INDIA CORONA: 3 ଲକ୍ଷ ମୁହାଁ ଦୈନିକ ସଂକ୍ରମଣ, ଦିନକରେ 264202 ପଜିଟିଭ

author img

By

Published : Jan 14, 2022, 9:22 AM IST

Updated : Jan 14, 2022, 9:41 AM IST

INDIA CORONA: ଦିନକରେ 2,64,202 ନୂଆ ସଂକ୍ରମିତ

ଦିନକରେ ଅଢେଇ ଲକ୍ଷ ଟପିଲା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 2,64,202 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶରେ ଲମ୍ବ ଡିଆଁ ମାରୁଛି କୋରୋନା । ଦିନ ପରେ ଦିନ ନୂଆ ରେକର୍ଡ କରୁଛି ସଂକ୍ରମଣ । ଆଜି ଭାରତରେ ଅଢେଇ ଲକ୍ଷ ଟପିଛି ପଜିଟିଭ ମାମଲା । ଗତ ୨୪ ଘଣ୍ଟା ମଧ୍ୟରେ 2,64,202 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି(India reports 2,64,202 fresh COVID cases) । ଯାହା ଗୁରୁବାର ତୁଳନାରେ 6.7 ପ୍ରତିଶତ ଅଧିକ । ବର୍ଦ୍ଧିତ ସଂକ୍ରମଣ ମାମଲା ସହ ଭାରତରେ ସୁସ୍ଥ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । 24 ଘଣ୍ଟା ମଧ୍ୟରେ 1,09,345 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଏବଂ 315 ରୋଗୀଙ୍କ ମୃତ୍ୟୁ ଘଟିଛି ।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭାରତରେ ସକ୍ରିୟ ମାମଲା 12,72,073ରେ ପହଞ୍ଚିଛି । ମୋଟ କୋରୋନା ଜନିତ ମୃତ୍ୟୁସଂଖ୍ୟା 4,85,350 ରହିଛି । ଦେଶରେ ଦିନକୁ ଦିନ ପଜିଟିଭ ହାର ବଢିଚାଲିଛି । ସଂକ୍ରମଣ ଏତେ କ୍ଷୀପ୍ର ବେଗରେ ବଢୁଛି ଯେ, ଡିସେମ୍ବର ଶେଷରେ ଭାରତର ଦୈନିକ ପଜିଟିଭ ହାର 1.1 ପ୍ରତିଶତ ଥିବାବେଳେ ଏବେ 14.78%କୁ ବୃଦ୍ଧି ପାଇଛି । କୋରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ମଧ୍ୟ କାୟା ବିସ୍ତାର କରିଚାଲିଛି । ଏଯାବତ୍ ଦେଶ ମଧ୍ୟରୁ 5,753 ଓମିକ୍ରନ ମାମଲା ଚିହ୍ନଟ ହୋଇଛି ।

@ANI

Last Updated :Jan 14, 2022, 9:41 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.