ETV Bharat / bharat

ଶ୍ରେଣୀଗୃହରେ ହିଜାବ ବ୍ୟାନ ଛାତ୍ରୀଙ୍କ ପାଠପଢାରେ ସମସ୍ୟା ସୃଷ୍ଟି କରିବ: କୁମାରସ୍ବାମୀ

author img

By

Published : Feb 6, 2022, 5:01 PM IST

କର୍ଣ୍ଣାଟକ ଶ୍ରେଣୀଗୃହରେ ହିଜାବ ବ୍ୟାନ ହେଲେ ଛାତ୍ରୀଙ୍କ ପାଠପଢାରେ ବ୍ୟାହାତ ସୃଷ୍ଟି ହେବ କହିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ଶ୍ରେଣୀ ଗୃହରେ ହିଜାବ ବ୍ୟାନ ଛାତ୍ରୀଙ୍କ ପାଠପଢାରେ ସମସ୍ୟା ସୃଷ୍ଟି କରିବ: HD Kumaraswamy
ଶ୍ରେଣୀ ଗୃହରେ ହିଜାବ ବ୍ୟାନ ଛାତ୍ରୀଙ୍କ ପାଠପଢାରେ ସମସ୍ୟା ସୃଷ୍ଟି କରିବ: HD Kumaraswamy

ବେଙ୍ଗାଲୁରୁ: ହିଜାବ ବନାମ ଗେରୁଆ ଗାମୁଛା ମଧ୍ୟରେ ମୁହଁ ଖୋଲିଲେ କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀ । ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତି ଝିଅମାନଙ୍କ ପାଠପଢା କ୍ଷେତ୍ରରେ ବାଧକ ସୃଷ୍ଟି ହେବ ଏବଂ ବିଜେପି ଏହା ମାଧ୍ୟମରେ ଭୋଟ ହାତେଇବାକୁ ଚେଷ୍ଟା କରୁଛି ବୋଲି ସେ ଅଭିଯୋଗ କରିଛନ୍ତି ।

ସୂଚନା ଅନୁଯାୟୀ, କର୍ଣ୍ଣାଟକର ଶିକ୍ଷାନୁଷ୍ଠାନର ଶ୍ରେଣୀଗୃହରେ ମୁସଲିମ୍ ଛାତ୍ରୀମାନେ ପିନ୍ଧୁଥିବା ହିଜାବକୁ ନିଷିଦ୍ଧ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ପାଇଁ ଗୋଟିଏ କୋଡ୍, ଏହା ସମସ୍ତଙ୍କ ପାଇଁ ଲାଗୁ ବୋଲି ଘୋଷଣା କରାଯାଇଥିଲା । ମାତ୍ର ଉଦୁପି ଅଞ୍ଚଳର ପ୍ରି-ୟୁନିଭରସିଟି କଲେଜକୁ କିଛି ମୁସଲିମ୍ ଛାତ୍ରୀ ପୁନର୍ବାର ହିଜାବ ପିନ୍ଧି ଆସିବା ଏବଂ ଏହାକୁ ବିରୋଧ କରି ହିନ୍ଦୁ ଛାତ୍ର କାନ୍ଧରେ ଗେରୁଆ ଗାମୁଛା ବା ସାଫ୍ରନ୍ ଚାଦର ପକାଇ ଆସିବାରୁ ବିବାଦ ଘନେଇଥିଲା ।

ଏହା ମଧ୍ୟ ପଢନ୍ତୁ:- ହିଜାବ୍ ପିନ୍ଧି ଶ୍ରେଣୀଗୃହକୁ ଆସିଥିଲେ ଛାତ୍ରୀ, ସାଫ୍ରନ୍ ଚାଦର ପକାଇ ଛାତ୍ରଙ୍କ ବିରୋଧ

ତେବେ ହିଜାବ ବିରୁଦ୍ଧରେ ବର୍ତ୍ତମାନର ବିଜେପି ଶାସନାଧୀନ ସରକାର ବାହାରି ଥିବାବେଳେ ଏହାକୁ ବିରୋଧ କରିଛନ୍ତି ଜନତା ଦଳ(Secular)ର ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ JDS ନେତା କୁମାରସ୍ବାମୀ କହିଛନ୍ତି ଯେ, କିଛିଦିନ ହେବ କେତେକ ଗୋଷ୍ଠୀର ଲୋକେ, ଯେଉଁମାନେ କି ରାଜନୀତିରେ ଜଡିତ ଅଛନ୍ତି ସେମାନେ ମୁସଲିମ୍ ଝିଅମାନଙ୍କ ପାଠପଢାରେ ବ୍ୟାହତ ସୃଷ୍ଟି କରୁଛନ୍ତି ।

ବିଜେପିର ବେଟି ବଚାଓ, ବେଟି ପଢାଓ ନାରା ବର୍ତ୍ତମାନ ବେଟି ହଟାଓ ନାରାରେ ପରିବର୍ତ୍ତନ ହୋଇଛି ବୋଲି କୁମାରସ୍ବାମୀ ଅଭିଯୋଗ କରିଛନ୍ତି । ସେ ଆହୁରି ମଧ୍ୟ ମୁଖ୍ୟମନ୍ତ୍ରୀ ବସବରାଜ ବମ୍ମାଇଙ୍କୁ ସମାଲୋଚନା କରି କହିଛନ୍ତି ଯେ, ଏନେଇ ବିବାଦୀୟ ବୟାନ ଦେଉଥିବା ମନ୍ତ୍ରୀଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ନିୟନ୍ତ୍ରଣ ନାହିଁ ।

ଏହା ମଧ୍ୟ ପଢନ୍ତୁ:- Hijab Row in Karnataka: ହିଜାବ ପିନ୍ଧିବାକୁ ଚାହୁଁଥିଲେ ପାକିସ୍ତାନ ଚାଲିଯାଅ କହିଲେ ବିଧାୟକ

ଏଥିସହ ସେ ପୂର୍ବପରି ମୁସଲିମ ଝିଅଙ୍କୁ ହିଜାବ ପାଇଁ ଅନୁମତି ଦିଅନ୍ତୁ ବୋଲି ଅପିଲ କରିଛନ୍ତି ଏବଂ ନୂଆ ନିୟମ ଲାଗୁ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.