ETV Bharat / bharat

ହିଜାବ୍ ପିନ୍ଧି ଶ୍ରେଣୀଗୃହକୁ ଆସିଥିଲେ ଛାତ୍ରୀ, ସାଫ୍ରନ୍ ଚାଦର ପକାଇ ଛାତ୍ରଙ୍କ ବିରୋଧ

author img

By

Published : Feb 4, 2022, 8:39 PM IST

ବେଙ୍ଗାଲୁରୁର ଶ୍ରେଣୀଗୃହରେ ହିଜାବକୁ ବିରୋଧ । ମୁସଲିମ୍ ଛାତ୍ରୀ ହିଜାବ ପିନ୍ଧି ଆସିବାରୁ ସାଫ୍ରନ୍ ଗାମୁଛା ପକାଇଲେ ହିନ୍ଦୁ ଛାତ୍ର । ଅଧିକ ପଢନ୍ତୁ

ହିଜାବ୍ ପିନ୍ଧି ଶ୍ରେଣୀଗୃହକୁ ପ୍ରବେଶ ପରେ ସାଫ୍ରନ୍ ଶାୱେଲ ପିନ୍ଧିଲେ ହିନ୍ଦୁ ଛାତ୍ର
ହିଜାବ୍ ପିନ୍ଧି ଶ୍ରେଣୀଗୃହକୁ ପ୍ରବେଶ ପରେ ସାଫ୍ରନ୍ ଶାୱେଲ ପିନ୍ଧିଲେ ହିନ୍ଦୁ ଛାତ୍ର

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଶ୍ରେଣୀଗୃହରେ ହିଜାବ୍ ପିନ୍ଧିବା ମାମଲା ଥମି ନ ଥିବାବେଳେ ହିନ୍ଦୁ ଛାତ୍ର ପ୍ରି-ୟୁନିଭରସିଟି କଲେଜ ଶ୍ରେଣୀଗୃହକୁ ସାଫ୍ରନ୍ ଗାମୁଛା ପକାଇ ପ୍ରବେଶ କରିଥିବା ଦେଖିବାକୁ ମିଳିଛି । ଉଡୁପି ଜିଲ୍ଲାର ବାଇନ୍ଦୋର ସହରର ସରକାରୀ ପ୍ରି-ୟୁନିଭରସିଟି କଲେଜରେ ଏପରି ଘଟଣା ଘଟିଛି । ମୁସଲିମ୍ ଛାତ୍ରୀ ହିଜାବ୍ ପିନ୍ଧି କଲେଜକୁ ପ୍ରବେଶ କରିବାକୁ ବିରୋଧ କରିଛନ୍ତି ହିନ୍ଦୁ ବାହିନୀ ।

ସୂଚନା ଅନୁଯାୟୀ ଏକ ମାସ ଧରି କର୍ଣ୍ଣାଟକରେ ଏହି ବିବାଦ ଲାଗି ରହିଛି । ଅନେକ କଲେଜ ବିକାଶ କମିଟି ମୁସଲମାନ ଝିଅମାନଙ୍କ ପିତାମାତାଙ୍କ ସହ ବୈଠକ କରିଥିଲେ । କଲେଜରେ ଛାତ୍ରଛାତ୍ରୀଙ୍କ ପାଇଁ ସରକାରୀ ସର୍କୁଲାରରେ ଡ୍ରେସ୍ କୋଡ୍ ଅନୁଯାୟୀ ସମସ୍ତେ ସମାନ ପୋଷାକ ପିନ୍ଧି ଆସିବାକୁ କୁହାଯାଇଥିଲା । କିନ୍ତୁ କିଛିଦିନ ତଳେ ୬ ଜଣ ଛାତ୍ରୀ ହିଜାବ ପିନ୍ଧି ଶ୍ରେଣୀଗୃହକୁ ପ୍ରବେଶ କରିବାକୁ ବିବାଦ ସୃଷ୍ଟି ହୋଇଛି ।

ଏହାକୁ ଭିନ୍ନ ଢଙ୍ଗରେ ବିରୋଧ କରିଛନ୍ତି ହିନ୍ଦୁ ବାହିନୀ । ଫେବ୍ରୁଆରୀ ୨ ରେ ୪୦ ଜଣ ହିନ୍ଦୁ ଛାତ୍ର ସାଫ୍ରନ ଚାଦର ପକାଇ ଶ୍ରେଣୀ ଗୃହରେ ପବେଶ କରିଥିଲେ । କ୍ୟାମ୍ପସରେ ହିଜାବ ପିନ୍ଧିଥିବା ଝିଅମାନଙ୍କ ବିରୋଧରେ ବାହାରି ସେମାନେ କହିଛନ୍ତି ଯେ, ଯଦି ୟୁନିଫର୍ମ ପାଇଁ ସରକାର ଏକ ନିୟମ ଜାରି କରିଛନ୍ତି, ତେବେ ତାହା ସମସ୍ତଙ୍କ ପାଇଁ ଲାଗୁ ହେବା ଉଚିତ । ବିଭିନ୍ନ ଜାତି ଏବଂ ଧର୍ମ ପାଇଁ ଏହାର ବ୍ୟତିକ୍ରମ କଣ ପାଇଁ କରାଯିବ ବୋଲି ପ୍ରଶ୍ନ କରିଛନ୍ତି ।

ଏହାକୁ ନେଇ ପ୍ରି-ୟୁନିଭରସିଟି କଲେଜରେ ହିଜାବ ବନାମ ସାଫ୍ରନ ଚାଦର ଅଭିଯାନ ଆରମ୍ଭ ହୋଇଛି । ଅନ୍ୟପଟେ କଲେଜ ଅଧ୍ୟକ୍ଷ ଏହି ଅଭିଯାନ ବିରୋଧରେ ବାହାରି ଏସବୁକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ କର୍ଣ୍ଣାଟକ ଶିକ୍ଷା ମନ୍ତ୍ରୀ ନାଗେଶ ମଧ୍ୟ ଏସବୁ ବିରୋଧରେ ବାହାରି କହିଛନ୍ତି ଯେ, ଶିକ୍ଷାନୁଷ୍ଠାନରେ ଡ୍ରେସ୍ କୋର୍ଡ ଲାଗୁ ହେବା ଉଚିତ୍ । କିନ୍ତୁ ଏଥିରେ କୌଣସି ଧାର୍ମିକ ଭାବନା ସ୍ଥାନ ପାଇବା ଅନୁଚିତ୍ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.