ଆବଶ୍ୟକ ଅନୁସାରେ ୱାର୍କଆଉଟ୍

author img

By

Published : May 15, 2021, 1:05 PM IST

ଆବଶ୍ୟକ ଅନୁସାରେ ୱାର୍କଆଉଟ୍

ଫିଟନେସ୍ ବାସ୍କେଟରୁ ଯଦି ଗୋଟିଏ ଉପଯୁକ୍ତ ୱାର୍କଆଉଟ୍ ଚୟମ କରିବାକୁ କୁହାଯାଏ,ତାହା ହେଲେ ଆପଣ ନିଶ୍ଚୟ ଦ୍ୱନ୍ଦ୍ୱରେ ପଡିବେ । ଆପଣଙ୍କ ମନରେ ଏକାଧିକ ପ୍ରଶ୍ନ ଉଙ୍କିମାରିବ । କହିବାକୁ ଗଲେ ଏ ସଂପର୍କିତ ପ୍ରଶ୍ନର ଉତ୍ତର ବି ବେଶ୍ ସାବଧାନତାର ସହ ଦେବାକୁ ପଡିବ । ଏହା ନ ହେଲେ ଭବିଷ୍ୟତରେ ଆପଣଙ୍କୁ କ୍ଷତି ସହିବାକୁ ପଡିପାରେ । ଅଧିକ ପଢନ୍ତୁ...

ଫିଟନେସ୍ ବାସ୍କେଟରୁ ଯଦି ଗୋଟିଏ ଉପଯୁକ୍ତ ୱାର୍କଆଉଟ୍ ଚୟମ କରିବାକୁ କୁହାଯାଏ,ତାହା ହେଲେ ଆପଣ ନିଶ୍ଚୟ ଦ୍ୱନ୍ଦ୍ୱରେ ପଡିବେ । ଆପଣଙ୍କ ମନରେ ଏକାଧିକ ପ୍ରଶ୍ନ ଉଙ୍କିମାରିବ । କହିବାକୁ ଗଲେ ଏ ସଂପର୍କିତ ପ୍ରଶ୍ନର ଉତ୍ତର ବି ବେଶ୍ ସାବଧାନତାର ସହ ଦେବାକୁ ପଡିବ । ଏହା ନ ହେଲେ ଭବିଷ୍ୟତରେ ଆପଣଙ୍କୁ କ୍ଷତି ସହିବାକୁ ପଡିପାରେ । ତେଣୁ ନିମ୍ନଲିଖିତ ବିଷୟ ପ୍ରତି ଧ୍ୟାନ ଦେଲେ ଅସୁବିଧା ହେବ ନାହିଁ ।

- ଆପଣ କରିବାକୁ ଯାଉଥିବା ୱାର୍କଆଉଟ୍‌ର ଫାଇଦା କଣ, ତାହା ଭଲଭାବେ ବୁଝିବା ଦରକାର । ଆପଣଙ୍କ ସ୍ୱାସ୍ଥ୍ୟ ଅନୁକୂଳ ୱାର୍କଆଉଟ୍ ହିଁ କରନ୍ତୁ । ଭୁଲ୍ ୱାର୍କଆଉଟ୍ କଲେ ଆପଣଙ୍କ ସ୍ୱାସ୍ଥ୍ୟ ହାନି ହେବ ।

- ବିଭିନ୍ନ ବ୍ୟାୟାମର ସ୍ୱରୂପ, ଉପକାରିତା ସଂପର୍କରେ ଆମୁଳଚୂଳ ଗବେଷଣା କରିବା ଦରକାର ।

-ଫ୍ୟାଡ୍ ଅନୁସରଣ କଲେ କିଛି ଭୁଲ୍ ହେବ ନାହିଁ । କିନ୍ତୁ ୱାର୍କଆଉଟ୍ ନିଜର ଆବଶ୍ୟକତା ଅନୁସାରେ କରିବା ଦରକାର । ଫ୍ୟାଡ୍ ଦ୍ୱାରା ପ୍ରଭାବିତ ହେବା ଜରୁରୀ ନୁହେଁ ।

ମୌଳିକ ଧାରଣା ସଂପର୍କରେ ଅବଗତ ହେଲେ ଉପଲବ୍ଧ ବିକଳ୍ପଗୁଡିକ ମଧ୍ୟରୁ ନିଜର ଆବଶ୍ୟକତା ଅନୁସାରେ ଗୋଟିଏ ୱାର୍କଆଉଟ୍ ଚୟନ କରିପାରିବେ ।

କାର୍ଡିଓ

କାର୍ଡିଓ ସେସନ୍ ସାଧାରଣତଃ କ୍ୟାଲୋରୀ ବର୍ଣ୍ଣ ପାଇଁ ଉଦ୍ଦିଷ୍ଟ । ରନିଂ ବା ୱାକିଂ କାର୍ଡିଓର ଦୁଇ ଭଲ ଉପାୟ । ଯଦି ଓଜନ ହ୍ରାସ କରିବା ହିଁ ଲକ୍ଷ୍ୟ, ତାହା ହେଲେ କାର୍ଡିଓର ଆବଶ୍ୟକତା ରହିଛି । କାର୍ଡିଓ , ଅନ୍ୟ କଠିନ ୱାର୍କଆଉଟ୍‌ର ଷ୍ଟାର୍ଟିଂ ପଏଂଟ ହୋଇଥାଏ ।

ଯୋଗ

ଭାରତର ପ୍ରାଚୀନ ବ୍ୟାୟାମ ଶୈଳୀ ହେଉଛି ଯୋଗ । ଆଉ ଯୋଗ ହିଁ ସାମଗ୍ରିକ ଭାବେ ସୁସ୍ଥ ଓ ସବଳ ଶରୀର ପାଇଁ ଏକ ବଳିଷ୍ଠ ଓ ଲୋକପ୍ରିୟ ମାଧ୍ୟମ ହୋଇପାରିଛି ।

ପାଇଲେଟସ୍

ଶକ୍ତିଶାଳୀ କୋର୍ ପାଇଁ ମ୍ୟାଟ୍ ପାଇଲେଟସ ହେଉଛି ଉପଯୁକ୍ତ ପସନ୍ଦ । କୋର୍ ଟୋନିଂ ଓ ଆବଡୋମିନାଲ ମସଲ୍‌, ତଳିପିଠି, ନିତମ୍ବ, ପାଦ ପାଇଁ ଏହି ଧରଣର ୱାର୍କଆଉଟ୍ ଜରୁରୀ ହୋଇଥାଏ । ଶରୀରର ସାମର୍ଥ୍ୟ ବୃଦ୍ଧି ଓ ନମନୀୟତା ସହ ପତଳା ମାଂସପେଶୀ ନିର୍ମାଣ ଦିଗରେ ମ୍ୟାଟ୍ ପାଇଲେଟ୍‌ସର ଆବଶ୍ୟକ ରହିଛି । ମେସିନ୍ ପାଇଲେଟ୍ସରୁ ଉଭୟ ଓଜନ ହ୍ରାସ ପ୍ରଶିକ୍ଷଣ ଓ ଯୋଗର ଫାଇଦା ମିଳେ ।

ଏଚଆଇଆଇଟି

ଏହି ୱାର୍କଆଉଟ୍ ଟେକନିକ ହାଏ ଇନଟେନସିଟି ଏକ୍ସରସାଇଜ୍ ଓ ଲେସ୍ ଇଂଟେନ୍ସ ରେଷ୍ଟ୍ ମଧ୍ୟରେ ଏକ ବିକଳ୍ପ । ଏ ପ୍ରକାର ବ୍ୟାୟାମ ଶରୀରର ବିଭିନ୍ନ ଅଂଶର ବିକାଶରେ ସହାୟକ ହୁଏ ।

ୱେଟ୍ ଟ୍ରେନିଂ

ଶାରୀରିକ ଶକ୍ତି ବୃଦ୍ଧି ପାଇଁ ୱେଟ୍ ଟ୍ରେନିଂ ଏକ ଉପଯୋଗୀ ମାଧ୍ୟମ । ବଡି ଟୋନିଂ ପାଇଁ ଏପ୍ରକାର ୱାର୍କଆଉଟ୍ ସହାୟକ ହୁଏ । ମାଂସପେଶୀ ନିର୍ମାଣରେ ବି ୱେଟ୍ ଟ୍ରେନିଂର ଆବଶ୍ୟକତା ରହିଛି । ସୁସ୍ଥ ଶରୀର ପାଇଁ ସଠିକ୍ ୱାର୍କଆଉଟ ଚୟନ କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.