ETV Bharat / bharat

ପ୍ରଥମ ଥର Whatsappରେ ମାମଲାର ଶୁଣାଣି କଲେ ହାଇକୋର୍ଟ

author img

By

Published : May 17, 2022, 11:09 AM IST

ପ୍ରଥମ ଥର ପାଇଁ ହ୍ବାଟ୍ସଆପରେ ମାମଲାର ଶୁଣାଣି କଲେ ମାଡ୍ରାସ ହାଇକୋର୍ଟ । ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ସେଠାରୁ ମାମଲାର ଶୁଣାଣି କଲେ ବିଚାରପତି । ଅଧିକ ଅଧିକ ପଢନ୍ତୁ

ପ୍ରଥମ ଥର ହ୍ବାଟ୍ସଆପରେ ମାମଲାର ଶୁଣାଣି କଲେ ହାଇକୋର୍ଟ
ପ୍ରଥମ ଥର ହ୍ବାଟ୍ସଆପରେ ମାମଲାର ଶୁଣାଣି କଲେ ହାଇକୋର୍ଟ

ଚେନ୍ନାଇ: ଦେଶରେ ପ୍ରଥମ । ପ୍ରଥମ ଥର ହ୍ବାଟ୍ସଆପରେ(Whatsapp) ମାମଲାର ଶୁଣାଣି କଲେ ହାଇକୋର୍ଟ । ମାଡ୍ରାସ ହାଇକୋର୍ଟର ବିଚାରପତି ଜି ଆର ସ୍ବାମୀନାଥନ ଶ୍ରୀ ଅଭିଷ୍ଟ ବରଦରାଜା ସ୍ବାମୀ ମନ୍ଦିରରେ(Shri Abheeshta Varadaraja Swamy temple) ରଥଯାତ୍ରା ନେଇ ହୋଇଥିବା ଆବେଦନର ହ୍ବାଟ୍ସଆପରେ ଶୁଣାଣି କରିଛନ୍ତି । ସୂଚନା ଅନୁଯାୟୀ, ରବିବାର ଦିନ ଜଷ୍ଟିସ ସ୍ବାମୀନାଥନ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନଗରକୋଏଲ(Nagercoil) ଯାଇଥିଲେ । ସେଠାରେ ସେ ହ୍ବାଟ୍ସଆପରେ ଏହି ମାମଲାର ଶୁଣାଣି କରିଥିଲେ ।

ଶ୍ରୀ ଅଭିଷ୍ଟ ବରଦରାଜା ସ୍ବାମୀ ମନ୍ଦିରରେ ରଥଯାତ୍ରା ପାଇଁ ଅନୁମତି ଦେବାକୁ ମନ୍ଦିରର ଟ୍ରଷ୍ଟି ପି ଆର ଶ୍ରୀନିବାସନ କୋର୍ଟରେ ଆବଦେନ କରିଥିଲେ । ଯଦି ସୋମବାର ଦିନ ରଥଯାତ୍ରା ନ ହୁଏ, ତେବେ ପୁରା ଗାଁ ଭଗବାନଙ୍କ କୋପର ସମ୍ମୁଖୀନ ହେବ ବୋଲି ସେ ଆବଦେନରେ କହିଥିଲେ । ଏନେଇ ବିଚାରପତି କହିଛନ୍ତି, ''ଆବେଦନକାରୀଙ୍କ ଆନ୍ତରିକ ନିବେଦନ ଯୋଗୁଁ ନାଗରକୋଏଲରେ ରହି ମୁଁ ହ୍ବାଟ୍ସଆପରେ ଏହି ମାମଲାର ଶୁଣାଣି କରିଛି ।''

ପ୍ରଥମ ଥର ହ୍ବାଟ୍ସଆପରେ ମାମଲାର ଶୁଣାଣି କଲେ ହାଇକୋର୍ଟ
ପ୍ରଥମ ଥର ହ୍ବାଟ୍ସଆପରେ ମାମଲାର ଶୁଣାଣି କଲେ ହାଇକୋର୍ଟ

ଏହା ଏକ ତ୍ରିକୋଣୀୟ ଅଧିବେଶନ ରହିଥିଲା । ବିଚାରପତି ନାଗରକୋଏଲ ରହି ମାମଲାର ଶୁଣାଣି କରିଥିଲେ । ଆବେଦନକାରୀ ଏବଂ ଆଡଭୋକେଟ ଜେନେରାଲ ଭିନ୍ନ ସ୍ଥାନରେ ରହି ଶୁଣାଣିରେ ସାମିଲ ହୋଇଥିଲେ । ଧର୍ମାପୁରୀ ଜିଲ୍ଲୀରେ ଥିବା ମନ୍ଦିରକୁ ନେଇ ଏହି ଶୁଣାଣି ହୋଇଥିଲା । ମନ୍ଦିରରେ ରଥଯାତ୍ରା ବନ୍ଦ ପାଇଁ ହିନ୍ଦୁ ରିଲିଜିୟସ ଆଣ୍ଡ ଚାରୁଟେବୁଲ ଟ୍ରଷ୍ଟର ଇନ୍ସପେକ୍ଟର ନିର୍ଦ୍ଦେଶ ଦେଇଥିବା ବେଳେ ବିଚାରପତି ଏହାକୁ ଖାରଜ କରିଦେଇଥିଲେ । ରଥଯାତ୍ରା ବନ୍ଦ ପାଇଁ ନିର୍ଦ୍ଦେଶ ଦେବାର ତାଙ୍କର ଅଧିକାର ନାହିଁ ବୋଲି କହିଥିଲେ ।

ମାମଲାର ଶୁଣାଇ ବେଳେ ଆଡଭୋକେଟ ଜେନେରାଲ ତାନଞ୍ଜୁଭର ଜିଲ୍ଲାରେ ଘଟିଥିବା ଅଘଟଣ ପ୍ରସଙ୍ଗ ଉଠାଇଥିଲେ । ''ସରକାର ଯାତ୍ରାକୁ ବିରୋଧ କରୁନାହାନ୍ତି । ଲୋକଙ୍କ ସୁରକ୍ଷା ପାଇଁ ସରକାର ଚିନ୍ତିତ । ସୁରକ୍ଷା ବ୍ୟବସ୍ଥା ବିଫଳ ହେବା ଯୋଗୁଁ ନିକଟରେ ତାନଞ୍ଜୁଭର ଶୋଭାଯାତ୍ରାରେ ଅନେକ ଲୋକଙ୍କ ମୃତ୍ୟୁ ଘଟିଥିଲା । ଏହି ଦୁର୍ଘଟଣାର ପୁନରାବୃତ୍ତି ହେବା ଉଚିତ୍ ନୁହେଁ'' ବୋଲି ଏଜି କହିଥିଲେ । ବିଚାରପତି ସ୍ବାମୀନାଥନ ସମସ୍ତ ଘଟଣାକୁ ବିଚାର କରି ସରକାରଙ୍କ ନିୟମ ଓ କଟକଣାକୁ ମାନି ଯାତ୍ରା ପାଳନ କରିବାକୁ ଟ୍ରଷ୍ଟକୁ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.