ETV Bharat / bharat

IND Vs Pak: ଛାତ୍ରଙ୍କ ଲାଗି ଆଡଭାଇଜରି ଜାରି କଲା ଜମ୍ମୁକାଶ୍ମୀର ଛାତ୍ର ଆସୋସିଏସନ

author img

By ETV Bharat Odisha Team

Published : Oct 13, 2023, 11:01 PM IST

ଆଇସିସି ବିଶ୍ବକପରେ ଆସନ୍ତାକାଲି ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନକୁ ଭେଟିବ ଭାରତ । ବିଶୃଙ୍ଖଳିତ କାର୍ଯ୍ୟରୁ ଛାତ୍ରଛାତ୍ର ନିବୃତ୍ତ ରହିବା ଲାଗି ଆଡଭାଇଜରି ଜାରି କଲା ଜମ୍ମୁକାଶ୍ମୀର ଛାତ୍ର ଆସୋସିଏସନ । ଅଧିକ ପଢନ୍ତୁ

Etv Bharat
Etv Bharat

ଶ୍ରୀନଗର: ଭାରତ ଓ ପାକିସ୍ତାନ ମଧ୍ୟରେ ଆସନ୍ତାକାଲି ବିଶ୍ବକପ ମ୍ୟାଚ ଖେଳାଯିବ । ଏହି ପାରମ୍ପରିକ ପ୍ରତିଦ୍ବନ୍ଦୀଙ୍କ ମ୍ୟାଚକୁ ନେଇ କ୍ରିକେଟ ପ୍ରଶଂସକଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି । ତେବେ ଏହି ମ୍ୟାଚକୁ କେବଳ ଏକ କ୍ରୀଡା ଭାବରେ ଦେଖିବା ଲାଗି ଛାତ୍ରମାନଙ୍କୁ ଅନୁରୋଧ କରିଛି ଜମ୍ମୁକାଶ୍ମୀର ଛାତ୍ର ଆସୋସିଏସନ (JKSA) । ଏହାସହିତ କୌଣସି ବିଶୃଙ୍ଖଳିତ କାର୍ଯ୍ୟରେ ବା ଡିବେଟରୁ ନିଜକୁ ନିବୃତ୍ତ ରଖିବା ଲାଗି ଦେଶ ତଥା ଦେଶ ବାହାରେ ପଢୁଥିବା ଜମ୍ମୁକାଶ୍ମୀର ଛାତ୍ରଛାତ୍ରୀଙ୍କୁ ଆସୋସିଏସନ ପରାମର୍ଶ ଦେଇଛି ।

ଭାରତ ଓ ପଡ଼ୋଶୀ ପାକିସ୍ତାନ ମଧ୍ୟରେ ଶତ୍ରୁତା କାହାକୁ ଅଛପା । ହେଲେ ଦୁଇ ଦେଶ ଅନେକ ମ୍ୟାଚ୍‌ ସାଥୀରେ ଖେଳିଥାନ୍ତି । ହେଲେ ପ୍ରଶଂସକ ଏହାକୁ ଯେପରି ଯୁଦ୍ଧ ମାନି ନେଇନାହାନ୍ତି । ଏଣୁ ନିଜ ଟିମ ଜିତିବା ଲାଗି ଆଶା ବାନ୍ଧିଥାନ୍ତି । ଏଭଳି ସ୍ଥିତିରେ କୌଣସି ବିଶୃଙ୍ଖଳିତ କାର୍ଯ୍ୟରୁ ନିଜକୁ ନିବୃତ୍ତ ରଖିବା ଲାଗି ଆସୋସିଏନ ପକ୍ଷରୁ ଏହି ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି । ସୋସିଆଲ ମିଡିଆ ପୋଷ୍ଟ ହେଉ କି କୌଣସି ଡିବେଟ୍‌, ବେଟିଂରୁ ଛାତ୍ରଛାତ୍ରୀ ଦୂରେଇ ରହିବାକୁ ଆସୋସିଏସନ କହିଛି ।

ଏହା ବି ପଢନ୍ତୁ- Cricket World Cup 2023: ‘ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ଜିତିଲେ ସେମିଫାଇନାଲ ଖେଳିବା ନିଶ୍ଚିତ’

ଏ ନେଇ JKSA ଜାତୀୟ ଆବାହକ ନାସିର ଖୁଏହାମି କହିଛନ୍ତି, " ଅଲଗା କ୍ରୀଡା ଭଳି ଏହି ମ୍ୟାଚ୍‌କୁ କେବଳ କ୍ରୀଡା ଦୃଷ୍ଟିରେ ଦେଖିବା ଉଚିତ । କୌଣସି ଅସୁବିଧାରୁ ନିଜକୁ ଦୂରେଇ ରଖନ୍ତୁ । ଦେଶ ବା ଦେଶ ବାହାରେ ପଢୁଥିବା ଜମ୍ମୁକାଶ୍ମୀର ଅଞ୍ଚଳର ଛାତ୍ରଛାତ୍ରୀ ନିଜ ପାଠପଢାକୁ ଗୁରୁତ୍ବ ଦିଅନ୍ତୁ । କୌଣସି ବିଶୃଙ୍ଖଳା କାର୍ଯ୍ୟରେ ଲିପ୍ତ ରହି ନିଜ କ୍ୟାରିଅରକୁ ସଙ୍କଟରେ ପକାନ୍ତୁ ନାହିଁ । ଏଭଳି କାର୍ଯ୍ୟ କରିବା ପୂର୍ବରୁ ନିଜ ପିତାମାତାଙ୍କ ବଳିଦାନ ସମ୍ପର୍କରେ ଚିନ୍ତା କରନ୍ତୁ । ଜଣେ ପିତା କିଭଳି ନିରନ୍ତର ପରିଶ୍ରମ କରି ବା କେଉଁଠାରୁ ଋଣ ନେଇ ନିଜ ସନ୍ତାନକୁ ପାଠ ପଢାଇଥାନ୍ତି । କୌଣସି ବିଶୃଙ୍ଖଳିତ କାର୍ଯ୍ୟ କରିବା ପୂର୍ବରୁ ଏହାକୁ ଧ୍ୟାନରେ ରଖନ୍ତୁ ।"

ସେ ଆହୁରି କହିଛନ୍ତି ଯେ ସ୍ପୋର୍ଟ୍ସକୁ କେବଳ ଖେଳ ଭାବେ ଗ୍ରହଣ କରିବା ଉଚିତ । ମ୍ୟାଚ୍‌ ସମୟରେ ବା ପରେ ସୋସିଆଲ ମିଡିଆ ପୋଷ୍ଟରୁ ନିଜକୁ ଦୂରେଇ ରଖନ୍ତୁ । ଛାତ୍ରଛାତ୍ରୀମାନେ କୌଣସି ଆଲୋଚନା, ଯୁକ୍ତିତର୍କରେ ନିଜକୁ ସାମିଲ କରନ୍ତୁ ନାହିଁ । ଏହି ମ୍ୟାଚକୁ ଜଣେ କ୍ରୀଡା ପ୍ରଶଂସକ ଭାବେ ଉପଭୋଗ କରିବା ଉଚିତ । ଏଣୁ କ୍ୟାମ୍ପସରେ ନିଜ ସୁରକ୍ଷାକୁ ଛାତ୍ରଛାତ୍ରୀମାନେ ଧ୍ୟାନରେ ରଖିବା ଉଚିତ । ଉଭୟ ଦେଶର କ୍ରୀଡାବିତ ସମସ୍ତ ବିବାଦକୁ ଗୋଟିଏ ପାର୍ଶ୍ବରେ ରଖି ଏକାଠି ଖେଳୁଛନ୍ତି । ଏହାଦ୍ବାରା ସେମାନେ ଭାଇଚାରାର ବାର୍ତ୍ତା ଦେଉଛନ୍ତି । ଏହି ମ୍ୟାଚ କେବଳ ଏକତା ଓ ସମନ୍ବୟର ବାର୍ତ୍ତା ଦେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.