ETV Bharat / bharat

ମୁଁ ତୁମ ପାଇଁ ଗାଳି ଖାଉଛି ଘୃଣା ସହୁଛି: ପ୍ରଧାନମନ୍ତ୍ରୀ

author img

By ETV Bharat Odisha Team

Published : Nov 14, 2023, 2:27 PM IST

ବିଧାନସଭା ନିର୍ବାଚନୀ ମୁହାଁ ମଧ୍ୟପ୍ରଦେଶ ଗସ୍ତ କରି ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମ୍ବୋଧନରେ କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

PM Modi targets congress
PM Modi addresses rally in Madhya Pradesh

ଭୋପାଳ: ''ମୁଁ ତୁମମାନଙ୍କ ପାଇଁ କଂଗ୍ରେସଠୁ ଗାଳି ଖାଉଛି । କଂଗ୍ରେସର ଘୃଣା ସହୁଛି । 2014ରୁ ତୁମେ ମୋତେ ଦେଶର ସେବା ପାଇଁ ଦିଲ୍ଲୀ ପଠାଇଥିଲ ଏହାପରେ ବର୍ଷ ବର୍ଷ ଧରି କଂଗ୍ରେସ ଘୃଣା ବଢିବାକୁ ଲାଗିଛି । ପ୍ରଥମେ ଯିଏ ଦୁଇ ଗାଳି ଦେଇଥିଲେ ଏବେ ସେ 20 ଗାଳି ଦେଉଛନ୍ତି । 5 ଗାଳି ଦେଉଥିବା ଲୋକ ମୋଦିକୁ 50 ଗାଳି ଦେଉଛନ୍ତି ଏହି ଗାଳି ମୁଁ ତୁମାମାନଙ୍କ ପାଇଁ ଖାଉଛି । ତୁମେ ମଥା ଟେକି ଚାଲିବ ଓ ସ୍ବପ୍ନକୁ ସାକାର କରିବ ବୋଲି ମୁଁ ଘୃଣା ସହୁଛି । ଭ୍ରଷ୍ଟାଚାର ଦୁର୍ନୀତି ଉପରେ ମୋଦି ରୋକ ଲଗାଇଥିବାରୁ ଗାଳି ପଡୁଛି ।'' ବିଧାନସଭା ନିର୍ବାଚନୀ ମୁହାଁ ମଧ୍ୟପ୍ରଦେଶ ଗସ୍ତ କରି ବେତୁଲରେ ଏକ ଜନସଭାକୁ ସମ୍ବୋଧନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମଧ୍ୟପ୍ରଦେଶରୁ କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ।

  • #WATCH | Betul, Madhya Pradesh: Prime Minister Narendra Modi says, " As 17th November is nearing, Congress's claims are getting exposed. Today, we got a report from the entire Madhya Pradesh that Congress has accepted the defeat and now they're relying on luck" pic.twitter.com/W9nTlx0miP

    — ANI (@ANI) November 14, 2023 " class="align-text-top noRightClick twitterSection" data=" ">

MPରେ ବିଜେପି ଅଛି ରହିବ: ମଧ୍ୟପ୍ରଦେଶରେ ଆସନ୍ତା 17 ତାରିଖରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହା ପୂର୍ବରୁ ବେତୁଲର ଏକ ବିରାଟ ଜନସଭାକୁ ସମ୍ବୋଧିତ କରି କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି ଯେ, ଭାଜପା ପ୍ରତି ଲୋକଙ୍କ ସ୍ନେହ ବିଶ୍ବାସ ଅଦ୍ଭୂତପୂର୍ବ । ତୁମ ଉତ୍ସାହ ଏହା ନିଶ୍ଚିନ୍ତ କରିଛି ମଧ୍ୟପ୍ରଦେଶରେ ପୁଣିଥରେ ବିଜେପି ବାଜି ମାରିବ । ନଭେମ୍ବର 17 ତାରିଖରେ ମଧ୍ୟପ୍ରଦେଶବାସୀ ଇତିହାସ ରଚିବାକୁ ଘରୁ ବାହାରିବେ । ଏହି ନିର୍ବାଚନ ମଧ୍ୟପ୍ରଦେଶ ବିକାଶକୁ ଡବଲ ଇଞ୍ଜିନ ଗତି ଦେବ । ଏହି କଂଗ୍ରେସ ଚିତ୍କାର କରି କହୁଥିଲା କାଶ୍ମୀରରୁ ଧାରା 370ଟି ହଟି ପାରିବ ନାହିଁ ତିନି ତଲାଖ ନେଇ ଆଇନ ଆସିପାରିବ ନାହିଁ । କଂଗ୍ରେସ ଆମଠୁ ରାମ ମନ୍ଦିର ନିର୍ମାଣ ତାରିଖ ପଚାରୁଥିଲେ । ପ୍ରଶ୍ନ ଉଠାଉଥିଲେ ଏମାନଙ୍କୁ ଜଣାନାହିଁ ମୋଦି କେଉଁ ମାଟିରେ ଗଢା ।

ଆମେ ଯାହା କହୁ ତାହା କରି ଦେଖାଉ । କଂଗ୍ରେସ ମିଛ କହି ଭୋଟ ହାତେଇଛି । ମିଥ୍ୟା ପ୍ରତିଶ୍ରୁତି ଦେଇଛି । ଗରିବଙ୍କ ସେବା ସମ୍ପୂର୍ଣ୍ଣ ସମର୍ପଣ ଭାବରେ କରିଛି । ଆଜି ଭାଜପା ସରକାର ତୁମ ଅଧିକାରକୁ ଗୁରୁତ୍ବ ଦେଇ କାର୍ଯ୍ୟ କରିଛି । ମଧ୍ୟପ୍ରଦେଶ ଭାଜପା ସବୁ ବର୍ଗଙ୍କ ପାଇଁ ସାନଦାର ସଂକଳ୍ପପତ୍ର ଜାରି କରିଛି ଏହା ମଧ୍ୟପ୍ରଦେଶବାସୀଙ୍କ ପାଇଁ ବିକାଶପତ୍ର । କଂଗ୍ରେସକୁ ତା'ର ପାପର ହିସାବ ନାହିଁ । ମଧ୍ୟପ୍ରଦେଶର କଂଗ୍ରେସ ହାର ନିଶ୍ଚିତ । ଏମପିରେ ଆଜି ଭାଜପା ସରକାର ଅଛି ଡିସେମ୍ବର 3 ଫଳାଫଳ ପରେ ବି ଭାଜପା ସରକାର ରହିବ ।

ଏହା ବି ପଢନ୍ତୁ...ମଧ୍ୟପ୍ରଦେଶରେ କଂଗ୍ରେସ ଉପରେ ବର୍ଷିଲେ ମୋଦି, କହିଲେ ରିମୋଟରେ ଚାଲୁଛନ୍ତି କଂଗ୍ରେସ ଅଧ୍ୟକ୍ଷ

କଂଗ୍ରେସର ପଞ୍ଝା କେବଳ ଲୁଟିବା ଜାଣିଛି: କଂଗ୍ରେସ ଦଶକ ଦଶକ ଧରି ମିଛ କହି ଆଦିବାସୀ ଭୋଟ ହାତେଇଛି । ସଡକ, ବିଜୁଳ, ପାନୀୟ ଜଳ, ସ୍କୁଲ, ହସ୍ପିଟାଲ ସୁବିଧାରୁ ଆଦିବାସୀଙ୍କୁ କଂଗ୍ରେସ ସର୍ବଦା ବଞ୍ଚିତ ରଖିଛି । କଂଗ୍ରେସ ଯେଉଁ ପ୍ରତିଶ୍ରୁତି ଦିଏ ତାହା କେବେ ପୂରଣ କରେନାହିଁ । ସରକାର ଗଠନ କରିବା ପରେ ପ୍ରତିଶ୍ରୁତି ପୂରଣ ନୁହେଁ ରାଜ୍ୟକୁ ଲୁଟିଛି । ହେଲେ ବିଜେପି ଯେତିକି ପ୍ରତିଶ୍ରୁତି ଦିଏ ତାହାଠୁ ଅଧିକ ପୂରଣ କରିବାକୁ ପ୍ରୟାସ କରିଥାଏ । ଆମର କିଛି ବି ଘୋଷଣାପତ୍ର ଦେଖିନିଅ ସବୁ ପ୍ରତିଶ୍ରୁତିରୁ ଅଧିକ ପୂରଣ ହୋଇଛି । ଆମ ହୃଦୟରେ ତୁମର ସ୍ଥାନ ରହିଛି । ଆଦିବାସୀଙ୍କ ଭାବନାକୁ ବୁଝିଛି ବିଜେପି ତେଣୁ ଜଣେ ଆଦିବାସୀ ଝିଅ ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ହୋଇ ନେତୃତ୍ବ ନେଇଛନ୍ତି । କଂଗ୍ରେସର ଯେଉଁ ପୁରୁଣା ଲୋକ ନଜର ଆସୁନାହାନ୍ତି । କଂଗ୍ରେସର ଅନେକ ଲୋକ ଘରେ ବସି ରହିଛନ୍ତି ତାଙ୍କୁ ବାହାରକୁ ଆସିବାକୁ ଇଚ୍ଛା ନାହିଁ ।

କଂଗ୍ରେସ ଜାଣି ସାରିଛି ମୋଦି ଗ୍ୟାରେଣ୍ଟି ଆଗରେ ତାଙ୍କର ମିଛ ପ୍ରତିଶ୍ରୁତି ଚାଲିବା ନାହିଁ । ମୋଦି ଗ୍ୟାରେଣ୍ଟି କଣ ପୁରା ଦୁନିଆ ଜାଣିଛି । ମୋଦି ଗ୍ୟାରେଣ୍ଟିର ମାନେ ଗ୍ୟାରେଣ୍ଟି ପୂରଣ ହେବାର ଗ୍ୟାରେଣ୍ଟି । ନଭେମ୍ବର 17 ତାରିଖ ଯେତେ ନିକଟ ହୋଇଛି କଂଗ୍ରେସ ନେତାଙ୍କ ଗୁମର ଖୋଲୁଛି । ସମଗ୍ର ଏମପିରେ କଂଗ୍ରେସ ହାର ମାନି ଭାଗ୍ୟ ଭରସାରେ ରହିଛି । ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଯୁବଗୋଷ୍ଠୀ ମହିଳାଙ୍କୁ ଆଗକୁ ନେବାକୁ ଅବସର । ଏହି ନିର୍ବାଚନ କଂଗ୍ରେସର ଲୁଟ ଓ ଭ୍ରଷ୍ଟାଚାର ପଞ୍ଝାରୁ କେବେ ବି ମଧ୍ୟପ୍ରଦେଶ ସମ୍ପତ୍ତି ଉପରେ ହାତ ନମାରିବାକୁ ଦେବା । କଂଗ୍ରେସର ପଞ୍ଝା କେବଳ ଲୁଟିବା ଜାଣିଛି ଛଡାଇ ନେବା ଜାଣିଛି । କଂଗ୍ରେସ ଯେଉଁଠି ଯେଉଁଠି ଆସିଛି ସେଠି ବର୍ବାଦି ଆଣିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.