ସ୍ବାଗତ ପାଇଁ ବିମାନବନ୍ଦରରେ ଦେଶର ବିଭିନ୍ନ ସ୍ଥାନରୁ ଲୋକେ ପହଞ୍ଚିଛନ୍ତି । ବାଜା, ରୋଷଣୀରେ ବିମାନବନ୍ଦର ପ୍ରକମ୍ପିତ ହେଉଛି । ଦିଲ୍ଲୀ ଓ ହରିୟାଣାରୁ ଖେଳାଳିଙ୍କ ପରିବାର ଲୋକେ ମଧ୍ୟ ବିମାନବନ୍ଦରରେ ରହିଛନ୍ତି । ତେବେ ଖେଳାଳିଙ୍କ ପାଇଁ ଦିଲ୍ଲୀ ପୋଲିସ କଡା ସୁରକ୍ଷା ବଳୟର ବ୍ୟବସ୍ଥା କରିଛି ।

ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କୁ ଭବ୍ୟ ସ୍ବାଗତ । ନୀରଜ ବିମାନବନ୍ଦରରେ ପହଞ୍ଚିବା କ୍ଷଣି, ବିମାନବନ୍ଦରରେ ଉପସ୍ଥିତ ଥିବା ଲୋକଙ୍କ ଭିଡ ଭାରତ ମାତା କି ଜୟ ଧ୍ବନିରେ ଗୁଞ୍ଜରିତ ହୋଇଥିଲା । ବ୍ରୋଞ୍ଜ ପଦକ ବିଜେତା ମହିଳା ବକ୍ସର ଲଭଲିନା ବୋର୍ଗହେନ, କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ, ଦୀପକ ପୁନିଆ ଓ ପୁରୁଷ ହକି ଟିମକୁ ମଧ୍ୟ ସ୍ବାଗତ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 9, 2021, 5:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.